ଭଲ ଖବର- ଓଡିଶା, କେରଳ, ଆସାମ କରୋନାକୁ ପରାସ୍ତ କରିବାର ରାସ୍ତାରେ, ୩୨୫ ଜିଲ୍ଲାରେ…

ବର୍ତ୍ତମାନ ମହାମାରୀ ଭୂତାଣୁର ସଂକ୍ରମଣ ରୋକିବା ପାଇଁ ନିଆଯାଇ ଥିବା ବିଭିନ୍ନ ପ୍ରକାର ପଦକ୍ଷେପ ଫଳପ୍ରଦ ହେବାର ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ଲବ ଅଗ୍ରୱାଲ । ସେ କହିଛନ୍ତି ଆମେ ଏହି ଯୁଦ୍ଧରେ ସରକାରଙ୍କ ଦ୍ଵାରା ଲଗାଯାଇ ଥିବା ନିୟମ କାରଣରୁ ୩୨୫ଟି ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗୋଟିଏ ବି କେସ ଦେଖିବାକୁ ମିଳିନାହିଁ । ଯେଉଁଠି ପ୍ରଥମ କେସ ଆସିବାର ୨୮ଦିନ ପରେ ବି କୌଣସି ନୂଆ ସଂକ୍ରମିତ ସାମନାକୁ ଆସି ନାହିଁ । ୧୭ଟି ରାଜ୍ୟରେ ଏମିତି ୨୭ଟି ଜିଲ୍ଲା ଅଛି ଯେଉଁଠି ଗତ ୧୪ ଦିନ ଭିତରେ କୌଣସି ପଜିଟିଭ କେସ ଆସିନାହିଁ ।

ଯଦି ବିକଶିତ ଦେଶ ମାନଙ୍କ ସହିତ ଆମ ଦେଶକୁ ତୁଳନା କରାଯାଏ ତାହେଲେ ଆମ ଦେଶର ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୧୨ ହଜାର ଅଟେ । ଏହା ଆମ ଦେଶ ପାଇଁ ସବୁଠାରୁ ବଡ ବିଜୟ ଅଟେ । ଏହି ଲଢେଇରେ ଓଡିଶା, ଆସାମ, କେରଳ,ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ଆଦି ରାଜ୍ୟର ମୁଖ୍ୟ ଭୂମିକା ରହିଛି ଯାହାକି ମହାମାରୀକୁ ସମ୍ପୂର୍ଣ୍ଣ ଭାବେ କାବୁ କରି ପାରିଛନ୍ତି । ଏହା ପ୍ରଶାସନିକ ସାହାଯ୍ୟ ଦ୍ଵାରା ହଟସ୍ପଟ ଅଞ୍ଚଳର ସଂକ୍ରମିତଙ୍କୁ ଚିହ୍ନଟ କରି ତାହାର ଚିକିତ୍ସା ଏବଂ ସାମାଜିକ ଦୂରତା ଯୋଗୁ ସମ୍ଭବ ହୋଇ ପାରିଛି ।

ମହାମାରୀ ଭୂତାଣୁ ସର୍ବ ପ୍ରଥମେ କେରଳରେ ପାଦ ଦେଇଥିବା ବେଳେ ସେଠାର କାସରଗୋଡ ଜିଲ୍ଲା ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଏବଂ ସେଠାରୁ କେବଳ ୧୬୮ ରୋଗୀ ମିଳିଛନ୍ତି । ଗୁରୁବାର ଦିନ କେରଳରେ ମାତ୍ର ୭ଟି ନୂଆ ସଂକ୍ରମିତ ମିଳିଥିବା ବେଳେ ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୩୯୪ ହେଇ ଯାଇଛି । ଏଥି ମଧ୍ୟରୁ ୨୪୫ ଜଣ ରୋଗୀ ସଂପୂର୍ଣ୍ଣ ଭାବେ ଠିକ ହୋଇ ଯାଇଛନ୍ତି ।

Image courtesy: Google

ଓଡିଶା ମହାମାରୀ ଭୂତାଣୁ ବିରୁଦ୍ଧରେ ଅତି ଭଲ ଭାବରେ ଲଢେଇ କରି ଥିବାରୁ ବର୍ତ୍ତମାନ ଏଠାରେ ୬୦ ପଜିଟିଭ କେସ ମିଳିଛି । ଏଥି ମଧ୍ୟରୁ ୪୬ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାର ହେଇଥିବା ବେଳେ କଳାହାଣ୍ଡି, କେନ୍ଦ୍ରାପଡା,ସୁନ୍ଦରଗଡ ଏବଂ ଯାଜପୁର ରେ ୨ଟି ଲେଖାଏ କେସ ମିଳିଛି । ଖୋର୍ଦ୍ଧାର ୧୨ଜଣ ରୋଗୀ ସଂପୂର୍ଣ୍ଣ ଭାବେ ଭଲ ହୋଇ ଯାଇଛନ୍ତି ।

ଉତ୍ତରାଖଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୭ ରୋଗୀ ମିଳିଥିବା ବେଳେ ସେଥି ମଧ୍ୟରୁ କେବଳ ୧୮ ରୋଗୀ ରାଜଧାନୀ ଡେରାଡୁନରୁ ମିଳିଛନ୍ତି ଏବଂ ସେଠାକାର ୯ ଜଣ ରୋଗୀ ସମ୍ପୂର୍ଣ୍ଣ ଭାବେ ଠିକ ହୋଇ ଯାଇଛନ୍ତି । ଗତ ଗୋଟିଏ ସପ୍ତାହରେ ସେଠାରେ ୨ଟି ନୂଆ ରୋଗୀ ମିଳିଛନ୍ତି । ହିମାଚଳ ପ୍ରଦେଶରେ ୩୫ ମହାମାରୀ ରୋଗୀ ମିଳିଥିବା ବେଳେ ୧୬ ସଂପୂର୍ଣ୍ଣ ଭାବେ ଠିକ ହୋଇ ଯାଇଛନ୍ତି ଏବଂ ଆଉ କୌଣସି ନୂଆ କେସ ଆସିନାହିଁ । ଆସାମରେ ୩୪ ମହାମାରୀ ରୋଗୀ ମିଳିଥିବା ବେଳେ ୫ଜଣ ସଂପୂର୍ଣ୍ଣ ଭାବେ ଠିକ ହୋଇ ଯାଇଛନ୍ତି ଏବଂ ସେଠାରେ ଗତ ଗୋଟିଏ ସପ୍ତାହରେ କେବଳ ୫ ମହାମାରୀ ପଜିଟିଭ ରୋଗୀ ମିଳିଛନ୍ତି ।

ଲବ ଅଗ୍ରୱାଲ କହିଛନ୍ତି ବୁଧବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ mos ଙ୍କ ମିଳିତ ଭିଡିଓ ସମ୍ମିଳନୀରେ ମହାମାରୀ ଭୂତାଣୁରୁ ରକ୍ଷା ପାଇବା ପାଇଁ କିଛି ଯୋଜନା ଉପରେ ଆଲୋଚନା କରାଯାଇ ଥିଲା । ପୋଲିଓ ଉପରେ ନଜର ରଖିଥିବା ସ୍ୱାସ୍ଥ୍ୟକର୍ମୀ ସହଯୋଗରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଏକ ନୂଆ କାର୍ଯ୍ୟ ଯୋଜନା ତିଆରି କରାଯାଇଛି ।

Image courtesy: Google

ICMR ର ଡା. ରମନ ଆର ଗଙ୍ଗାଖେଡକର କହିଛନ୍ତି କି ଆଜି ପର୍ଯ୍ୟନ୍ତ ମୁଁ ୨,୯୦,୪୦୧ ଲୋକଙ୍କର ଟେଷ୍ଟ କରିଛି ଏଥି ମଧ୍ୟରୁ ୩୦,୦୪୩ ଲୋକଙ୍କର ଟେଷ୍ଟ କାଲି ହେଲା ଏଥି ମଧ୍ୟରୁ ୨୬,୩୩୧ ଙ୍କର ଟେଷ୍ଟ ICMR ନେଟୱର୍କ ର ୧୭୬ ଲ୍ୟାବ ରେ ହେଲା ଏବଂ ୩,୭୧୨ ଟେଷ୍ଟ ନିଜ ଲ୍ୟାବରେ ହେଲା ଯାହାର ସଂଖ୍ୟା ୭୮ ଅଟେ । ଗୃହ ମନ୍ତ୍ରାଳୟର ପ୍ରବକ୍ତା ସଲିଲା ଶ୍ରିବାସ୍ତବ କହିଛନ୍ତି କି ୩ ମଇ ପର୍ଯ୍ୟନ୍ତ ସାରା ଦେଶରେ ଲକଡାଉନ ଜାରି ରହିବ । ସମସ୍ତ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *