କେମିତି ମା’ ଲକ୍ଷ୍ମୀ ହେଲେ ଗୋଟିଏ ଗିରିବ ଘର ର ଚାକରାଣୀ- ଏକ ସତ୍ୟ ଘଟଣା

ନମସ୍କାର ବନ୍ଧୁଗଣ ଆଜି ଆମେ ଏକ ଏପରି କାହାଣୀ ବିଷୟରେ ଆଲୋଚନା କରିବା ଯେଉଁଥିରେ ଏକ ଫୁଲ ଛିଣ୍ଡେଇ ଥିବାରୁ ମାତା ଲକ୍ଷ୍ମୀ ଙ୍କୁ ବିଷ୍ଣୁ ଚାକରାଣୀ ହେବାର ଅଭିଶାପ ଦେଇଥିଲେ । କଥା ଅନୁସାରେ ଥରେ ଭଗବାନ ବିଷ୍ଣୁ ଶେଷନାଗ ଉପରେ ବସିଥିଲେ ଏବଂ ତାଙ୍କୁ ଇଚ୍ଛା ହେଲା କି ପୃଥିବୀ ମଣ୍ଡଳ କୁ ବୁଲିଯିବା ପାଇଁ । ସେଥିପାଇଁ ସେ ପ୍ରସ୍ତୁତ ହେବାକୁ ଲାଗିଗଲେ । ଭଗବାନ ବିଷ୍ଣୁ ଙ୍କୁ ପ୍ରସ୍ତୁତ ହେବାର ଦେଖି ମାତା ଲକ୍ଷ୍ମୀ ତାଙ୍କୁ ପଚାରିଲେ କି- ସ୍ୱାମୀ ଆଜି ଆପଣ କୁଆଡେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ?

ସେତେବେଳେ ବିଷ୍ଣୁ ଉତ୍ତର ରେ କହିଲେ- ହେ ପ୍ରିୟେ ମୁଁ ପୃଥିବୀ ମଣ୍ଡଳ କୁ ଭ୍ରମଣ କରିବା ପାଇଁ ଯାଉଛି । ଏହା ଶୁଣି ମାତା ଲକ୍ଷ୍ମୀ କହିଲେ କଣ ମୁଁ ବି ଆପଣଙ୍କ ସହ ଯାଇ ପାରିବି । କିଛି ସମୟ ଭାବିବା ପରେ ଭଗବାନ ବିଷ୍ଣୁ କହିଲେ ଆପଣ ମୋ ସହ ପୃଥିବୀ ମଣ୍ଡଳ କୁ ଯାଇ ପାରିବେ କିନ୍ତୁ ମୋର କିଛି ସର୍ତ୍ତ ରହିଛି । ଏହା ଶୁଣି ମାତା ଲକ୍ଷ୍ମୀ କହିଲେ ମୁଁ ପୃଥିବୀ ମଣ୍ଡଳ କୁ ଯିବା ପାଇଁ କୌଣସି ବି ସର୍ତ୍ତ ମାନିବା ପାଇଁ ରାଜି ଅଛି ।

ଭଗବାନ ବିଷ୍ଣୁ ସର୍ତ୍ତ କହିଲେ କି ଆପଣ ମୋ ସହ ଯିବା ବେଳେ ଉତ୍ତର ଦିଗ କୁ ଦେଖିବେ ନାହିଁ । ଏହା ଶୁଣି ମାତା ଲକ୍ଷ୍ମୀ ହଁ କହିଲେ । ଏହା ପରେ ଦୁଇ ଜଣ ପୃଥିବୀ ମଣ୍ଡଳ କୁ ପ୍ରସ୍ଥାନ କଲେ । ପୃଥିବୀ ରେ ସେମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ପହଁଚି ଗଲେ ରାତିରେ ବର୍ଷା ହୋଇ ଥିବାରୁ ପାଗ ବହୁତ ଭଲ ଥିଲା । ବର୍ଷା ଯୋଗୁଁ ଚାରି ଆଡ଼େ ଗଛ ପତ୍ର ହରା ଭରା ଲାଗୁଥିଲା । ପୃଥିବୀ ବହୁତ ସୁନ୍ଦର ଦେଖା ଯାଉଥିଲା । ଏହି ସୁନ୍ଦରତା ଦେଖି ମାତା ଲକ୍ଷ୍ମୀ ମନ୍ତ୍ର ମୁଗ୍ଧ ହୋଇ ଗଲେ ଏବଂ ଏଠି ସେଠି ଦେଖିବାକୁ ଲାଗିଲେ ।

ପୃଥିବୀ ର ସୁନ୍ଦରତା ଦେଖି ମାତା ଲକ୍ଷ୍ମୀ ଭୁଲି ଗଲେ କି ସେ ଭଗବାନ ବିଷ୍ଣୁ ଙ୍କୁ କଣ ବଚନ ଦେଇଥିଲେ ଏବଂ ଏହି କ୍ରମ ରେ ସେ କେତେବେଳେ ଉତ୍ତର ଦିଗ କୁ ପଳାଇଲେ ସେ ନିଜେ ମଧ୍ୟ ଜାଣି ପାରିଲେ ନାହିଁ । ସେ ଉତ୍ତର ଦିଗ କୁ ଯାଇଁ ଦେଖିଲେ କି ଏକ ସୁନ୍ଦର ବଗିଚା ଅଛି ଏବଂ ବହୁତ ସୁନ୍ଦର ସୁଗନ୍ଧ ଆସିବା ସହ ବିଭିନ୍ନ ସୁନ୍ଦର ସୁନ୍ଦର ଫୁଲ ମଧ୍ୟ ରହିଛି । ମାତା ଲକ୍ଷ୍ମୀ ସେଠାରେ ଯାଇ ଏକ ସୁନ୍ଦର ଫୁଲ ଛିଣ୍ଡେଇ ବିଷ୍ଣୁ ଙ୍କ ପାଖକୁ ଆସିଗଲେ ।

ଏହା ଦେଖି ବିଷ୍ଣୁ କାନ୍ଦିଲେ ଏବଂ କହିଲେ କେବେବି କାହାର ଜିନିଷ କୁ ନ ପଚାରି ଆଣିବା ଉଚିତ ନୁହେଁ । ଭଗବାନ ବିଷ୍ଣୁ ମାତାଙ୍କୁ ସର୍ତ୍ତ ମନ ପକାଇ ଦେଲେ ଏବଂ ମାତା ଲକ୍ଷ୍ମୀ କ୍ଷମା ମାଗିଲେ କିନ୍ତୁ ଭଗବାନ ବିଷ୍ଣୁ କହିଲେ ତୁମ୍ଭେ ସେ ମାଳି ର ବଗିଚା ରୁ ଫୁଲ ନେଇଛ ତାହା ଚୋରି ସହ ସମାନ ତେଣୁ ତୁମ୍ଭକୁ ଦଣ୍ଡ ମିଳିବା ଉଚିତ ଏବଂ ଦଣ୍ଡ ସ୍ୱରୂପ ତିନି ବର୍ଷ ସେହି ମାଳି ଘରେ ଚାକରାଣୀ ଭଳି ରହିବାକୁ ପଡିବ ଏବଂ ତିନି ବର୍ଷ ପରେ ଆପଣ ଙ୍କୁ ବୈକୁଣ୍ଠ ନେଇଯିବି ।

ଏହା ଶୁଣି ମାତା ଲକ୍ଷ୍ମୀ ନିଜ ଦଣ୍ଡ କୁ ସ୍ୱୀକାର କଲେ । ମାତା ଲକ୍ଷ୍ମୀ ଏକ ଗରିବ କନ୍ୟା ବେଶ ଧରି ସେହି ମାଳି ଘରକୁ ଗଲେ । ତାହାର ନାମ ହେଉଛି ମାଧବ । ତାର ଏକ ଛୋଟ କୁଡ଼ିଆ ଥିଲା ଏବଂ ସେଥିରେ ତା ସ୍ତ୍ରୀ ତିନି ଝିଅ ଏବଂ ଦୁଇଟି ପୁଅ ରହୁଥିଲେ । ମାଧବ ଙ୍କ ପାଖକୁ ଯାଇ ମାତା ସ୍ୱରୂପୀ ସେହି କନ୍ୟା ଜଣକ କହିଲେ କି ମୁଁ ବହୁତ ଗରିବ ମୋର କେହି ନାହାନ୍ତି । କିଛି ଖାଇନି ଆପଣ ମୋତେ ଘରେ ରଖିବେ ?

ଏହା ଶୁଣି ମାଧବ କହିଲା କି ମୁଁ ବହୁତ ଗରିବ ଲୋକ ଯେତିକି ରୋଜଗାର ହୁଏ ସେତିକି ରେ ଚଳିବାକୁ ପଡେ ତମେ ଯଦି ସେଥିରେ ଚଳି ପାରିବ ତେବେ ଆସ । ଏହା ପରେ ମାତା ଲକ୍ଷ୍ମୀ ତାଙ୍କ ଘରେ ରହିଲେ ଏବଂ ଦିନ ପରେ ଦିନ ମାଧବ ବହୁତ ଉନ୍ନତି କରି ଚାଲିଲା । ତିନିବର୍ଷ ଅତି କ୍ରମ କରିବା ପରେ ମାତା ଲକ୍ଷ୍ମୀ ମାଧବ ଏଵଂ ତାଙ୍କ ପରିବାର କୁ ଆଶୀର୍ବାଦ ଦେଇ ଦର୍ଶନ ଦେଇ ମାତା ବୈକୁଣ୍ଠ କୁ ପ୍ରସ୍ଥାନ କଲେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *