Jyotish Shastra- ଏହି ୫ ଟି ରାଶି ର ଲୋକଙ୍କ ଉପରେ ରହିବ ଶନିଦେବଙ୍କ ବକ୍ରଦୃଷ୍ଟି, ବଞ୍ଚିବା ପାଇଁ କରନ୍ତୁ ଏହି ଉପାୟ

ବନ୍ଧୁଗଣ ଶନି ଦେବ ହେଉଛନ୍ତି ଏକ ଏପରି ଦେବତା ଯିଏ ମଣିଷକୁ ତାର କର୍ମ ଅନୁଯାଇ ତାକୁ ଫଳ ଦେଇଥାନ୍ତି । ଯେଉଁ ମଣିଷ ମାନଙ୍କ ଉପରେ ଶନି ଦେବଙ୍କ କୃପା ଦ୍ରୁଷ୍ଟି ରହିଥାଏ ସେହି ମଣିଷର ଜୀବନରେ କୌଣସି ସମସ୍ୟା ଆସିନଥାଏ ଓ ଯେଉଁ ମଣିଷ ଉପରେ ଶନି ଦେବ ରୁଷ୍ଟ ହୋଇଯାଇଥାନ୍ତି ସେମାନଙ୍କ ଜୀବନ ନର୍କରେ ପରିଣତ ହୋଇଯାଇଥାଏ । ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଧନୁ ରାଶି, ମକର ରାଶି, କୁମ୍ଭ ରାଶି, ମିଥୁନ ରାଶି ଓ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଶନି ଦେବ ରୁଷ୍ଟ ହୋଇଯାଇଛନ୍ତି । ବନ୍ଧୁଗଣ ଏହି ପାଞ୍ଚଟି ରାଶି ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ନିଜ ଜୀବନରେ ବହୁତ ସତର୍କ ରହିବା ଉଚିତ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ଶନି ଦେବଙ୍କର ରୁଷ୍ଟତାକୁ ଦୂର କରିପାରିବେ ଓ ଶନି ଦେବଙ୍କୁ ପ୍ରସନ୍ନ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଉପାୟ ବିଷୟରେ ।

କରନ୍ତୁ ଶନି ଦେବଙ୍କ ପୂଜା- ବନ୍ଧୁଗଣ ଶନି ଦେବଙ୍କ ପ୍ରକୋପରୁ ବଞ୍ଚିତ ହେବା ପାଇଁ ଶନି ଦେବଙ୍କ ପୂଜା କରିବା ନିହାତି ଆବଶ୍ୟକ । ଶାସ୍ତ୍ର ଅନୁସାରେ ଶନି ଦେବ ଭଗବାନ ଶିବଙ୍କର ବିଶେଷ ପୂଜା କରି ତାଙ୍କୁ ପ୍ରସନ୍ନ କରିଥିଲେ । ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ଶିବ ଶନି ଦେବଙ୍କ ଗୁରୁ ଅଟନ୍ତି । ତେଣୁ ଶନି ଦେବଙ୍କ ପ୍ରକୋପରୁ ବଞ୍ଚିବା ପାଇଁ ଆପଣ ମାନେ ଭଗବାନ ଶିବଙ୍କ ପୂଜା କରନ୍ତୁ ।

ବର ଗଛର ପୂଜା କରନ୍ତୁ- ବନ୍ଧୁଗଣ ବର ଗଛର ପୂଜା କରିଲେ ମଧ୍ୟ ଶନି ଦେବ ପ୍ରସନ୍ନ ହେବେ । କାରଣ ବର ଗଛର ଶୀର୍ଷରେ ଭଗବାନ ଶିବଙ୍କ ବାସ ରହିଥାଏ । ତେଣୁ ବର ଗଛର ପୂଜା କରିଲେ ଭଗବାନ ଶିବ ଓ ଶନି ଦେବ ପ୍ରସନ୍ନ ହୋଇଯିବେ । ତେଣୁ ଆପଣ ମାନେ ଶନିବାର ଦିନ ବର ଗଛ ମୂଳରେ ଏକ ସୋରିଷ ତେଲର ଦୀପ ଜଳାଇ ଦିଅନ୍ତୁ ।

କଳା ରଙ୍ଗର ଜିନିଷକୁ ଦାନ କରନ୍ତୁ- ବନ୍ଧୁଗଣ ଶନିବାର ଦିନ କଳା ରଙ୍ଗର ଜିନିଷକୁ ନିଶ୍ଚୟ ଦାନ କରନ୍ତୁ । ଶନିବାର ହେଉଛି ଶନି ଦେବଙ୍କ ବିଶେଷ ବାର ତେଣୁ ଯଦି ଆପଣ ଏହି ବାରରେ କଳା ରଙ୍ଗର ଜିନିଷ ଗୁଡିକୁ ଦାନ କରିବେ ତା ହେଲେ ଶନି ଦେବଙ୍କ କୃପା ଆପଣ ମାନଙ୍କ ଉପରେ ରହିବ ଯାହାଫଳରେ ଆପଣ ମାନଙ୍କ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ ।


ଏହି ମନ୍ତ୍ରର ଜପ କରନ୍ତୁ- ବନ୍ଧୁଗଣ ଶନି ଦେବ କିମ୍ବା ଭଗବାନ ଶିବଙ୍କ ପୂଜା କରୁଥିବା ସମୟରେ ଆପଣ ମାନେ ଏକ ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ । ଏହି ମନ୍ତ୍ରର ଜପ କରିଲେ ଶନି ଦେବ ବହୁତ ଶୀଘ୍ର ଆପଣ ମାନଙ୍କ ଉପରେ ପ୍ରସନ୍ନ ହୋଇଯିବେ । ବନ୍ଧୁଗଣ ଏହି ମନ୍ତ୍ରଟି ହେଉଛି, ‘ଓଁ ନମଃ ଶିବାୟ, ଓଁ ପ୍ରାଂ ପ୍ରିଙ୍ଗ ପ୍ରୋଂ ସହ ସନୟେ ନମଃ ।

ତା ହେଲେ ବନ୍ଧୁଗଣ ଶନି ଦେବଙ୍କ ରୁଷ୍ଟତାରୁ ବଞ୍ଚିତ ହେବା ପାଇଁ ଏହି ସବୁ ଉପାୟ ଗୁଡିକ ନିଶ୍ଚୟ କରନ୍ତୁ ଦେଖିବେ ଆପଣଙ୍କ ଉପରେ ଶନି ଦେବଙ୍କ ପ୍ରକୋପ ଦୂର ହୋଇଯିବ ଓ ଆପଣଙ୍କ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *