Exclusive: ହେ ଭଗବାନ ! ରକ୍ଷା କର… ଦେଖୁ ଦେଖୁ ମାଡି ଆସିଲା ଝରଣା ପାଣି, ଫସିଗଲେ 50 କାଉଡିଆ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି । ଆଜି ହେଉଛି ଶ୍ରାବଣ ମାସର ଶେଷ ଦିନ ଯାହା ପାଇଁ କାଉଡିଆ ମାନଙ୍କର ଗହଳି ପ୍ରାୟତ ସବୁ ଆଡେ ଦେଖିବାକୁ ମିଳିଛି । ତେବେ ଏମିତି ଏକ ଘଟଣା ବର୍ତ୍ତମାନ ସାମନାକୁ ଆସିଛି । ଦେଖୁ ଦେଖୁ ମାଡି ଆସିଲା ଝରଣା ପାଣି । ଆଉ ପାହାଡୀ ଝରଣାର ସ୍ରୋତ ବି ବଢିବାରେ ଲାଗିଲା । ଆଉ ଠିକ ଏହି ସମୟରେ ଝରଣାରୁ ପଣି ନେଉଥିବା କାଉଡିଆ ମାନେ ଝରଣା ତଳକୁ ଖସି ଯାଇଥିଲେ । 

ପାଣିର ସୁଅ ଯେତିକି ପ୍ରଖର ହେଉଥିଲା କାଉଡିଆ ଙ୍କ ହୃତପିଣ୍ଡ ର ସ୍ପନ୍ଦନ ତୀବ୍ର ଗତିରେ ବଢିବାରେ ଲାଗିଥିଲା । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲା ପଦ୍ମପୁର ନୃସିଙ୍ଘନାଥ ମନ୍ଦିର ରେ । ମନ୍ଦିର ପାଖରେ ପାହାଡିଆ ଝରଣା ରେ କାଉଡିଆ ମାନେ ପାଣି ଉଠାଇ ନେଉଥିବା ବେଳେ ହଠାତ ମାଡି ଆସିଥିଲା ପ୍ରଖର ଗତିରେ ଝରଣା ପାଣି । 

ସୁ ସୁ ଗର୍ଜନ ନାଦ କରି ମାଡି ଆସିଲା ଝରଣା । ଆଉ ଏହି ଝରଣା ପାଣି ରେ ଫସି ଯାଇଥିଲେ ପାଖାପାଖି ୫୦ ଜଣ କାଉଡିଆ ମାନେ । ଆଜି ହେଉଛି ଶ୍ରାବଣ ମାସର ଶେଷ ଦିନ ଆଉ ଆସନ୍ତା କାଲି ହେଉଛି ଶ୍ରାବଣ ମାସର ଶେଷ ସୋମବାର ।  ସେଥିପାଇଁ ଜଳାଭିଷେକ କରିବା ଲାଗି ନୃସିଙ୍ଘନାଥ ପୀଠ ରେ କାଉଡିଆ ମାନଙ୍କର ପ୍ରବଳ ଭିଡ ଜମିଥିଲା ।

ବରଗଡ ଜିଲା ପଦ୍ମପୁର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ହୋଇ ଥିବାରୁ ଜିଲ୍ଲା ଓ ଜିଲା ବାହାରୁ ଏପରିକି ରାଜ୍ୟ ବାହାର ଛତିଶଗଡ ରୁ ମଧ୍ୟ କାଉଡିଆ ମାନେ ଏଠାକୁ ଜଳ ଅଭିଷେକ କରିବାକୁ ପ୍ରତି ବର୍ଷ ଆସିଥାନ୍ତି । କାଉଡିଆ ମାନେ ଜଳାଭିଷେକ କରିବା ଲାଗି ପାଣି ନେଉଥିବା ବେଳେ ବର୍ଷା ଅଧିକ ହେବା କାରଣରୁ ଝରଣାରେ ପ୍ରଖର ସୁଅ ରେ ପାଣି ମାଡି ଆସିଥିଲା । ଆଉ ଚାହୁଁ ଚାହୁଁ ଝରଣାରେ ଖର ଖର ସ୍ରୋତ ଦେଖିବାକୁ ମିଳିଥିଲା ।

ଏହି ପ୍ରଖର ସ୍ରୋତରେ କାଉଡିଆ ମାନେ ଭୟଭୀତ ହୋଇ ଯାଇଥିଲେ । ପାଖା ପାଖି  ରୁ ୩ ଘଣ୍ଟା ଯାଏଁ କାଉଡିଆ ମାନେ ହସି ରହି ଯାଇଥିଲେ ଝରଣା ପାଣି ରେ । ଆପଣ ମାନେ ମଧ୍ୟ ଏହି ଭିଡିଓ ରେ ଝରଣା ପାଣି ର ହୁ ହୁ ଶବ୍ଦ ନିଶ୍ଚୟ ଶୁଣି ପାରିବେ କିପରି ଗର୍ଜନ ନାଦ କରି ମାଡି ଆସୁଛି ଝରଣା ପାଣି । ପରେ କାଉଡିଆ ମାନେ ସାହସ କରି ପରସ୍ପର ର ହାତକୁ ହାତ ଧରି ସ୍ରୋତ ପାଣିକୁ ପାର ହୋଇଥିଲେ । ଯାହା ଫଳରେ ୫୦ ଜଣ କାଉଡିଆ ନିଜର ଜୀବନା ବଞ୍ଚାଇବାକୁ ସକ୍ଷମ ହୋଇଥିଲେ ।

ଏଠାରେ କହି ରଖୁଛୁ କି ଯେଉଁ ସମୟରେ ଝରଣାର ପାଣି ହୁ ହୁ ହୋଇ ମାଡି ଆସିଲା ସେହି ସମୟରେ ସମସ୍ତଙ୍କ ମନରେ ଭୟର ବାତାବରଣ ଖେଳି ଯାଇଥିଲା । ସେ ଯାହା ବି ହେଉ କାଉଡିଆ ମାନେ ଦୃଢ ମନୋବଳ କରି ଝରଣା ପାଣି ରୁ ନିଜକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । 

Leave a Reply

Your email address will not be published. Required fields are marked *