ମହାନଦୀ ଗର୍ଭରୁ ବାଟ ଖୋଜୁଛି 500 ବର୍ଷର ପୁରୁଣା ମନ୍ଦିର…ଦେଖନ୍ତୁ ଏହି ଭିଡିଓ

ମହାନଦୀ ଗର୍ଭରୁ 500 ବର୍ଷର ମନ୍ଦିର, ପୁଣି ବଢିଲା ଚର୍ଚ୍ଚା । ମହାନଦୀ ଗର୍ଭରେ ଲୀନ ହୋଇଯାଇଥିଲା ପ୍ରାୟ 7 ଖଣ୍ଡ ଗାଁ ଆଜି ବି ମନେ ପଡନ୍ତି ପୂର୍ବ ପୁରୁଷ । ମହାନଦୀ ଗର୍ଭରେ ପୁଣି ଦୃଶ୍ୟ ମାନ ହୋଇଛି 500 ବର୍ଷର ପୁରୁଣା ମନ୍ଦିର । ଆଉ ଏହାକୁ ଦେଖିବାକୁ ଲୋକଙ୍କ ମନରେ ଭାବ ସୃଷ୍ଟି ହୋଇଛି । ଗତ ଦୁଇ ବର୍ଷ ତଳେ ଏହି ବୁଡି ରହିଥିବା ମନ୍ଦିରକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ହୋଇଥିଲା ।

1400 ରୁ 1600 ଶତାବ୍ଦୀରେ ଏହି ମନ୍ଦିର ନିର୍ମାଣ କରାଯାଇଥିବା ଅନୁମାନ କରାଯାଇଛି । ନୟାଗଡ ଜିଲ୍ଲା ଭାଗପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଏହି ମନ୍ଦିର ଦେଖିବାକୁ ମିଳିଛି । ମନ୍ଦିରଟି ସଂପୂର୍ଣ୍ଣ ଭାବେ ଜଳରେ ବୁଡି ରହିଛି । କୁହାଯାଏ ଏହି ସ୍ଥାନରେ ପୂର୍ବରୁ ଲୋକମାନେ ବସବାସ କରୁଥିଲେ । କାଳ କ୍ରମେ ମହାନଦୀ ନିଜ କାୟା ବିସ୍ତାର କରି ଗତିପଥ ବଦଳାଇବାରୁ ଜନବସତି ପୋତି ହୋଇଯାଇଥିଲା ।

ଆଉ ମହାନଦୀ ଗର୍ଭରେ ଲୀନ ହୋଇଯାଇଥିଲା ପୁରା ଅଞ୍ଚଳ । ପ୍ରାୟ 7 ଖଣ୍ଡ ଗାଁ ମହାନଦୀ ଗର୍ଭରେ ଲୀନ ହୋଇଯାଇଛି । ନିଜକୁ ବଞ୍ଚେଇବାକୁ ସ୍ଥାନୀୟ ଲୋକେ ନିଜ ସ୍ଥାନ ଛାଡି ପ୍ରାୟ 2 କିଲୋମିଟର ଉଠି ଆସିଥିଲେ ଏବେ ପଦ୍ମାବତୀ ଗାଁରେ ରହୁଛନ୍ତି । ପୁରୁଣା ପଦ୍ମାବତୀ ଗାଁ ମହାନଦୀରେ ଲୀନ ହୋଇଯାଇଛି ।

କୂଳରେ ଥିବା ଗୋପୀନାଥ ମନ୍ଦିରରେ ଏବେ ମହାଦେବ ପୂଜା ପାଉଛନ୍ତି । ତେବେ ଏତେ ପୁରୁଣା ମନ୍ଦିରର ସଂପୂର୍ଣ୍ଣ ଐତିହାସିକ ଘଟଣା ଲୋକ ଲୋଚକକୁ ଆସିପାରି ନାହିଁ ।  2020 ମସିହା ପରଠାରୁ ଏହି ମନ୍ଦିରର ଚୂଳି ଦୃଶ୍ୟ ମାନ ହେଉଛି । ପ୍ରତି ବର୍ଷ ଏପ୍ରିଲ ଓ ମେ ମାସରେ କିଛି ଦିନ ପାଇଁ ଗୋପୀନାଥ ମନ୍ଦିରର ଦଧିରତି ଦେଖିବାକୁ ମିଳିଥାଏ । ମହାନଦୀର ଜଳ ସ୍ରୋତ ଓ ପ୍ରଖରତା ହ୍ରାସ ପାଇବା ପରେ ଏହି ଗୋପୀନାଥ ମନ୍ଦିର ପାଖକୁ ଲୋକମାନେ ଯାଇଥାନ୍ତି ।

ପଦ୍ମାବତୀ ଗ୍ରାମର ଲୋକମାନେ ଏହି ମନ୍ଦିରକୁ ଯାଇ ନିଜ ପୂର୍ବ ପୁରୁଷଙ୍କ କଥା ମନେ ପକାଇ ଥାନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଭାରତୀୟ ପ୍ରତ୍ନ ତାତ୍ଵିକ ବିଭାଗ ଓ ରାଜ୍ୟ ସରକାର ଏହି ମନ୍ଦିର ଉପରେ ସର୍ବେକ୍ଷଣ କରି ନାହାନ୍ତି । ସର୍ବେକ୍ଷଣ କରାଗଲେ ମନ୍ଦିର ଓ ପ୍ରାଚୀନ ସଭ୍ୟତା ବିଷୟରେ ଜଣା ପଡନ୍ତା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *