ଅଧିକ ଖାଉ ନଥିଲେ ବି ମୋଟା ହୋଇଯାଉଛନ୍ତି କି ? ଜାଣନ୍ତୁ କିପରି ଏଥିରୁ ପାଇବେ ମୁକ୍ତି ? Mousumi Mishra

ବନ୍ଧୁଗଣ ବର୍ତ୍ତମାନର ସମୟରେ ଲୋକମାନେ ନିଜର ବ୍ୟସ୍ତ ବହୁଳ ଜୀବନ ଅତିବାହିତ କରୁଛନ୍ତି । ଲୋକମାନେ ଟଙ୍କା କମାଇବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ଲୋକମାନେ ଏତେ ବ୍ୟସ୍ତ ହୋଇପଡୁଛନ୍ତି ଯେ ସେମାନେ ନିଜ ଖାଦ୍ୟ ପେୟ ଓ ଜୀବନ ଶୈଳୀ ଉପରେ ଅଧିକ ଧ୍ୟାନ ଦେଇ ପାରୁ ନାହାନ୍ତି ଯାହାଫଳରେ ସେମାନେ ସର୍ବ ପ୍ରଥମେ ମୋଟାପଣର ଶିକାର ହେଉଛନ୍ତି । ମୋଟାପଣ ହେଉଛି ଏକ ସାଧାରଣ ସମସ୍ୟା ଏହା ଅନେକ ଲୋକଙ୍କୁ ହୋଇଥାଏ ।

ହେଲେ ମୋଟାପଣ ହେବା ଦ୍ଵାରା ଲୋକ ମାନେ ଅସୁନ୍ଦର ଦେଖାଯାନ୍ତି ଓ ତାଙ୍କୁ ଆଗାମୀ ସମୟରେ ଅନେକ ରୋଗ ହୋଇଥାଏ । ବନ୍ଧୁଗଣ ଅନେକ ଲୋକ ମୋଟାପଣକୁ କମ କରିବା ପାଇଁ ନିଜ ଖାଦ୍ୟ କମାଇ ଥାନ୍ତି ଓ ଜିମ ଯାଇଥାନ୍ତି ହେଲେ ସେମାନଙ୍କ ମୋଟାପଣ କମି ନଥାଏ । ତେବେ ବନ୍ଧୁଗଣ ଆପଣ ମାନେ ଯଦି ଖାଦ୍ୟ କମ ଖାଇ ମଧ୍ୟ ମୋଟା ହେଉଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ଆଜି ଆମେ ଆପଣ ମାନଙ୍କୁ ମୋଟାପଣ କମାଇବାର କିଛି ବିଶେଷ କଥା କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ପ୍ରଥମେ ଆପଣ ସଠିକ ସମୟରେ ଖାଦ୍ୟ ଖାନ୍ତୁ ଓ ଖାଦ୍ୟରେ ଦହି ନିଶ୍ଚୟ ନିଅନ୍ତୁ । ଆପଣ ପ୍ରତ୍ୟକ ଦିନ ଦହି ଖାନ୍ତୁ । ଏହା ସହିତ ଆପଣ ମାନେ ଶାଗ ମଧ୍ୟ ଖାନ୍ତୁ । ନିଜ ଖାଦ୍ୟରେ ସାଲାଡ ନିଶ୍ଚୟ ନିଅନ୍ତୁ ସାଲାଡରେ କାକୁଡି, ଗାଜର ଓ ଲଙ୍କା ଥିବା ନିହାତି ଆବଶ୍ୟକ ।

ଯଦି ଆପଣ ଓଜନ କମାଇବା ପାଇଁ ଚାହୁଁ ଛନ୍ତି ତା ହେଲେ ଆପଣ ମାନେ ରାତିରେ ବି ଫଳ ସାଲାଡ ନେଇ ପାରିବେ । ଆପଣ ମାନେ ତେଲ ମସଲା ଜାତୀୟ ଖାଦ୍ୟ ଖାନ୍ତୁ ନାହିଁ । ଯେତେ ହୋଇପାରିବ ସେତେ ଫଳ ଜୁଷ ପିଅନ୍ତୁ । ଫଳରେ ଫାଇବର ଅଛି ତେଣୁ ସବୁଦିନ ଫଳ ନିଶ୍ଚୟ ଖାନ୍ତୁ ।

ଯେତେବେଳେ ଖାଉଥିବେ ଖାଦ୍ୟ ଉପରେ ଧ୍ୟାନ ଦେବେ ଅନେକ ଲୋକ ଟିଭି ଓ ମୋବାଇଲ ଦେଖି ଖାଦ୍ୟ ଖାନ୍ତି ହେଲେ ବନ୍ଧୁଗଣ ଖାଦ୍ୟ ଉପରେ ଅଧିକ ଧ୍ୟାନ ଦେଇ ଖାଇଲେ ଆପଣଙ୍କୁ ଖାଦ୍ୟର ଅଧିକ ଲାଭ ମିଳିବ । ଯଦି ଆପଣଙ୍କ ମନ ଖାଦ୍ୟରେ ନଥିବ ତା ହେଲେ ଆପଣଙ୍କ ଖାଦ୍ୟ ହଜମ ହେବ ନାହିଁ ଯାହାଫଳରେ ସେହି ଖାଦ୍ୟ ଫ୍ୟାଟରେ ପରିଣତ ହେବ ।


ଏହା ସହିତ ଆପଣ ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାନ୍ତୁ । ସବୁବେଳେ ଯୋଗ ଓ ବାୟମ ନିଶ୍ଚୟ କରନ୍ତୁ । ଯୋଗ ଓ ବାୟମ କରିବା ଦ୍ଵାରା ଆପଣ ଅତି ଶୀଘ୍ର ନିଜ ମୋଟାପଣକୁ କମ କରାଇପାରିବେ । ଆପଣ ଚାହିଁଲେ ସକାଳେ 15 ମିନିଟ ଓ ରାତିରେ 15 ମିନିଟ ବାୟମ କରିପାରିବେ । ତା ହେଲେ ବନ୍ଧୁଗଣ ମୋଟାପଣ କମ କରିବା ପାଇଁ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *