ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଜନକ ଖବର ଭାଇରାଲ ହେଉଛି ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ସମସ୍ତ ସ୍ଥାନରେ ଏହି ଖବରର ଚର୍ଚା ଜୋର ସୋର ଧରିଛି ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ବନ୍ଧୁଗଣ ବେଙ୍ଗାଲୁରୁ ସହରରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ୟୁବିକା ରେଡି ନାମକ ଜଣେ ମହିଳାଙ୍କ ବିରୋଧରେ କେତେକ ସଙ୍ଘିନ ଅଭିଯୋଗ ଆସିଛି । ୟୁବିକାଙ୍କ ଉପରେ ଆରୋପ ଅଛି ଯେ ସେ ତାଙ୍କ ମାଙ୍କ ମୃତ୍ୟୁ କାହାଣୀ ଲେଖିଛନ୍ତି ଏହା ସହିତ ସେ ନିଜ ସାବତ ବାପା ସହ ଶାରୀରିକ ସମ୍ବନ୍ଧ ରଖି ବେଙ୍ଗାଲୁରୁ ସହରରେ ଏକ ବଡ କ୍ରାଇମ କରିଛନ୍ତି ।
ବନ୍ଧୁଗଣ ୟୁବିକାଙ୍କ ମାଙ୍କ ନାମ ହେଉଛି ଅର୍ଚ୍ଚନା ରେଡି ଓ ତାଙ୍କ ବୟସ ହେଉଛି 42 ବର୍ଷ । ଅର୍ଚ୍ଚନାଙ୍କ ଦ୍ଵିତୀୟ ସ୍ଵାମୀଙ୍କ ନାମ ହେଉଛି ନବୀନ କୁମାର ଓ ତାଙ୍କ ବୟସ ହେଉଛି 33 ବର୍ଷ । ଅର୍ଚ୍ଚନାଙ୍କର ଗୋଟେ ଝିଅ ୟୁବିକା ଓ ଗୋଟେ ପୁଅ ଅଛନ୍ତି । ବନ୍ଧୁଗଣ ଏହି ପରିବାରଟି ବହୁତ ଖୁସିରେ ଜୀବନ ବିତାଉ ଥିଲା ହେଲେ 27 ଡିସେମ୍ବର ଏହି ପରିବାର ପାଇଁ କଳା ରାତି ପାଲଟି ଗଲା ।
27 ଡିସେମ୍ବର ରାତିରେ ହଠାତ କିଛି ଅଜଣା ଲୋକ ଅର୍ଚ୍ଚନାଙ୍କୁ ତାଙ୍କ ଗାଡି ଭିତରୁ ଜବରଦସ୍ତି ବାହାର କରିଥିଲେ ଓ କିଛି ଆପତ୍ତିଜନକ ଅସ୍ତ୍ରର ବ୍ୟବହାର କରି ଅର୍ଚ୍ଚନାଙ୍କର ହତ୍ୟା କରିଥିଲେ । ସେହି କାରରେ ଅର୍ଚ୍ଚନାଙ୍କ ପୁଅ ଥିଲେ ଓ ଘଟଣା ସମୟରେ ସେ ପୋଲିସ ପାଖକୁ ଯାଇ ସମସ୍ତ ସୂଚନା ଦେଇଥିଲେ । ତେବେ ଏହି ଘଟଣା ପଛରେ ବହୁତ ବଡ କାହାଣୀ ରହିଛି ।
ଅର୍ଚ୍ଚନା ତିନୋଟି ପୁରୁଷଙ୍କ ସହ ବିବାହ କରିଥିଲେ । ପ୍ରଥମ ସ୍ଵାମୀଙ୍କ ଠାରୁ ତାଙ୍କର ଦୁଇଟି ଛୁଆ ଜନ୍ମ ହୋଇଥିଲେ । ବିବାହର କିଛି ବର୍ଷ ପରେ ସେ ପ୍ରଥମ ପତ୍ନୀଙ୍କ ଠାରୁ ଅଲଗା ହୋଇଯାଇଥିଲେ ଓ ଏହା ପରେ ସେ ଦ୍ଵିତୀୟ ଥର ବିବାହ କଲେ କିନ୍ତୁ କିଛି ମାସ ପରେ ସେ ନିଜ ଦ୍ଵିତୀୟ ସ୍ଵାମୀଙ୍କ ଠାରୁ ବି ଅଲଗା ହୋଇଗଲେ । ଶେଷରେ ସେ ନବୀନଙ୍କ ସହ ସମ୍ବନ୍ଧ ରଖିଲେ ।
ଅର୍ଚ୍ଚନାଙ୍କ ଝିଅ ୟୁବିକା ନବୀନଙ୍କୁ ଦେଖିବା ପରେ ଉଭୟ ପ୍ରେମ ସମ୍ବନ୍ଧରେ ରହିଲେ । ନବୀନ ଓ ୟୁବିକା ଅଧିକାଂଶ ସମୟ ଜିମରେ ବିତାଉ ଥିଲେ ହେଲେ ଥରେ ଅର୍ଚ୍ଚନା ସେହି ଦୁଇଜଣଙ୍କ କଳା କାର୍ଣ୍ଣମାକୁ ଦେଖି ଉଭୟଙ୍କୁ ଘରୁ ବାହାର କରିଦେଲେ । ଏହା ପରେ ଘରର ସମ୍ପତ୍ତିକୁ ହଡପ କରିବା ପାଇଁ ନବୀନ ଓ ୟୁବିକା ଅର୍ଚ୍ଚନାଙ୍କ ହତ୍ୟା ଯୋଜନା କରିଥିଲେ ଏବଂ ଶେଷରେ ତାଙ୍କର ହତ୍ୟା ମଧ୍ୟ କରିଦେଲେ । ପୋଲିସ ସମସ୍ତ ଦୋଷୀ ମାନଙ୍କୁ ଗିରଫ କରି ସାରିଛି ।