20 Interesting Gk Questions: ମା’ ଠାରୁ ଜନ୍ମ ହୁଏ ମା’କୁ ଛୁଇଁଲେ ମରିଯାଏ ! କୁହନ୍ତୁ ତାହା କଣ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଚତୁର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଏହି ପରିକା ପ୍ରଶ୍ନ ବୋଧେ ଆପଣ ମାନେ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ । ଏହି ସବୁ ପ୍ରଶ୍ନର ଉତ୍ତର ବନ୍ଧୁଗଣ ବହୁତ କମ ଲୋକ ଦେଇ ପାରିବେ । ଆପଣ ମାନେ ଏହି ସବୁ ପ୍ରଶ୍ନ ବିଷୟରେ ଜାଣି ନିଜ ପରିବାର ବର୍ଗ କିମ୍ବା ନିଜ ସାଙ୍ଗ ସାଥି ମାନଙ୍କୁ ପଚାରି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଚତୁର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ।

୧- ଏଭଳି କେଉଁ ଜିନିଷ ଯାହାକୁ ଆମେ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?

ଉତ୍ତର- ଅଣ୍ଡା ।

୨- ଏମିତି କେଉଁ କାମ ଯାହାକୁ ପୁରୁଷ ମାନେ ଥରେ କରିଥାନ୍ତି କିନ୍ତୁ ନାରୀ ମାନେ ସବୁଦିନ କରିଥାନ୍ତି ?

ଉତ୍ତର- ମଥାରେ ସିନ୍ଦୁର ।

୩- କେଉଁ ବହି ଯାହା କେବେ ଛପାଯାଇ ନାହିଁ ?

ଉତ୍ତର- ଫେସ ବୁକ ।

୪- କେଉଁ ଜାଗାରେ ଜଣେ ଚାହିଁଲେ ମଧ୍ୟ ଘୁଙ୍ଗୁଡି ମାରି ପାରିବ ନାହିଁ ?

ଉତ୍ତର- ମହାକାଶରେ ।

୫- ସେ କେଉଁ ଜିନିଷ ଆମେ ନ ଚାହିଁଲେ ମଧ୍ୟ ଆସିଥାଏ ?

ଉତ୍ତର- ମୃ-ତ୍ୟୁ ।

୬- ମା’ ଠାରୁ ଜନ୍ମ ହୁଏ, ମାତ୍ର ମା’ କୁ ଛୁଇଁଲେ ମରିଯାଏ ?

ଉତ୍ତର- ଲୁଣ ।

୭- ଏମିତି କେଉଁ ଫଳ ଯାହା ମିଠା ହେବା ସତ୍ବେ ମଧ୍ୟ ବଜାରରେ ବିକା ଯାଏନାହିଁ ?

ଉତ୍ତର- ଧର୍ଯ୍ୟର ଫଳ ।

୮- କଞ୍ଚାବେଳେ ଲତପତ ପାଚିଗଲେ ଟାଣ, ଏହାର ଉତ୍ତର କହିଦିଆ କିଏ ରହିଲା ମୋ ରାଣ ?

ଉତ୍ତର- ମାଟି ହାଣ୍ଡି ।

୯- କଳା ଘାସ ବଣେ ଧରିଲି ଚୋରା ନଖ ମୁନେ ତାର ହେଲା ବିଚାର ?

ଉତ୍ତର- ଉକୁଣୀ ।

୧୦- କହିଲ ଦେଖି କେଉଁ ଫଳର ଆଖି ୩ ଟି ?

ଉତ୍ତର- ନଡିଆ ।

୧୧- କାଟିଲେ ରକତ ନାହିଁ, କୁଟିଲେ ହାଡ ମଧ୍ୟ ନାହିଁ, କି ଜୀବ ସିଏ କହିଲ ଭାଇ ?

ଉତ୍ତର- ଚିଙ୍ଗୁଡି ।

୧୨- କାଠର ବାଛୁରୀ ପଥର ଗାଈ ଯେତେ ଦୂହୁଁଥିଲେ, ପହ୍ନଉଥାଇ ?

ଉତ୍ତର- ଚନ୍ଦନ କାଠ ପେଢି ।

୧୩- ଗରମ ପାଇଲେ ଉପରେ ଉଡେ ଶୀତଳ ପାଇଲେ ତଳକୁପଡେ ?

ଉତ୍ତର- ବାଷ୍ପ ।

୧୪- ଗଛ ଲଗାଇଲି ଫଳିବା ପାଇଁ, ଫଳ ଧରିଲା ହେଲେ ଝଡିଲା ନାହିଁ ?

ଉତ୍ତର- ଭେଣ୍ଡି ।

୧୫- କଞ୍ଚା କଳଦିଆ, ପାଚିଲେ କଳା ନ କହି ପାରିଲେ ରାଜ୍ୟରୁ ପଳା ?

ଉତ୍ତର- ଖଜୁରୀ କୋଳି ।

୧୬- କେଉଁ ଜୀବ ତାର ନାକ ଦ୍ଵାରା ସବୁ କମ କରିଥାଏ ?

ଉତ୍ତର- ହାତୀ ।

୧୭- କେଉଁ ଫଳ ଉପରେ ପାତ୍ର ଥାଏ ?

ଉତ୍ତର- ସପୁରୀ ।

୧୮- ତାହା କଣ ଯାହା ଦେଲେ ବଢିଥାଏ ?

ଉତ୍ତର- ଜ୍ଞାନ ।

୧୯- ଗୋଟିଏ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡିଆ ଅକ୍ଷର ରହିଥାଏ ?

ଉତ୍ତର- ବର୍ଣ୍ଣମାଳା ।

୨୦- ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନରାତି ଛିଡା ହୋଇଥାଏ ?

ଉତ୍ତର- ନଡିଆ ଗଛ ।

Leave a Reply

Your email address will not be published. Required fields are marked *