କରମଣ୍ଡଳ ଦୁର୍ଘଟଣା ଲୋକଙ୍କ ଉଦ୍ଧାର କାହାଣୀ, ସମୁଖୀନ ହେଇଥିବା ସମସ୍ୟା

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଯେଉଁ ମଣିଷ ଦୁଃଖରେ ସାହାଯ୍ୟ କରେ ସେ ଦେବଦୂତ ଠାରୁ କମ୍ ହୋଇନଥାଏ । ଏଭଳି କିଛି ବୀର ସାହସିକ ଲୋକେ ଥିଲେ ଯେଉଁମାନେ ଲୋକମାନଙ୍କ କଷ୍ଟରେ ସାହାଯ୍ୟ କରିବାକୁ ଧାଇଁ ଆସିଥିଲେ । ଆପଣମାନେ ସମସ୍ତେ ଜାଣିଥିବେ କରମଣ୍ଡଳ ରେଳ ଦୁର୍ଘଟଣା ସମ୍ବନ୍ଧରେ ଆଜ୍ଞା ହଁ ଦର୍ଶକବନ୍ଧୁ ଏହି ଦୁର୍ଘଟଣାରେ ଅନେକ ସଂଖ୍ୟାରେ ଲୋକେ ଜୀବନ ହରାଇଥିଲେ  ।

ତେବେ ସୂଚନା ଅନୁସାରେ ଭୟାନକ ଦୁର୍ଘଟଣା ଘଟିବା ସମୟରେ କିଛି ଯୁବକଲୋକେ ବା ସ୍ଥାନୀୟ ବାସିନ୍ଦା ଯୁବକମାନେ ଖେଳୁଥିଲେ ଏବଂ ହଠାତ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ପାଇଥିଲେ । ଶବ୍ଦ ଟି ଶୁଣିବାପରେ ସୈନ୍ୟରେ କାମ କରିଥିବା ex-  Army  ଅଫିସର ଦୀପକ ବୋଲି ଜଣେ ଯୁବକ ଏହା ରେଳ ଦୁର୍ଘଟଣା ଶବ୍ଦ ହୋଇଥିବ ବୋଲି ସନ୍ଦେହ କରି ନିଜ ଖେଳ ସାଥିମାନଙ୍କୁ ସାଙ୍ଗରେ ନେଇ ଦୁର୍ଘଟଣା ଘଟିଥିବା ସ୍ଥାନକୁ ତୁରନ୍ତ ପହଞ୍ଚିଥିଲେ ।

ଯେବେ ଦୁର୍ଘଟଣା ଘଟିଥିବା ସ୍ଥାନକୁ ଯାଇ ପହଞ୍ଚିଲେ ସେଠାକାର ଲୋକେ ବାପାଲୋ , ଭାଇ, ଦାଦା କହି ଡାକି ତାଙ୍କୁ ଜୀବନକୁ ରକ୍ଷା କରିବାକୁ କହୁଥିଲେ । ଯୁବକମାନେ ପ୍ରଥମେ ଜୀବିତ ଥିବା ଲୋକମାନଙ୍କୁ ରକ୍ଷା କରିବା ଉଦେଶ୍ୟରେ ପାଣି ବାଲଟି ଆଣି ଲୋକମାନଙ୍କୁ କୋଣସି ଏକ ସ୍ଥାନରେ ରଖିବା ଏବଂ ଜୀବିତ ଲୋକମାନଙ୍କୁ ଖୋଜିବାରେ ଲାଗିଯାଉଥିଲେ ।

ଏହି ପ୍ରକ୍ରିୟାରେ କେତେକ ଲୋକେ ତାଙ୍କ ପାଦକୁ ଧରି ରକ୍ଷା କରିବା ଭିକ୍ଷା କରୁଥିଲେ । ଯୁବକମାନେ ଏପରି ପରିସ୍ଥିତି ପୂର୍ବରୁ କେବେ ନ ଦେଖିବା କାରଣକୁ ଡରି ଯାଇଥିଲେ ମାତ୍ର ଦୀପକ ସୈନ୍ୟ ଧଳରେ ପୂର୍ବରୁ କର୍ମଚାରୀ  ହେବା କାରଣରୁ ସାଥିମାନଙ୍କୁ ସାହସ ଦେଇଥିଲେ । ଜଣେ ଗର୍ଭବତୀ ମହିଳାକୁ ରକ୍ଷା କରିଥିଲେ ।

ଏପରି ଭାବରେ 28 ଲୋକମାନଙ୍କୁ ଏହି ଯୁବକମାନେ ଜୀବନ୍ତ ଉଦ୍ଧାର କରିଥିଲେ । ରାତି 3 ଟା  ଯାଏ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ କରି ଘରକୁ ଯିବା ବେଳେ ଯୁବକଙ୍କ ଦେହ ରକ୍ତରେ ବିଝିଗଲା ବୋଲି ସେ ସୋସିଆଲ ମିଡିଆରେ କହିଛନ୍ତି । ସତରେ ବାହାନଗା ରେ ରହୁଥିବା ଲୋକେ ଦେଶ ପାଇଁ ସୈନ୍ୟ ପରି କାମ କରିଥିଲେ । ସେମାନଙ୍କ ସହାୟତା ଆଜି କିଛି ଲୋକେ ଜିବିତ ଅଛନ୍ତି ।

Leave a Reply

Your email address will not be published. Required fields are marked *