Vastu Shastra – ମରିଗଲେ ବି ଏହି ପରି କରନ୍ତୁ ନାହିଁ ଲୁଗା ସଫା, ହେବ ସର୍ବନାଶ

ମଣିଷ ଜୀବନରେ କିଛି ନା କିଛି ଭୁଲ କରିଥାଏ ସେ ଜାଣିକରି ହେଉ ଅବା ଅଜାଣତରେ ଭୁଲ କରିଥାଏ । ଭୁଲ ର ଫଳ ମଧ୍ୟ ଆମେ ଭୋଗ କରିଥାଉ। ବାସ୍ତୁ ଶାସ୍ତ୍ର ଏକ ଏପରି ଶାସ୍ତ୍ର ଯେଉଁଥିରେ ଆମ ଜୀବନରେ ଘଟୁଥିବା ସମସ୍ତ ଘଟଣା ଓ ସମସ୍ୟା ର କାରଣ ଲେଖାଯାଇଛି । ଏଥିରେ ମଧ୍ୟ ଘର ମଧ୍ୟ ରେ ରହୁଥିବା ବାସ୍ତୁ , ସ୍ଥିତି ସମ୍ପର୍କ ରେ ଉଲ୍ଲେଖ ଅଛି, ଯାହା ଦ୍ଵାରା ଆମ ଜୀବନରେ ସମସ୍ୟା ଉତ୍ପନ୍ନ ହେଉଛି। ଆମେ ଜୀବନରେ କରୁଥିବା ପ୍ରତ୍ୟେକ କାର୍ଯ୍ୟ ଓ ତାହାର ପ୍ରଭାବ ସମ୍ପର୍କ ରେ ମଧ୍ୟ ଉଲ୍ଲେଖ ଅଛି।

ଆମେ କିଭଳି ବସ୍ତ୍ର ପରିଧାନ କରୁଛେ ଓ ଏହାକୁ କିପରି ସଫା କରୁଛେ ଓ ଏହାକୁ କିପରି ସୁଖଉଛେ ସମସ୍ତ ସମ୍ବନ୍ଧ ରେ ଉଲ୍ଲେଖ କରାଯାଇଛି । ସାଧାରଣତଃ ଘରେ ସ୍ତ୍ରୀ ଲୋକ ମାନେ ଲୁଗା ସଫା କରିଥାନ୍ତି।
ବାସ୍ତୁ ଶାସ୍ତ୍ରର ଅନୁଯାଇ ଯଦି ଲୁଗା ସଫା ସମୟରେ ଏହିପରି କିଛି ଭୁଲ କରନ୍ତି ତେବେ କିଛି କ୍ଷଣ ମଧ୍ୟରେ ଅନର୍ଥ ହୋଇଯିବ ।

ଘର ମଧ୍ୟ ରେ ସ୍ୱଚ୍ଛତା ଅତ୍ୟନ୍ତ ଆବଶ୍ୟକ ତେଣୁ ଆପଣ ପରିଧାନ କରୁଥିବା ପୋଷାକ କୁ ସଫା କରନ୍ତି । ବ୍ୟସ୍ତତା ଜୀବନରେ ଲୋକ ମାନେ ଧାରଣ କରୁଥିବା ବସ୍ତ୍ର କୁ ଦିନ ସମୟ ରେ ସଫା ନ କରି ରାତ୍ରି ଓ ସନ୍ଧ୍ୟା ସମୟରେ ସଫା କରନ୍ତି ଯାହା ଅନୁଚିତ୍ । କାରଣ ନକରାତ୍ମକ ଶକ୍ତି ର ପ୍ରଭାବ ଏହି ଦୁଇଟି ସମୟରେ ଅଧିକ ପଡ଼ିଥାଏ । ବାସ୍ତୁ ଶାସ୍ତ୍ରରେ ଏହାକୁ ଅଶୁଭ ବୋଲି ପ୍ରକାଶ କରାଯାଇଛି । ଏହା କରିବା ଦ୍ଵାରା ଧନ ହାନି ସହ ସ୍ଵାସ୍ଥ୍ୟ ଗତ ସମସ୍ୟା ଦେଖାଯାଏ ।

ସଫା କରିଥିବା ଲୁଗା କୁ ଘର ର ଛାତ୍ ଉପରେ ସୁଖାନ୍ତୁ ନାହିଁ। ଏହା ଦ୍ଵାରା ଆୟ ରେ ମଧ୍ୟ ବାଧା ସୃଷ୍ଟି ହୁଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଛାତ ଉପରେ ଲୁଗା ଶୁଖାଇବା ଦ୍ଵାରା ଘର ଉପରେ ନକରାତ୍ମକ ଶକ୍ତି ର ପ୍ରଭାବ ପଡେ । ଆପଣ ଘର ର ଅଗଣା ଓ ବାଡ଼ି ରେ ଲୁଗା ଶୁଖାନ୍ତୁ।

ହିନ୍ଦୁ ଶାସ୍ତ୍ରରେ ଗୁରୁବାର ଦିନ ଲୁଗା ସଫା କୁ ବର୍ଜନ କରାଯାଇଛି । ଗୁରୁବାର ମାଲକ୍ଷ୍ମୀ ଙ୍କ ଦିନ ହୋଇଥାଏ । ଯଦି ଆପଣ ଏହି ଦିନ ଲୁଗା ସଫା କରିବେ ମା ଲକ୍ଷ୍ମୀ ଘରେ ରହିବେ ନାହିଁ । ଘରେ ଅର୍ଥ ଅଭାବ ଦେଖା ଦେବ । ଆଜିକାଲି ର ଆଧୁନିକ ଯୁଗରେ ଲୋକମାନେ ଚିରାଫଟା ବସ୍ତ୍ର ପରିଧାନ କରିଥାନ୍ତି ଯାହା ଅନୁଚିତ୍ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ସାଧାରଣତଃ ଘର ର ସ୍ତ୍ରୀ ଓ ଝିଅ ମାନେ ଏହିପରି ବସ୍ତ୍ର ପରିଧାନ କରୁଥିଲେ ଘରେ ଅର୍ଥ ର ଅଭାବ ହୋଇଥାଏ ।

ପିନ୍ଧିଥିବା କପଡା ବା ବସ୍ତ୍ର କୁ କେବେ ଗଦା କରି ରଖିବା ଭଲ ନୁହଁ। ଯାହା ଦ୍ଵାରା ଘରକୁ ନାକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ପୋଷାକ କୁ ସର୍ବଦା ସଫା କରି ଟାଙ୍ଗି ରଖିବା ଭଲ । ଏହାକୁ ଆଲମାରୀ ରେ ନ ଟାଙ୍ଗି ଖାଲି ରେ ରଖନ୍ତୁ । ଏ ସବୁ କାର୍ଯ୍ୟ କୁ ଘର ର ସ୍ତ୍ରୀ ମାନେ ନଜର ରଖିବା ଉଚିତ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *