ମା ଠାରୁ ଜନ୍ମ ହୁଏ ମା କୁ ଛୁଇଁଲେ ମରିଯାଏ ? କହି କି ପାରିବ ସେ କିଏ…

ବନ୍ଧୁଗଣ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ପିଲାବେଳେ ଆମେ ନିଶ୍ଚୟ କିଛି ପ୍ରହେଳିକା ଖେଳ ଖେଳିଛୁ, ଯେଉଁଥିରେ ପ୍ରଶ୍ନ ଗୁଡିକ ବହୁତ ମଜାଦାର ହୋଇଥାଏ ଓ ତାହାର ପ୍ରଶ୍ନ ମଧ୍ୟ ସେହିପରି ମଜାଦାର ହୋଇଥାଏ କିନ୍ତୁ ଏହାକୁ ସହଜରେ ଆମେ କହି ପାରି ନଥାଉ । ପ୍ରକୃତରେ ଏହି ପ୍ରଶ୍ନ ଗୁଡିକ ଆମ ବୁଦ୍ଧିର ପରୀକ୍ଷା କରିଥାଏ । ତେବେ ଆଜି ମଧ୍ୟ ଆମେ ଆପଣଙ୍କ ପାଇଁ ସେହିପରି କିଛି ପ୍ରଶ୍ନ ଓ ତାହାର ଉତ୍ତର ର ମଜାଦାର ଖେଳ ଆଣି ଆସିଛୁ । ଯଦି ଆପଣ ବି ନିଜ ବୁଦ୍ଧି ପରୀକ୍ଷା କରିବାକୁ ଚାହୁଞ୍ଚନ୍ତି ତେବେ ଆପଣ ମଧ୍ୟ ଆମର ଏହି ଖେଳରେ ସାମିଲ ହୋଇ ପାରିବେ । ତେବେ ଚାଲନ୍ତୁ ଜାଣିବା ।

ପ୍ରଶ୍ନ – ୧

ଏମିତି କେଉଁ ଜିନିଷ ଅଛି ଯାହାକୁ ବ୍ୟବହାର କରିବା ପୂର୍ବରୁ ଭାଙ୍ଗିବାକୁ ପଡିଥାଏ ?

ଉତ୍ତର – ଅଣ୍ଡା

ପ୍ରଶ୍ନ .୨

ଏମିତି କେଉଁ କାମ ଯାହାକୁ ପୁରୁଷ ମାନେ ଥରେ କରନ୍ତି ଏବଂ ନାରୀମାନେ ସବୁଦିନ କରନ୍ତି ?

ଉତ୍ତର – ମଥାରେ ସିନ୍ଦୁର ଦେବା

ପ୍ରଶ୍ନ .୩

କେଉଁ ବହି ଯାହା କେବେ ଛପା ଯାଏ ନାହିଁ ?

ଉତ୍ତର – ଫେସବୁକ (Facebook)

ପ୍ରଶ୍ନ .୪

କେଉଁ ଜାଗାରେ ଜଣେ ଚାହିଁଲେ ବି ଘୁଙ୍ଗୁଡି ମାରି ପାରିବ ନାହିଁ ?

ଉତ୍ତର – ମହାକାଶରେ

ପ୍ରଶ୍ନ .୫

ତାହା କେଉଁ ଜିନିଷ ଯାହା ଆମେ ନ ଚାହିଁଲେ ବି ଆସିଥାଏ ?

ଉତ୍ତର – ମୃତ୍ୟୁ

ପ୍ରଶ୍ନ .୬

ମା ଠାରୁ ଜନ୍ମ ହୁଏ ମା କୁ ଛୁଇଁଲେ ମରିଯାଏ ?

ଉତ୍ତର – ଲୁଣ

ପ୍ରଶ୍ନ .୭

ଏମିତି କେଉଁ ଫଳ ଅଛି ଯିଏ ମିଠା ହେବା ସତ୍ତ୍ୱେ ବି ବଜାରରେ ବିକାଯାଏ ନାହିଁ ?

ଉତ୍ତର – ଧୈର୍ଯ୍ୟର ଫଳ

ଯଦି ଆପଣଙ୍କୁ ଏଥିରୁ କିଛି ଉତ୍ତର ଜଣା ଅଛି ତେବେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ ଓ ଲେଖାଟି ପସନ୍ଦ ଆସିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରିବେ । ଏମିତି ହିଁ କିଛି ମଜାଦାର ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *