ମାଡି ଆସୁଛି କଳା ପାହାଡ ! ଆସିବ କି ବଡ ବିପତ୍ତି ?

ବନ୍ଧୁଗଣ, ଭକ୍ତ ମହଲରେ ମଧ୍ୟ ଦୁଃଖ ଏବଂ ଅନେକ ଭକ୍ତ ମର୍ମାହତ । ସେପଟେ ସେବାୟତ ମହଲରେ ହାତସା । ମାତ୍ର ଶ୍ରୀ ମନ୍ଦିର ଇତିହାସ ରେ ଏଭଳି ଘଟଣା ଘଟି ନଥିଲା । ଏହି ଘଟଣା ରେ ଏକାଧିକ ସଂଖ୍ୟା ରେ ଚୂଲି ଭାଙ୍ଗି ଦିଆଯାଇଅଛି । ଏବଂ ତାହାର ତଦନ୍ତ ମଧ୍ୟ ଆରମ୍ଭ ହୋଇ ଗଲାଣି ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ଆରମ୍ଭ ହୋଇଗଲାଣି । ଏହା ସହିତ ଜିଲ୍ଲାପାଳ ମଧ୍ୟ ରୋଷଶାଳ କୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

ପୁରୀ ଏସିପି ମଧ୍ୟ ଅନୁଧ୍ୟାନ କରିଛନ୍ତି ଯେ ସେ କିଏ କେଉଁ ବାଟରେ ଆସି ଏହି ଚୂଲି କୁ ଭାଙ୍ଗି ଯାଇଛନ୍ତି । ନାରାୟଣ ମହାପାତ୍ର ପୂର୍ବତ୍ତନ ସମ୍ପାଦକ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖ ର ବିଷୟ ମାତ୍ର ସେ ହେଉଛି ଆମ୍ଭର ମା’ ତାହା ଠାରୁ ଉପାର୍ଜିତ ଧନରୁ ଆମ୍ଭେ ମଣିଷ । ତାକୁ ଭାଙ୍ଗିବାକୁ ସେମାନଙ୍କ ହାତ ଗଲା କିଭଳି ? ଆଉ ଏକ କଥା ହେଉଛି ଯେ ଏହି ବାବଦରେ ପ୍ରଶାସନ କୁ ବାରମ୍ବାର କୁହାଯାଇଅଛି ଯେ ଆପଣ ରୋଷର ସୁରକ୍ଷା ଦାଇତ୍ଵ ନିଶ୍ଚିତ ଭାବରେ ନିଅନ୍ତୁ ।

ରୋଷଘର ପ୍ରକୃତରେ ଚାବି ପଡିବା କଥା । ପଛ ମଣ୍ଡପ ରେ ଆଉ କେହି ରୋଷଶାଳ ରେ ରହୁ ନାହାଁନ୍ତି । ଯେଉଁ ମାନେ ରହୁଛନ୍ତି ସେମାନେ ଜଗନ୍ନାଥ ମହାପ୍ରଭୁ ଙ୍କ ନୀତି ପାଇଁ ରହୁଛନ୍ତି । ମାତ୍ର ତାହାର ହାତ କିଭଳି ଗଲା ଯେ ଗୋଟିଏ ନୁହେଁ ଦୁଇଟି ନୁହେଁ ଅନେକ ଚୂଲି ଭାଙ୍ଗି ଦେଇଛି । ଯେଉଁ ଚୂଲିକୁ ଆମ୍ଭେ ପ୍ରଥମେ ଗଲେ ଓଲେଈ ସେଠାରେ ମାଟି ଲିପିବା ଆମ୍ଭର ପ୍ରଥମ କାମ ସେ ଆମ୍ଭର ଲକ୍ଷ୍ମୀ ପ୍ରତିମା ।

ଆଉ ଜଣେ ବରିଷ୍ଠ ସେବାୟତ କହିଛନ୍ତି ଯେ ଚୂଲି ଭାଙ୍ଗି ଦିଆଯାଇଅଛି ବୋଲି କଥା ଶୁଣି ମୁଁ ବହୁତ ମର୍ମାହାତ । କାରଣ ରୋଷଶାଳ କୁ ଆମ୍ଭେ ମାନେ ଯାଇ ପାରିବୁ ନାହିଁ । ଯେଉଁ ମାନଙ୍କ ସେଠାରେ କାର୍ଯ୍ୟ କେବଳ ସେମାନେ ହିଁ ସେଠାକୁ ଯାଇଥାନ୍ତି ।

ମାତ୍ର ଯିଏ ମଧ୍ୟ ଚୂଲି ଭାଙ୍ଗିଛି ତାହା ଉପରେ ତଦନ୍ତ କରାଯାଉ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ତେବେ ଦିନ ପରେ ଦିନ ଏହିଭଳି ଶ୍ରୀ ମନ୍ଦିରରେ ଅଘଟଣ ଘଟି ଚାଲିଛି । ଏହା ଘଟଣା ରେ ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ବହୁତ ମର୍ମାହାତ ହୋଇଛନ୍ତି । ତେବେ ବନ୍ଧୁଗଣ ଏହି ଗୁରୁତ୍ଵପୂର୍ଣ୍ଣ ବିବରଣୀ ଉପରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *