୧୮ ଅଙ୍କର ରହସ୍ୟ ସହ ସଂଯୋଗ ଥିଲା ମହାଭାରତର ଯୁଦ୍ଧ, ଯୁଦ୍ଧ ସମୟରେ ଏହି ସଂଖ୍ୟାର ଥିଲା ବିଶେଷ ମହତ୍ଵ, ଜାଣନ୍ତୁ କଣ

ମହାଭାରତ ଯୁଦ୍ଧ ଭାରତରେ ଲଢା ଯାଇଥିବା ଯୁଦ୍ଧ ମଧ୍ୟରେ ଶ୍ରେଷ୍ଠ ଯୁଦ୍ଧ ଅଟେ । ଏହି ଯୁଦ୍ଧ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ହୋଇଥିଲା । ପାଣ୍ଡବମାନଙ୍କର ବିଜୟ ହୋଇଥିଲା ଏହି ଯୁଦ୍ଧରେ । ଯେତେବେଳେ ଯୁଦ୍ଧ ଆରମ୍ଭ ହୋଇଥିଲା ସେତେବେଳେ କୌରବଙ୍କ ପକ୍ଷ ମଝବୁତ ଥିଲା । କାରଣ କୌରବଙ୍କ ପାଖରେ ବିଶାଳ ସେନା ଥିଲା ଓ ଶକ୍ତିଶାଳୀ ଯୋଦ୍ଧା ମଧ୍ୟ ଥିଲେ । ଅପରପକ୍ଷରେ ପାଣ୍ଡବଙ୍କର ୭ ଶକ୍ତିଶାଳୀ ସେନା ଥିଲା ଓ ପ୍ରଭୁ ଶ୍ରୀ କୃଷ୍ଣ ତାଙ୍କ ସାଙ୍ଗରେ ଥିଲେ । ଶେଷରେ ଯେତେବେଳେ ଯୁଦ୍ଧର ସମାପ୍ତି ଘଟିଲା ସେତେବେଳେ ପାଣ୍ଡବମାନେ କୌରବଙ୍କୁ ହରାଇଦେଇଥିଲେ।

ରହସ୍ୟରେ ଭରି ରହିଛି ମହାଭାରତ ଯୁଦ୍ଧ

ମହାଭାରତ ଯୁଦ୍ଧ କେତେଗୁଡିଏ ରହସ୍ୟରେ ଭରିଅଛି । ସେହି ରହସ୍ୟ ମଧ୍ୟରୁ ଗୋଟିଏ ରହସ୍ୟ ହେଉଛି ସଂଖ୍ୟା ୧୮ । ଏହି ଯୁଦ୍ଧରେ ଅଙ୍କ ୮ ଓ ୧୮ ର ବହୁତ ମହତ୍ଵ ରହିଛି ଓ ଏହି ଦୁଇ ଅଙ୍କର ମହତ୍ଵ ଆଜି ପର୍ଯ୍ୟନ୍ତ ମଧ୍ୟ ରହି ଆସିଛି ।

କୃଷ୍ଣ ଓ ୮ ଅଙ୍କର ରହସ୍ୟ

୧- ଭଗବାନ କୃଷ୍ଣଙ୍କର ୮ ଅଙ୍କ ସହ ବହୁତ କଥା ଯୋଡା ଅଛି । ବିଷ୍ଣୁଙ୍କର ଅଷ୍ଟମ ଅବତାରରେ ଶ୍ରୀ କୃଷ୍ଣ ଜନ୍ମଗ୍ରହଣ କରିଥିଲେ ।

୨- ଶ୍ରୀ କୃଷ୍ଣ ଦେବକିଙ୍କର ଅଷ୍ଟମ ଗର୍ଭର ସନ୍ତାନ ଥିଲେ ଓ ସେ କୃଷ୍ଣପକ୍ଷ ରାତି ସାତ ପ୍ରହର ପରେ ଅର୍ଥାତ ଅଷ୍ଟମ ପ୍ରହରରେ ଗନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ କୃଷ୍ଣପକ୍ଷ ଅଷ୍ଟମୀ ତିଥି ୩୧୧୨ଖ୍ରୀଷ୍ଟ ପୁର୍ବରେ ହୋଇଥିଲା।

୩- ଶ୍ରୀ କୃଷ୍ଣ ନିଜ ଜୀବନରେ ୮ଥର ବିବାହ କରିଥିଲେ ଓ ତାଙ୍କର ଆଠୋଟି ପତ୍ନୀ ମଧ୍ୟ ଥିଲେ । କେବେଳ ଏତିକି ନୁହେଁ ଇତିହାସରେ ମଧ୍ୟ ଦର୍ଶାଯାଇଛି କି ତାଙ୍କର ସଖି ଓ ସଖାଙ୍କ ସଂଖ୍ୟା ମଧ୍ୟ ୮ ଥିଲା । ଅର୍ଥାତ ୮ ଅଙ୍କ ସହିତ ଭଗବାନଙ୍କର ବହୁତ ଖାସ ସମ୍ବନ୍ଧ ଥିଲା।

ମହାଭାରତ ଓ ୧୮ ଅଙ୍କର ରହସ୍ୟ

୧- ମହାଭାରତରେ ୧୮ ଅଙ୍କର ବିଶେଷ ଗୁରୁତ୍ଵ ରହିଛି । କାରଣ ମହାଭାରତରେ ଘଟି ଯାଇଥିବା ଘଟଣାରେ ଏହି ଅଙ୍କ ନିଶ୍ଚୟ ଆସିଥାଏ । ମହାଭାରତ ସମୟରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ୧୮ଦିନ ବ୍ୟାପି ଗୀତା ଜ୍ଞାନ ଦେଇଥିଲେ ।

୨- ଗୀତା ପୂସ୍ତକରେ ୧୮ ଟି ଅଧ୍ୟାୟ ଅଛି ।

୩- ମହା ଭରତ ଯୁଦ୍ଧ ୧୮ ଦିନ ପର୍ଯ୍ୟନ୍ତ ଚାଲିଥିଲା ।

୪- ଏହି ଯୁଦ୍ଧରେ ଦୁଇ ପକ୍ଷର ସେନା ସଂଖ୍ୟା ମିଶି ୧୮ ଥିଲା । ଯେଉଁଥିରେ କି କୌରବଙ୍କର ୧୧ଟି ଓ ପାଣ୍ଡବଙ୍କର ୭ଟି ସେନା ଥିଲେ ।

୬- ଏହି ଯୁଦ୍ଧର ପ୍ରମୁଖ ସୂତ୍ରଧର ମଧ୍ୟ ୧୮ ଜଣ ଥିଲେ ।

୭- ମହାଭାରତକୁ ଋଷି ବେଦବ୍ୟାସ ୧୮ ଖଣ୍ଡ ପୁରାଣରେ ରଚନା କରିଛନ୍ତି । ମହାଭାରତ ସମ୍ବନ୍ଧରେ ଆମର ଲେଖାଟି ଯଦି ଭଲ ଲାଗିଥାଏ ତେବେ ସେଆର କରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *