ଯବାନଙ୍କ ଡ୍ରେସ ପାଇଲେ ହେଲେ ଯବାନ ମିଳୁନାହାଁନ୍ତି , କେଉଁଠି ପୋତି ହୋଇ ଯାଇଛନ୍ତି ଖୋଜୁଛି ସ୍ତ୍ରୀ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମାଟି ତଳେ ପୋତି ହୋଇଗଲେ ଯବାନ , ହେଲେ କେଉଁଠି ପୋତି ହୋଇ ଯାଇଛନ୍ତି ଖୋଜି ପାଉନି ସ୍ତ୍ରୀ । କରମଣ୍ଡଳ ରେଳ ଦୁର୍ଘଟଣା କାଳ ସାଜିଛି ଯାତ୍ରୀମାନଙ୍କ ପାଇଁ ଏବଂ ନେଇଯାଇଛି ସେମାନଙ୍କ ଜୀବନ । କିଏ ଘରୁ ମୁଁ ଯାଇ ଆସୁଛି କହି ବାହାରିଛି ତୋ ଆଉ କିଏ ମୁଁ ଘରୁ ଆସୁଛି କହି ବାହାରି ପଡିଥିଲେ କିନ୍ତୁ ମଝି ରାସ୍ତାରେ ଘଟିଗଲା ଓ କରିଦେଲା ସ୍ଵପ୍ନକୁ ଖଣ୍ଡ ଖଣ୍ଡ ।

ସମସ୍ତେ ନିଜ ନିଜର ଲୋକମାନଙ୍କ ଶବକୁ ଖୋଜିବାରେ ଲାଗିଛନ୍ତି । ଏହିପରି ସ୍ଥିତିରେ ସ୍ତ୍ରୀ ଖୋଜୁଛି ତା ସ୍ଵାମୀକୁ ଏବଂ ଶେଷରେ ପାଇଛି ତା ସ୍ଵାମୀର ବ୍ୟାଗ୍ । ଯେଉଁଥିରେ ଥିଲା ପ୍ଯାଣ୍ଟ ସାର୍ଟ ଓ ଟୋପି । ଯାହାକୁ ଦେଖିବା ପରେ ସ୍ତ୍ରୀ ହୋଇଯାଇଥିଲା ପାଗଳ ସ୍ଵାମୀ କୁ ଥର ଟିଏ ଦେଖିବା ପାଇଁ କରୁଥିବା ଭିକ୍ଷା । ମାତ୍ର ପାଉନାହି ସ୍ଵାମୀର ଅନୁସନ୍ଧାନ ଶେଷ ମୁହଁ ଦେଖିବାକୁ ହେଉଛି ତତ୍ପର ।

ଆଜିକୁ ଦୁଇ ଦିନ ବିତିଗଲାନି କିନ୍ତୁ ମିଳୁନାହାନ୍ତି ସ୍ଵାମୀ । କଲିକତା ଗୁମ୍ପୁଡା ଜିଲ୍ଲାର କୁଶମୁଇ ଗାଁର  ନିଖିଲ ଧାରା ସେ କରମଣ୍ଡଳ ଏକ୍ସପ୍ରେସ୍ ରେ ପଞ୍ଜାବ ଅଭିମୁଖେ ଯାଉଥିଲେ । ନିଖିଲ ସୈନ୍ୟରେ କାମ କରୁଥିଲେ ଏବଂ ଦିନେ ତାଙ୍କ ପାଖକୁ ଚିଠି  ଟିଏ ଆସିଥିଲା  ଯେଉଁଥିରେ ଲିଖିତ ଥିଲା ଯଥା ସେ କାମ କରୁଥିବା କ୍ଷେତ୍ରରେ ତାଙ୍କର ପ୍ରମୋଶନ ହୋଇଯାଇଥିଲା । 

ଯେବେ ଘରଲୋକେ ଏହି ଖବର କୁ ଶୁଣିଥିଲେ ତେଵେ ଖୁସିରେ ପୁଅ କୁ ପଞ୍ଜାବ ଯିବା  ପାଇଁ ଆବଶ୍ୟକ ଜିନିଷ ସ୍ତ୍ରୀ ଘର ତିଆରି ସାମଗ୍ରୀ ଦେଇ ଆନନ୍ଦ ସହକାରେ ବିଦାୟ ଦେଇଥିଲେ । ମାତ୍ର ଯିବା ସମୟରେ ଘଟିଲା ଏକ ଅଘଟଣ ଏବଂ ଚାଲିଯାଇଛି ଯବାନଙ୍କ ପ୍ରାଣ । ଖବର ପାଇଥିବା ସ୍ତ୍ରୀ କଲିକତାରୁ ଆସି ସ୍ଵାମୀକୁ ଖୋଜିବାରେ ଲାଗିଯାଇଥିଲେ । କରମଣ୍ଡଳ ରେଳ ପାଖରେ ଛିଡା ହୋଇ ଖୋଜୁଛି ସ୍ଵାମୀର ଶବକୁ ମାତ୍ର ମିଳୁନି ।

ଘରଲୋକେ ପାଗଳ ପରି ଖୋଜୁଛନ୍ତି ସ୍ତ୍ରୀ ତୋ ନିଜର ଚେତନାକୁ ହରାଇ ବସୁଛି । ବ୍ୟାଗ୍ ପାଇଥିବା ସ୍ତ୍ରୀ ସ୍ଵାମୀର ଲୁଗା କୁ ଦେଖି କାନ୍ଦୁଛି । ତେବେ ଦେଖିବା କେବେ ପାଉଛି ସ୍ତ୍ରୀ ସ୍ଵାମୀର ଶବକୁ ।

Leave a Reply

Your email address will not be published. Required fields are marked *