ମହାନଦୀରେ ଭାସୁଛି ଯୁବତୀଙ୍କ ମୃତ ଦେହ, ଉଦ୍ଧାର ପରେ ଜାଣିଲେ ଅସଲି ପରିଚୟ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମହାନଦୀରେ ଭାସୁଛି ଯୁବତୀଙ୍କ ମୃତଦେହ… ଲୋକମାନେ ଯେବେ ଦେଖିଲେ ତୁରନ୍ତ ସ୍ଥାନୀୟ ପୋଲିସ ଥାନା ରେ ସୂଚନା ଦେଛନ୍ତି । ତେବେ ମୃତ ଦେହ ଟି କାହାର ଏବଂ ଏହା ପଛରେ କଣ ରହିଛି କାରଣ ? ତେବେ ଆସନ୍ତୁ ଜାଣିବା ଖବରର ସମ୍ବନ୍ଧୀୟ ସ୍ପଷ୍ଟ ଧାରଣ ।  ଆଠଗଡ଼ ଥାନା ନିକଟ ମହାନଦୀ ରେ ଭାସୁଛି ମୃତ  ଦେହ ।

ଦୁଇ ଦିନରୁ ନିଖୋଜ ଯୁବତୀଙ୍କ ମୃତ ଦେହକୁ  ଅନନ୍ତପୁର ଗାଁ ମହାନଦୀରୁ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ ଦୁଇ ଦିନ ତଳେ ଆଠଗଡ଼ ବ୍ରିଜ ଉପରେ ସ୍କୁଟି ରଖି  ମହାନଦୀ ଭିତରକୁ ଡେଇଁପଡିଥିଲେ ଯୁବତୀଙ୍କ ଜଣକ । ମହାନଦୀ ଭିତରେ ଯେତେ ଖୋଜିଲେ ବି ପାଇନଥିଲେ ଦେହକୁ । ଆଶିଷ କୁମାର ପରିଜାଙ୍କ ଝିଅ ଐଶ୍ଵର୍ଜୀ ପରିଜା ମୁଣ୍ଡାଳି ଶେଷରେ ଥିବା ମନ୍ଦିର ପାଖରେ ନିଜ ସ୍କୁଟି ରଖି ହଠାତ ମହାନଦୀ ଭିତରକୁ ଡେଇଁପଡିଥିବା ଅଭିଯୋଗ କରିଥିଲେ ଆଶିଷ କୁମାର ପରିଜା ।

ଐଶ୍ଵର୍ଜୀ ବାପାଙ୍କ ଅଭିଯୋଗରେ ଆଠଗଡ଼ ପୋଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ଅନୁସନ୍ଧାନ କରିଥିଲେ ମଧ୍ୟ କିଛି ମିଳିନଥିଲା । ଦୁଇ ଦିନ ଧରି ପାଣି ଭିତରେ ଯେତେ ଖୋଜିଲେ ବି ପାଇନଥିଲେ ପତ୍ତା ।  ତେବେ ସୂଚନା ଅନୁସାରେ ଆଜି ସକାଳ ଅନନ୍ତପୁର ଗ୍ରାମ ମହାନଦୀ କୁଳରେ ଯୁବତୀକ ମୃତ ଦେହ ଭାସୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ତେବେ ପୋଲିସ ଘଟଣା ସ୍ଥଳକୁ ଯାଇ ମୃତ ଦେହକୁ ଉଦ୍ଧାର କରିଥିଲେ । ଉଦ୍ଧାର ପାଇଥିବା ମୃତ ଦେହ କଳା ରଙ୍ଗ ପ୍ଯାଣ୍ଟ ଏବଂ ଧଳା ରଙ୍ଗ ସାର୍ଟ ପିନ୍ଧିଛି । ଗତ ଦୁଇ ଦିନ ତଳେ ଯୁବତୀ ନିଖୋଜ ହେବାର ସୂଚନା ମିଳିଥିବା ବେଳେ ଆଜି ଯେଉଁ ମୃତ ଦେହ ଉଦ୍ଧାର ହୋଇଛି । ତାହା ଆଶିଷ କୁମାର ପରିଜାଙ୍କ ଝିଅ ଐଶ୍ଵର୍ଜୀ ପରିଜାଙ୍କ ବୋଲି ସୂଚନା ମିଳିଛି  ।

ଆଶିଷ କୁମାର ପରିଜାଙ୍କ ଝିଅ ଐଶ୍ଵର୍ଜୀ ମହାନଦୀ ଉପରି ଡେଇଁପଡିବା ପଛରେ ଥିବା କାରଣ ଏବେ ଯାଏ ଜଣା ନ ହୋଇଥିବା ବେଳେ ମୃତ ଦେହଟି ଐଶ୍ଵର୍ଜୀଙ୍କ ର ବୋଲି ପୋଲିସ କହୁଛି । ତେବେ ଏହି ଖବର ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ କରି ଅନ୍ୟମାନଙ୍କୁ ଶେୟାର କରନ୍ତୁ ଓ ଆପଣଙ୍କ ମତକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *