ମହାନଦୀ ପାଣିରେ ବୁଡିଯିବ ଆମର ନଦୀକୂଳିଆ ତଳିଆ ଅଞ୍ଚଳ ! ହୀରାକୁଦ କର୍ତ୍ତୁପକ୍ଷଙ୍କୁ ଆଉ ଗେଟ୍ ନଖୋଲିବାକୁ ଲୋକଙ୍କ ଅନୁରୋଧ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହାନଦୀ ପାଣିରେ ବୁଡିଯିବ ଆମ ଅଞ୍ଚଳ ! ଆଉ ଗେଟ୍ ଖୋଲନି ଆଜ୍ଞା ! ହଁ ବନ୍ଧୁଗଣ ଏହା ଆମେ କହୁନାହୁଁ , ବଂର ନଦୀ ଆଖପାଖରେ ରହୁଥିବା ନଦୀ କୂଳିଆ ସ୍ଥାନୀୟ ଲୋକେ ନିଜର ଦୁଃଖ ଜଣାଇଛନ୍ତି । ତେବେ ସୁବର୍ଣ୍ଣପୁରରେ ଉପୁଜୁଥିବା ବନ୍ୟା ସ୍ଥିତିକୁ ଦ୍ରୁଷ୍ଟିରେ ରଖି ସ୍ଥାନୀୟ ଲୋକେ କିଛି ଏଭଳି ନିଜସ୍ୱ ପ୍ରତିକ୍ରିୟା ରଖିଛନ୍ତି । ଲୋକଙ୍କ କହିବା ଅନୁଯାଇ ପ୍ରଥମେ ଉପରମୁଣ୍ଡରେ ବର୍ଷା ପାଇଁ ଛତିଶଗଡ ନିଜର ମନଇଚ୍ଛା ଗେଟ୍ ଖୋଲିଥିଲା ।

ଆଉ ସେହି ଜଳ ପୁଣି ଓଡିଶା ମୁହାଁ ହୋଇଥିଲା । ପୁଣି ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ଅସମ୍ଭାଳ ହେବା ଯୋଗୁ ପୁଣି ହୀରାକୁଦ ନିଜର ଗେଟ୍ ଖୋଲିବା ଆରମ୍ଭ କରିଦେଇଛି । ପ୍ରଥମେ ୫ ଟି ଗେଟ୍ ନିଜର ହୀରାକୁଦ ଖୋଲିଥିଲା । ପୁଣି ଠାରେ ୩ ଟି ଗେଟ୍ ଜଳଭଣ୍ଡାରର ଖୋଲାଯାଇଛି । ହୀରାକୁଦ ତ ଜଳର ସ୍ଥିତି ଅସମ୍ଭାଳ ଯୋଗୁ ଗେଟ୍ ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ହେଲେ ମହାନଦୀ କୂଳିଆ ଲୋକ ମାନେ ଏହି ବଢିଲ ଜଳ ଯୋଗୁ ହନ୍ତସନ୍ତ ହେଉଛନ୍ତି ।

କାରଣ ପାଖାପାଖି ନଦୀ କୂଳିଆ ଏରିଆରେ ପ୍ରାୟତଃ ବନ୍ୟା ସ୍ଥିତି ଧୀରେ ଧୀରେ କରି ଉପୁଜିବାରେ ଲାଗିଛି । ତେଣୁ ସେଠାରେ ବସବାସ କରୁଥିବା ସାଧାରଣ ଲୋକେ ନିଜର ଜନଜୀବନକୁ ନେଇ ଅସୁବିଧା ଘେରରେ ପଡିଯାଇଛନ୍ତି । ତେଣୁ ଆଉ ହୀରାକୁଦ ଜଳଭଣ୍ଡାରର ଗେଟ୍ ନଖୋଲିବା ପାଇଁ ଅନୁରୋଧ କରିଛନ୍ତି । ତେଣୁ ସୁବର୍ଣ୍ଣପୁରର ବନ୍ୟାଜଳରେ ପ୍ରପୀଡିତ ସ୍ଥାନୀୟ ଲୋକେ ହୀରାକୁଦ ଗେଟ ଖୋଲାନଯାଉ ବୋଲି ହୀରାକୁଦ କର୍ତ୍ତୁପକ୍ଷକୁ ଅନୁରୋଧ କରିଛନ୍ତି ।

ଏଥିସହ ନଦୀ କୂଳିଆ ଲୋକଙ୍କର ଦୁଃଖ ଶୁଣିବାକୁ ମଧ୍ୟ ଗଣ ମାଧ୍ୟମ ସମ୍ମୁଖରେ ନିବେଦନ କରିଛନ୍ତି । ତେବେ ଏଠାରେ ଆମେ ମଧ୍ୟ କହି ରଖିବା ପାଇଁ ଯାଉଛୁ । ହୀରାକୁଦ ପ୍ରଥମେ ନିଜର ୫ଟି ଓ ପରେ ୩ ଟି ଗେଟ ଖୋଲି ଦେଇଛି । ଯେଉଁ କାରଣରୁ ଓଡିଶାର ଅନେକ ବନ୍ୟା ପ୍ରପୀଡିତ ଅଞ୍ଚଳରେ ଧୀରେ ଧୀରେ କରି ପାଣି ମାଡି ଆସିବା ସହ ସେଠାରେ ବନ୍ୟା ସ୍ଥିତି ଦେଖାଯାଉଛି ।

ଯାହାକି ସାଧାରଣ ଲୋକଙ୍କ ପାଇଁ ଏକ ବଡ ଚିନ୍ତାର କାରଣ ପାଲଟିଛି । ତେବେ ଏହିଭଳି ଖବରର ଅପଡେଟ ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *