ଭାରତରେ ଦେଖାଦେଲା ଚାଉଳର ସଙ୍କଟ ! ରାସନ କାର୍ଡରେ ଆଉ ମିଳିବନି ଚାଉଳ, ଜାଣନ୍ତୁ ସବିଶେଷ ସୂଚନା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଶ୍ଵରେ ବଢିଲା ଚାଉଳ ସଙ୍କଟ ! ବିଭିନ୍ନ ଦେଶରେ ଦେଖା ଦେଇଛି ଚାଉଳର ଅଭାବ ! ତେବେ ସୂଚନା ଅନୁଯାଇ ଧାନ ଉତ୍ପାଦନ କରିବା ପଛରେ ଭାରତ ଏକ ଅଗ୍ରଣୀ ଦେଶ ଅଟେ । ହେଲେ ବର୍ତ୍ତମାନ ଭାରତରେ ଚାଉଳକୁ ନେଇ ଏଭଳି ସ୍ଥିତି କାହିଁକି ଉପୁଜିଛି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି ? ତେବେ ଅଣବାସମତୀ ଚାଉଳ ରପ୍ତାନୀ ବନ୍ଦ ହୋଇଯିବ ବୋଲି ମଧ୍ୟ ଖବର ରହିଛି । ଭାରତର ଏପରି ନିଷ୍ପତ୍ତି ପାଇଁ ବିଶ୍ଵ ପାଇଁ ଏହା ଏକ ବଡ ସମସ୍ଯା ପାଲଟିଯାଇଛି ।

ଯେଉଁ କାରଣରୁ ଆଗାମୀ ସମୟରେ ସମସ୍ତ ଦେଶରେ ଚାଉଳ ଦର ବୃଦ୍ଧି ପାଇବାରେ ଲାଗିବ । ଏହା ସହ ବିଦେଶୀ ବଜାରରେ ମୁଦ୍ରାସ୍ଫୀତି ମଧ୍ୟ ବଢିଛି । ପୃଥିବୀର ସର୍ବାଧିକ ଚାଉଳ ରପ୍ତାନୀକାରୀ ଦେଶ ହେଉଛି ଭାରତ । ତେବେ ମୋଟ ରପ୍ତାନୀର ୪୦ ପ୍ରତିଶତ ଭାରତ ଅନ୍ୟ ଦେଶ ମାନଙ୍କୁ ଯୋଗାଇଥାଏ । ଭାରତରୁ ଆମଦାନୀ କରିଥାନ୍ତି ୧୪୦ ଦେଶ । ୨୦୨୨ ମସିହାର ଏକ ରିପୋର୍ଟ ଅନୁଯାଇ ଭାରତ ୨୨ ମିଲିୟନ ଟନ ଅଣବାସମତୀ ଚାଉଳ ରପ୍ତାନୀ କରିଥିଲା ।

ଥାଇଲାଣ୍ଡ, ଭିଏତନାମ, ପାକିସ୍ତାନ ଓ USA ମିଳିତ ଚାଉଳ ରପ୍ତାନୀ କରାଯାଇଥାଏ । ହେଲେ ଭାରତ ଦେଶର ଏପରି ଚାଉଳର ଅଭାବକୁ ନେଇ ବିଶ୍ଵକୁ ଏକ ଶକ୍ତ ଝଟକା ଲାଗିବା ପାଇଁ ଯାଉଛି । କାରଣ ଅନ୍ୟ ଦେଶ ତୁଳନାରେ ଭାରତ ସର୍ବାଧିକ ନିଜର ଚାଉଳ ରପ୍ତାନୀ କରିଥାଏ । ତେବେ ଭାରତର ଅଧିକାଂଶ ଲୋକେ ମଧ୍ୟ ଭାତକୁ ନିଜର ଶ୍ରେଷ୍ଟ ଖାଦ୍ୟ ରୂପେ ଖାଇଥାନ୍ତି । ଭାରତର ଓଡିଶା ରାଜ୍ୟରେ ଅଧିକାଂଶ ଲୋକେ ଭାତ ହିଁ ତାଙ୍କର ପ୍ରମୁଖ ଖାଦ୍ୟ ଅଟେ ।

ତେଣୁ ସେମାନଙ୍କ ପାଇଁ ମଧ୍ୟ ରାସନ କାର୍ଡରେ ଚାଉଳ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥାଏ । ହେଲେ ଯଦି ଆଗାମୀ ସମୟରେ ଏହିଭଳି ଭାବରେ ଭାରତରେ ଚାଉଳର ସଙ୍କଟ ଜାରୀ ରହିବ । ତେବେ ରାସନ କାର୍ଡରେ ମଧ୍ୟ ଖାଉଟି ମାନଙ୍କୁ ଚାଉଳ ମିଳିବା ବନ୍ଦ ହୋଇଯିବ ବୋଲି ଚର୍ଚା ଜୋର ଧରିଛି ।

ତେବେ ଚାଉଳ ପ୍ରସଙ୍ଗକୁ ନେଇ ସରକାର ଆଗାମୀ ସମୟରେ ସରକାର କି ପଦକ୍ଷେପ ନେବେ ? ତାହା ଦେଖିବା ଅପେକ୍ଷାରେ ରହିଲା ।  ତେବେ ଏହିଭଳି ଖବରର ଅପଡେଟ ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *