ସବୁ କରିବ… ପୁଅ ଜନ୍ମ କରିବନି ! ପୁଅ ବୋହୁ ହେଇ ମା ସହ କଲେ ଜାଣି ଆଖିରେ ଲୁହ ରହିବନି

ପୁଅମାନଙ୍କୁ ଭୟ ଲାଗୁଛି। ମାଆଙ୍କୁ ଦେଖିବାକୁ ଗଲେ କାଳେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ କି ଆଉ ବୋହୂ ମାନଙ୍କୁ ବି ଘାରିଛି ଭୟ। ଶାଶୁଙ୍କୁ ଦେଖିବା ପାଇଁ ଗଲେ, କାଳେ ତାଙ୍କର ଅପରିଷ୍କାର ଲୁଗାପଟା ଧୋଇବାକୁ ପଡ଼ିବ କି ? ତିନି ତିନୋଟି ପିଲାଙ୍କୁ ଜନ୍ମ ଦେଇ ମାଆ ଆଜି ଯେଉଁ ଯନ୍ତ୍ରଣା ଭୋଗ କରୁଛି, ଦୁନିଆରେ କୌଣସି ମାଆ ଏମିତି କଷ୍ଟ ନ ପାଆନ୍ତୁ। କିଏ ଦେଲେ ଖାଉଛି , ନ ଦେଲେ ବୁଢ଼ୀ ମାଆଟି ଉପରକୁ ଚାହଁ ରହୁଛି ।

ହଁ ଦର୍ଶକ ବନ୍ଧୁ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ପକ୍ଷାପତ ରୋଗରେ ଆକ୍ରାନ୍ତ ହୋଇ ପଡି ରହିଛନ୍ତି । ନା ସେ ଉଠି ପାରୁଛନ୍ତି ନା ବସି ପାରୁଛନ୍ତି । ଖାଇବା ରେ ପିମ୍ପୁଡି ଲାଗିଲାଣି ଆଉ ଭୋକ କରିଲେ ଏହି ଖାଇବା ଖାଉଛନ୍ତି ବୁଢୀ ମା ଟି । କଣ ବା ଆଉ କରିବେ ତାଙ୍କର ତ ହାତ ଗୋଡ ଚାଲୁ ନାହିଁ । ବୁଢୀ ମା ଙ୍କ କଷ୍ଟ ଦେଖି ଗାଁ ଲୋକଙ୍କ ଆଖି ରୁ ଲୁହ ବାହାରି ଆସୁଛି । ହେଲେ ପୁଅ ବୋହୂ ଙ୍କର ଦେଖା ଦର୍ଶନ ନାହିଁ ।

10 ମାସ 10 ଦିନ ଗର୍ଭ ରେ ରଖିକି ଯେଉଁ ପୁଅ କୁ ଜନ୍ମ ଦେଇଥିଲା ଆଉ ଜନ୍ମ ରୁ ବଡ ହେବା ଯାଏଁ ମା ତାର କର୍ତ୍ତବ୍ୟ କରି ଚଳାଇଲା । ଆଉ ଯେବେ ବୁଢୀ ମା ତ ଅଣ୍ଟା ନଇଁ ପଡିଲା ସେତେବେଳେ ପରିବାର ଲୋକଙ୍କ ପାଇଁ ବୁଢୀ ମା ଟି ଅଲୋଡା ହୋଇ ପଡିଲା । ଏଭଳି ଛାତିଥରା ଦ୍ରୁଶ୍ଯ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପଟାଧାରୀ ଗାଁ ର ଏ ହେଉଛନ୍ତି ପଦ୍ମାବତୀ ।

ପୁଅ ଜନ୍ମ କରି ଆଜି ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ମା । ମା ଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବା ଜାଣିବା ପରେ ସାନ ପୁଅ ବୋହୂ ଗାଁ କୁ ଆସିଥିଲେ । ଗାଁ କୁ ବଡ ଭାଇ ନ ଆସିବାରୁ ସାନ ଭାଇ ରାଗରେ ଚାଲିଗଲା । ଗାଁ ରେ ରହୁଥିବା ପଦ୍ମାବତୀ ଙ୍କ ଭାଇ ଭାଉଜ ମଝିରେ ମଝିରେ ତାଙ୍କର ଦେଖାଶୁଣା କରନ୍ତି । ଦୁଇ ପୁଅ କୁ ଅତି ଗେଲହା ଆଦର ରେ ବଢାଇ ଥିଲେ ପଦ୍ମାବତୀ ।

କିନ୍ତୁ ଆଜି ସେ ସଂପୂର୍ଣ୍ଣ ଏକା ହୋଇ ଯାଉଛନ୍ତି । ଆଖ ପାଖରେ ଏଭଳି ଦ୍ରୁଶ୍ଯ କେହି କେବେ ଦେଖି ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି । ପ୍ରଶାସନ ନିଜେ ହସ୍ତକ୍ଷେପ କରି ବୃଦ୍ଧା ଙ୍କୁ ଉଧାର କରି ଚିକିତ୍ସା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *