WHO ର ଭୟଙ୍କର ଚେତାବନୀ ! ତୀବ୍ର ବେଗରେ ଦେଶରେ ବ୍ୟାପୁଛି Omicron, କଣ ପୁଣି ଥରେ ଆରମ୍ଭ ହେବ Lockdown ଓ Shutdown ?

ବନ୍ଧୁଗଣ ବର୍ତ୍ତମାନ ସାରା ବିଶ୍ଵରେ ପୁଣି କରୋନା ଭୟ ଘାରିଛି । ବିଶ୍ଵର ୭୦ଟି ଦେଶରେ ସଂକ୍ରମିତ ହେଲାଣି କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ । ଧୀରେ ଧୀରେ ଏହି ଭାଇରସ ବିସ୍ତାର ବଢାଇବାକୁ ଲାଗିଛି । ବନ୍ଧୁଗଣ ବର୍ତ୍ତମାନ ଏହି କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି । ତେବେ ବିଶ୍ଵରେ ଓମିକ୍ରନର ବଡ ଲହର ଆସିବାର ସମ୍ଭାବନା ରହିଛି ବୋଲି ପୂର୍ବନୁମାନ କରିଛନ୍ତି ବିଶେଷଜ୍ଞ ମାନେ ।

ତେବେ ବର୍ତ୍ତମାନ ଏହା ପ୍ରଶ୍ନ ଉଠୁଛି ଯେ କରୋନା ଭାଇରସର ଏହି ନୂଆ ଭାରିଏଣ୍ଟ ଓମିକ୍ରନ ପାଇଁ ସାରା ବିଶ୍ଵରେ ଲକଡାଉନ ଓ ସଟଡାଉନ ଭଳି ପରିସ୍ଥିତି ଆସିବ ନା ନାହିଁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ବିଶେଷଜ୍ଞ ମାନଙ୍କ ମତରେ ଯଦି କରୋନା ଭାଇରସର ଏହି ନୂଆ ଭାରିଏଣ୍ଟ ଓମିକ୍ରନ ପାଇଁ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବ ତା ହେଲେ ଦେଶରେ ଲକଡାଉନ ଏବଂ ସଟଡାଉନ କରାଯାଇ ପାରେ ।

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମିତ ହୋଇଥିବାରୁ ସମସ୍ତେ ଚିନ୍ତାରେ ପଡି ଯାଇଛନ୍ତି । ଯଦି ପୁଣି ଏହି ଭାଇରସ ପାଇଁ ଲକଡାଉନ ଓ ସଟଡାଉନ ହୁଏ ତା ହେଲେ ଲୋକମାନେ ଜୀବିକା ଏବଂ ଜୀବନ ମଧ୍ୟରେ ସଂଘର୍ଷ କରିବେ । ତେଣୁ ଏହି ଭାଇରସର ସଂକ୍ରମଣ ଠାରୁ ଲୋକମାନଙ୍କୁ ସତର୍କ ରହିବା ପାଇଁ କହିଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ।

ଏବେ ବିଶ୍ଵର ୭୦ଟି ଦେଶରେ ଓମିକ୍ରନର ସଂକ୍ରମଣ ହୋଇଥିବା ବେଳେ ପୁଣି ଥରେ ଲକଡାଉନ ଓ ସଟଡାଉନର ପରିସ୍ଥିତି ଆସିପାରେ ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିଛି । କରୋନା ମହାମାରୀର ନୂଆ ଭାରିଏଣ୍ଟ ଓମିକ୍ରନକୁ ଚିହ୍ନଟ କରିବା ପାଇଁ ଆସାମର ଲ୍ୟାବ ଆଇସିଏମଆରଆଇ ନୂଆ କିଟ ପ୍ରସ୍ତୁତ କରି ସାରିଛି । ଆସନ୍ତା ସପ୍ତାହରେ ଏହି ନୂଆ କିଟ ବଜାରରେ ଉପଲବ୍ଧ ହୋଇପାରେ ବୋଲି ସୂଚନା ମିଳିଛି । ଏହି କିଟ ଦ୍ଵାରା ଓମିକ୍ରନ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ମାତ୍ର ୨ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇ ପାରିବ ।


ଏବେ ଭାରତରେ ପାଖାପାଖି ୧୦ଟି ରାଜ୍ୟରେ ଓମିକ୍ରନ ସଂକ୍ରମଣ ହୋଇଥିବାର ଜଣା ପଡିଛି । ବନ୍ଧୁଗଣ ସେହି ସବୁ ରାଜ୍ୟ ଗୁଡିକ ହେଉଛି ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମ ବଙ୍ଗ, କେରଳ, ଗୁଜୁରାଟ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ । ତା ହେଲେ ବନ୍ଧୁଗଣ ଆପଣ ମାନେ ବି ଏହି ଭାଇରସର ସଂକ୍ରମଣ ଠାରୁ ବଞ୍ଚିବା ପାଇଁ ସତର୍କ ରୁହନ୍ତୁ ଓ ସରକାରଙ୍କ ଗାଇଡଲାଇନର ପାଳନ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *