ଯାତ୍ରାରେ କିପରି ଏତେ ଜଣଙ୍କ ପାଇଁ ଖାଦ୍ଯ ତିଆରି ହୁଏ ? କିଏ ରୋଷେଇ କରେ ? ଦେଖନ୍ତୁ Konark ଗଣନାଟ୍ୟର ରୋଷେଇ ଶାଳ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ଏବଂ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି।ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ। ତେବେ କେବଳ ସିନେମା କିମ୍ବା ଅଭିନେତା ଏବଂ ଅଭିନେତ୍ରୀ ନୁହେଁ ବରଂ ଅନେକ ଲୋକ ଯାତ୍ରା ନାଟକ ଆଦି ଦେଖିବାକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି।


ତେବେ ଏହି ଯାତ୍ରା ଆଗରୁ ଗାଁ ମାନଙ୍କ ରେ ହେଉଥିଲା କିନ୍ତୁ ବର୍ତ୍ତମାନ ଗାଁ ସହର ସବୁଠାରେ ହେଇ ପାରୁଛି ଏହା ଛଡା ଏହା ଟିଭି ରେ ମଧ୍ୟ ପ୍ରସାରିତ ହେଉଛି। ତେବେ ଆପଣ ମାନେ କୋଣାର୍କ ଗଣନାଟ୍ୟ ବିଷୟରେ ନିଶ୍ଚିତ ଅବଗତ ଥିବେ।ଏହି ଗଣନାଟ୍ୟ ରେ ଅନେକ ଯାତ୍ରା ପ୍ରସ୍ତୁତ ହୋଇଛି ଏବଂ ଲୋକମାନେ ମଧ୍ୟ ସେହି ଯାତ୍ରା କୁ ଦେଖିବାକୁ ପସନ୍ଦ ମଧ୍ୟ କରନ୍ତି ସେହି ଯାତ୍ରା କୁ ଭଲ ପାଇବା ମଧ୍ୟ ପ୍ରଦାନ କରନ୍ତି।

ତେବେ ଏହି ଗଣ ନାଟ୍ୟ ରେ ଦୈତାରୀ ପଣ୍ଡାଙ୍କ ସହିତ କାହ୍ନା, ଟିକି, ବାବୁଲି , ତୃପ୍ତି, ସୁରଜ, ମିନୁ, ରାଧା, ଜୟନ୍ତି ଆଦି ବଡ଼ ବଡ଼ ଓ ନାମୀ ଦାମୀ କଳାକାର ଅଭିନୟ କରିଛନ୍ତି। ତେବେ ଏହି ଗଣନାଟ୍ୟ ରେ ଅନେକ ଯାତ୍ରା ପ୍ରସ୍ତୁତ ହୋଇଛି ଯେପରି ସ୍ୱାମୀ ସିନ୍ଦୁରକୁ ଭରସା ନାହିଁ,ଆଖି ଅବୁଝା କୁ ଲୁହ ଅବୁଝା,ଭାଗ୍ୟ ଖେଳୁଛି ଖେଳ,ବଦନାମ ହେଲି ତୋରି ପାଇଁ, ସୈତାନ,ଆଦି।

ତେବେ ଏହି ଗଣନାଟ୍ୟ ରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ଙ୍କ ପାଇଁ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଏ। ତେବେ ଏହି କୋଣାର୍କ ଗଣନାଟ୍ୟ ର ରୋଷେଇ ଶାଳ ରେ ୧୫୦ ଲୋକଙ୍କ ପାଇଁ ପ୍ରତିଦିନ ଭାତ, ଡାଲମା,ଖଟା ଆଦି ହୁଏ ଏବଂ ଆଇଁସ ବାର ରେ ଆଇଁସ ହୁଏ କାହାକୁ ପିଆଜ ରସୁଣ ପସନ୍ଦ କିମ୍ବା ନୁହେଁ ସେ ପସନ୍ଦ କୁ ଦେଖି ମଧ୍ୟ ଖାଦ୍ୟ ପ୍ରସ୍ତୁତ ହୁଏ।


ତେବେ ଏଠାକାର ରୋଷେୟା ସକାଳୁ କାମ କରନ୍ତି ଏବଂ ଫୁଣି ରାତିରେ ମଧ୍ୟ କାମ କରନ୍ତି ତେବେ ରୋଷେୟା ଙ୍କ କହିବା କଥା ସେ ଦୀର୍ଘ ୩୦ ବର୍ଷ ଧରି ଏହି ଗଣନାଟ୍ୟ ରେ କାମ କରି ଆସୁଛନ୍ତି ଏବଂ ଯେତେବେଳେ କଳାକାର ମାନେ ଖାଇବା ଖାଆନ୍ତି ତାଙ୍କୁ ସନ୍ତୁଷ୍ଟ ଅନୁଭବ ହୁଏ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *