ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ, ପ୍ରଚଣ୍ଡ ଶବ୍ଦ ହେଲା ଆମ ଛାତିଥରି ଉଠିଲା ଏପରି କ’ ଣ ଘଟିଥିଲା ଟ୍ରେନରେ

ନମସ୍କାର ବନ୍ଧୁଗଣ ।  ଟ୍ରେନ ଉପରୁ ପାଣି ପଡିଲା , ଆମେ ଭାବିଲୁ ଏସିରୁ ପାଣି ବାହାରୁଛି କାରଣ ଅଲଗା ଥିଲା …. । ଗତ ୧୮ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସ୍ ର ଶୁଭାଆରମ୍ଭ ହୋଇଥିଲେ । ପ୍ରଧାନମନ୍ତ୍ରୀ ତାହାର ଶୁଭାଆରମ୍ଭ କରିଥିଲେ । ଭୁବନେଶ୍ଵର ରୁ ହାୱଡା ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ମଝି ରାସ୍ତାରେ ଅଟଳ ରହିବା ପଛରେ  କ ‘ ଣ ରହିଛି କାରଣ  । ଏପରି କିଛି ଭୟଙ୍କର ଦୃଶ୍ୟ ଲୋକମାନଙ୍କ ମନରେ ଭୟ ଜାଗ୍ରତ କରିଛି ।

ଯାତ୍ରୀମାନଙ୍କ କହିବା ମୁତାବକ ଟ୍ରେନ ଯାଉଥିବା ବେଳେ ପ୍ରାୟ ଅପରାହ୍ନ ୪ ଟା  ପରେ କଳା ବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା । ଯାତ୍ରୀମାନେ ବସିଥିବା ସମୟରେ ଅଚାନକ ବଡ ଧରଣର ଶବ୍ଦ ଶୁଣିବାକୁ ପାଇଥିଲେ । ଯାହା ଲୋକମାନଙ୍କୁ ବହୁତ ମାତ୍ରାରେ ଭୟଭୀତ କରାଇଥିଲା । ବର୍ଷା ର ବେଗ ଏତେ ମାତ୍ରା ରେ ଥିଲା ଯେ ଟ୍ରେନ ର ଆଗ କାଚ ଓ ଉପର ଭାଗକୁ ଭାଙ୍ଗି ପକେଇଥିଲା ।

ଯାତ୍ରୀମାନଙ୍କ ଉପରୁ ପାଣି ପଡିଲା ଲୋକମାନେ ଭାବିଲେ ଯେ ଏସିରୁ ପାଣି ଝରୁଛି ମାତ୍ର ଘଟିଲା ଅନ୍ୟ ଗୋଟେ । ଟ୍ରେନ ର ଉପର ଭାଗରୁ ପାଣି ପଡିବ ଦୃଶ୍ୟ ଲୋକମାନଙ୍କୁ କିଛି ସମୟ ପାଇଁ ଚେତନା ଶକ୍ତି ହରାଇ ଦେଇଥିଲା । ପବନ ସହିତ ବର୍ଷା ର ତାଣ୍ଡବ ବଡ ବଡ ଗଛକୁ ଭୂମିସ୍ମାତ କରିଦେଇଥିଲା । ଏଭଳି ଗୋଟେ ଗଛ ଆସି ଟ୍ରେନ ର ସାମନା ଭାଗକୁ ବାଜିଲା ଯାହା ଫଳରେ ଟ୍ରେନ ର ସାମ୍ନା କାଚ ଭାଙ୍ଗିଯାଇଥିଲା ।

ସାଢେ ଚାରିଟା ପର ଠାରୁ ଟ୍ରେନ ଆଉ ଆଗକୁ ବଢି ନାହିଁ । ବର୍ଷା ଯୋଗୁ ବନ୍ଦେ ଭାରତ ଏକ୍ସପ୍ରେସ୍ ର ଯାନ୍ତ୍ରିକ ତାର ଖରାପ ହୋଇଯାଇଥିଲା ଯାହା ହେତୁ ଟ୍ରେନ ଆଗକୁ ଯାଇପାରିଲା ନାହିଁ । ଯାତ୍ରୀମାନେ ୪ ଟାରୁ ପ୍ରାୟ ସାଢେ ଆଠଟା ହେଲାନି ମଝି ରାସ୍ତାରେ ଅଟକିଯାଇଛନ୍ତି । ଯାତ୍ରୀମାନଙ୍କୁ କୁହାଯାଇଛି ଯେ ଆଉ ଏକ ନୂଆ ଇଞ୍ଜିନ ଆସିବ ତହି ପାଇଁ ଅପେକ୍ଷା ରେ ଅଛନ୍ତି ଯାତ୍ରୀ ।

ତେବେ ବର୍ଷା ତାଣ୍ଡବ ଯୋଗୁ ଲୋକମାନଙ୍କ କୋଣସି କ୍ଷତି ହୋଇନାହିଁ ଏବଂ ବନ୍ଦେ ଭାରତ ଟ୍ରେନ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଷେୟାର କରନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *