Ollywood ଅଭିନେତ୍ରୀ Bidusmita ଙ୍କୁ ଧୋକା ! ଖଣ୍ଡଗିରୀ ଥାନାରେ ଆଣିଲେ ସାଂଘାତିକ ଅଭିଯୋଗ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ନମସ୍କାର ବନ୍ଧୁଗଣ, ଆପଣ ମାନେ ଓଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ବିଦୁସ୍ମିତା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ଦମଦାର ଅଭିନୟ ପାଇଁ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ତାଙ୍କର ଅଭିନୟ ର ଯାଦୁ ଦର୍ଶକ ମାନଙ୍କ ହୃଦୟକୁ ବାନ୍ଧିକି ରଖି ପାରିଛି । ତେବେ ଦୁଖର କଥା ହେଉଛି ତାଙ୍କ ସହ ବଡ ଅଘଟଣ ଘଟି ଯାଇଛି । ସୂଚନା ଅନୁଯାୟୀ ବିଦୁସ୍ମିତା ଙ୍କୁ ଜଣେ ଦଲାଲ ଜମି କିଣାଇ ଦେବାକୁ କହି ୧୫ ଲକ୍ଷ ଟଙ୍କା ଠକି ନେଇ ଯାଇଅଛି । ତେବେ ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ ଅଟେ ।

ଏ ନେଇ ଖଣ୍ଡଗିରୀ ଥାନାରେ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ସୂଚନା ଅନୁଯାୟୀ ସେ ୨୦୧୯ ମସିହାରେ ଜମି କିଣିବା ପାଇଁ ରିୟାଲ ଡେଭଲପର୍ସ ଆଣ୍ଡ କଣ୍ଟ୍ରାକ୍ଟସନ ଲିମିଟେଡ ନାମକ ଏକ ସଂସ୍ଥା ସହ ଯୋଗାଯୋଗ କରିଥିଲେ । ତେବେ ସେହି ସଂସ୍ଥା ର ପରିଚାଳକ ଅରୁଣ ଜ୍ୟୋତି ପଟ୍ଟନାୟକ ବିଦୁସ୍ମିତା ଙ୍କୁ କଳିଙ୍ଗ ବିହାର ରେ ଏକ ଜମି ଅଛି ଆଉ ସେ ତାଙ୍କୁ କିଣାଇ ଦେବାକୁ କହିଥିଲେ । ତେବେ ଦୁହିଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା ।

ଚୁକ୍ତି ଅନୁଯାୟୀ ଜମି କିଣିବା ଆଗରୁ ବିଦୁସ୍ମିତା ଙ୍କୁ ଅଗ୍ରିୟ ୧୫ ଲକ୍ଷ ଟଙ୍କା ଦେବାକୁ ପଡିବ । ଏହା ପରେ ଜମି ତାଙ୍କ ନାଁ ରେ ପଞ୍ଜୀକରଣ ହୋଇ ପାରିବ । ଆଉ ଚୁକ୍ତି ଅନୁଯାୟୀ ଅରୁଣ ଜ୍ଯୋତି ଙ୍କୁ ବିଦୁସ୍ମିତା ୧୫ ଲକ୍ଷ ଟଙ୍କା ଦେଇଥିଲେ । ଆଉ ଦୁଇ ମାସ ପରେ ବିଦୁସ୍ମିତା ଙ୍କ ନାଁ ରେ ପଞ୍ଜୀକରଣ ହୋଇଯିବ ବୋଲି ପରିଚାଳକ ଅରୁଣ ଜ୍ଯୋତି କହିଥିଲେ । କିନ୍ତୁ ଦୁଇ ମାସ ଯାଇ ଦୁଇ ବର୍ଷ ଏହାରି ଭିତରେ ବୀତି ଯାଇଛି । କିନ୍ତୁ ଏ ଯାଏଁ ବିଦୁସ୍ମିତା ନାନ ରେ ପଞ୍ଜୀକରଣ ହୋଇ ନାହି କି ଅରୁଣ ଜ୍ଯୋତି ତାଙ୍କୁ ୧୫ ଲକ୍ଷ ଟଙ୍କା ମଧ୍ୟ ଫେରାଇ ନାହାନ୍ତି ।

ଏମିତିକି ଉକ୍ତ ସଂସ୍ଥା ଓ କର୍ତ୍ତୁପକ୍ଷ ଙ୍କୁ ବାର ବାର ବିଦୂସ୍ମିତା ଫୋନ କରୁଥିଲେ ମଧ୍ୟ ସେମାନେ କିଛି ଉତ୍ତର ଦେଉ ନାହାନ୍ତି । ଯାହା ଫଳରେ ଅତିଷ୍ଠ ହୋଇ ଅଭିନେତ୍ରୀ ବିଦୁସ୍ମିତା ଖଣ୍ଡଗିରୀ ଥାନା ର ଦ୍ଵାରସ୍ଥ ହୋଇଛନ୍ତି । ତାଙ୍କ ଅଭିଯୋଗ କୁ ଆଧାର କରି ଖଣ୍ଡଗିରୀ ପୋଲିସ ଏହି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଦେଖାଯାଉ ଖଣ୍ଡଗିରୀ ପୋଲିସ ବିଦୁସ୍ମିତା ଙ୍କୁ ଧୋକା ଦେଇଥିଲା ଦଲାଲ ଅରୁଣ ଜ୍ଯୋତି ଙ୍କ ବିରୁଦ୍ଧରେ କେବେ ଆକ୍ସନ ନେବ ଆଉ କେବେ ତାକୁ ଆରେଷ୍ଟ କରିବ ତାହା ଦେଖିବା ବାକି ରହିଲା ।

ଏହା ସହ ଖଣ୍ଡଗିରି ପୋଲିସ ବିଦୁସ୍ମିତା ଯେଉଁ ସଂସ୍ଥା ଦ୍ଵାରା ଅରୁଣ ଜ୍ଯୋତି ଙ୍କୁ ଜାଣିଥିଲେ ବା ପରିଚିତ ହୋଇଥିଲେ ତାହା ବିରୁଦ୍ଧରେ କିଭଳି ତଦନ୍ତ କରୁଛି ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । 

Leave a Reply

Your email address will not be published. Required fields are marked *