ଆସନ୍ତା କାଲି ସୂର୍ଯ୍ୟ ପରାଗ, ଏହି ୭ ଟି ରାଶିଙ୍କ ପାଇଁ ମହା ବିପଦ

ରବିବାର ମାନେ ଆସନ୍ତା କାଲି ବିଜୟ ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ଲାଗିବାର ଅଛି । ଏହାର ପ୍ରଭାବ ବହୁତ ରାଶି ଉପରେ ପଡିପାରେ । ଜୁନ ୨୧ ରେ ସୂର୍ଯ୍ୟ ପରାଗ ସକାଳ ୧୦.୩୮ ମିନିଟ ରେ ଆରମ୍ଭ ହେବ ଏବଂ ଏହା ଦିନ ୨.୦୯ ମିନିଟ ପର୍ଯ୍ୟନ୍ତ ଚାଲୁ ରହିବ । ସୂର୍ଯ୍ୟ ପରାଗକୁ ଜ୍ଯୋତିଷ ଶାସ୍ତ୍ରରେ ଶୁଭ କୁହାଯାଏ ନାହିଁ । ଏଥିପାଇଁ ଆପଣ ଏହି ସମୟରେ କୌଣସି ବି ଶୁଭକାର୍ଯ୍ୟ କରିବେ ନାହିଁ । ଆଜି ଆମେ ଜାଣିବା ଏହି ସୂର୍ଯ୍ୟ ପରାଗ କେଉଁ ସବୁ ରାଶିମାନଙ୍କ ପାଇଁ ଖରାପ ହେବାର ଅଛି ।

ଖାଦ୍ୟ ତିଆରି କରନ୍ତୁ ନାହିଁ

ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ରାନ୍ଧିବା ଶୁଭ ହୋଇ ନଥାଏ । ଏହି ସମୟରେ ତିଆରି ହୋଇଥିବା ଖାଦ୍ୟ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଅଶୁଭ ହୋଇଥାଏ । ଏଥିପାଇଁ ଆପଣ ସୂର୍ଯ୍ୟ ପରାଗ ଆରମ୍ଭ ହେବା ପୂର୍ବରୁ କିମ୍ବା ପରେ ରୋଷେଇ କରିବା ଉଚିତ ।

ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ

ଏହି ସମୟରେ ଖାଦ୍ୟ ଗ୍ରହଣ କରିବା ନିଷିଦ୍ଧ ଅଟେ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଖାଦ୍ୟ ଖାଇଲେ ଏହା କୁପ୍ରଭାବ ପକାଇଥାଏ ଏବଂ ଖାଦ୍ୟକୁ ସ୍ନାନ କରିବା ପରେ ଖାଇବା ଉଚିତ ।

ଗର୍ଭବତୀ ମହିଳାମାନେ ସତର୍କ ରୁହନ୍ତୁ

ସୂର୍ଯ୍ୟ ପରାଗ ସମୟରେ ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନଙ୍କୁ ଘରୁ ବାହାରକୁ ଯିବାକୁ ନିଷେଧ କରା ଯାଇଛି । ସୂର୍ଯ୍ୟ ପରାଗ ସମୟରେ ଯଦି ସୂର୍ଯ୍ୟଙ୍କ କିରଣ କୌଣସି ଗର୍ଭବତୀ ମହିଳାଙ୍କ ଉପରେ ପଡେ ତେବେ ତାହାର ଗର୍ଭର ଶିଶୁକୁ ଶାରୀରିକ କ୍ଷତି ହୋଇଥାଏ । ଯାହା କି ବିପଦ ଅଟେ ।

ସୂର୍ଯ୍ୟ ପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ । ସୂର୍ଯ୍ୟ ପରାଗ ସମୟରେ ବିଲକୁଲ ବି ପୂଜା କରନ୍ତୁ ନାହିଁ । ଏହି ସମୟରେ ମନ୍ଦିରରେ ରଖିଥିବା ଭଗବାନଙ୍କ ମୂର୍ତ୍ତିକୁ ପୁରା ଭାବେ ଢାଙ୍କି ଦିଅନ୍ତୁ ।

ସୂର୍ଯ୍ୟ ପରାଗ ଶେଷ ହେବା ପରେ ସ୍ନାନ କରିବା ଉଚିତ, ଏବଂ ବସ୍ତ୍ରକୁ ବଦଳାଇବା ଉଚିତ ।

ଏହି ପରାଗ କାରଣରୁ ସମସ୍ତ ୧୨ ଟି ରାଶି ପ୍ରଭାବିତ ହେବେ କିନ୍ତୁ ଏହି ୧୨ ଟି ରାଶି ମଧ୍ୟରୁ ୭ ଟି ରାଶିଙ୍କ ଉପରେ ଖରାପ ପ୍ରଭାବ ରହିବ । ସେହି ୭ ଗୋଟି ରାଶି ହେଉଛନ୍ତି ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, କୁମ୍ଭ, ମୀନ । ଜ୍ୟୋତିଷଙ୍କ ଅନୁସାରେ ଏହି ରାଶିର ଲୋକଙ୍କର ଅନେକ ଗୁରୁତ୍ଵ ପୂର୍ଣ୍ଣ କାମରେ ବାଧା ସୃଷ୍ଟି ହେବ । ଏହା ସହିତ ଶାରୀରିକ ଓ ଆର୍ଥିକ କ୍ଷେତ୍ରରେ ମଧ୍ୟ ଅନେକ ସମସ୍ଯା ସୃଷ୍ଟି ହେବ ।

ପ୍ରତିକାର

ବନ୍ଧୁଗଣ ପରାଗ ଲାଗିଥିବା ସମୟରେ ଶିବ ଚାଳିଶା ପାଠ କରନ୍ତୁ କିମ୍ବା ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ସୂର୍ଯ୍ୟ ପରାଗ ସମୟରେ କୌଣସି ଗରିବକୁ ବସ୍ତ୍ର ଦାନ କରନ୍ତୁ । ଦେଖିବେ ଆପଣଙ୍କର ଖରାପ ପ୍ରଭାବ ଦୂର ହୋଇଯିବ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଦୟାକରି ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *