ଅନେକ ଭୟଙ୍କର ରୋଗ ପାଇଁ ରାମବାଣ ହଉଛି ରସୁଣ, ଜାଣନ୍ତୁ

ରସୁଣ ଖାଇବାର ସ୍ଵାଦକୁ ଦୁଇଗୁଣା କରିଦିଏ । ଏଥିରେ ମଧ୍ୟ ଔଷଧୀୟ ଗୁଣ ରହିଛି, ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । ଶରୀରର ଏ ସମସ୍ୟା ରେ ରସୁଣ ରାମବାଣ ପରି କାମ କରେ । ଡାକ୍ତର ମଧ୍ୟ ଏହାକୁ ଖାଇବା ପାଇଁ ପରାମର୍ଶ ଦିଅନ୍ତି । ରସୁଣ ଆମ ଶରୀରକୁ ଏମିତି କ୍ଷମତା ପ୍ରଦାନ କରେ, ଯାହାଦ୍ଵାରା ଆମ ଶରୀର କେତେ ପ୍ରକାର ରୋଗ ସହ ଲଢ଼ିବା ପାଇଁ ସକ୍ରିୟ ରୂପେ କାର୍ଯ୍ୟ କରିଥାଏ । ରକ୍ତଚାପ, ଡାଇବେଟିସ ପରି କେତେକ ମାରାତ୍ମକ ରୋଗର ଉପଚାର ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ । ଆସନ୍ତୁ ଜାଣିବା ରସୁଣ ସମ୍ପର୍କିତ କିଛି ବିଶେଷ କଥା।

ବ୍ଲଡ ପ୍ରେସର-

ବ୍ଲଡ ପ୍ରେସର ହାଇ ହଉ ବା ଲୋ, ଏମିତି ସମସ୍ୟା ହେଲେ ଲୋକମାନେ ବଟିକାର ବ୍ୟବହାର କରନ୍ତି । କିନ୍ତୁ ଅଧିକ ଔଷଧ ଖାଇଲେ କୁପ୍ରଭାବ ପଡ଼ିପାରେ । ଆପଣ ରସୁଣ ବ୍ୟବହାର ରେ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ । ଏହାକୁ ଖାଇଲେ ସ୍ଵାଦ ସହ ପେଟ ସମସ୍ୟାରୁ ଆରାମ ମିଳେ। ରକ୍ତଚାପକୁ ନିୟନ୍ତ୍ରଣ ପାଇଁ କଞ୍ଚା ରସୁଣ ଦୁଇ ପାଖୁଡା କୁ ଚୋବେଇ ଖାଇବା ଉଚିତ । ଯଦି କଞ୍ଚା ରସୁଣ ଖାଇପାରିବେନି ତ ଏହାକୁ ଟିକେ ଭାଜି କି ଖାଆନ୍ତୁ ।

 

ହୃଦୟ ରୋଗରୁ ରକ୍ଷା କରେ-

ହୃଦୟ ଜନିତ ରୋଗ ପାଇଁ ଏହା ବହୁତ ଉପକାରୀ । ଯାହାକୁ ଖାଇବା ଦ୍ଵାରା ରକ୍ତ ଜମାଟ ହେବନି ଏବଂ ହାର୍ଟ ଆଟାକ ରୋଗ କିଛି ମାତ୍ରାରେ ମଧ୍ୟ କମିଯାଇଥାଏ । ରସୁଣ ଓ ମହୁ ମିଶାଇ ଖାଇଲେ ହାର୍ଟ ଯାଏ ଯାଇଥିବା ଶିରାପ୍ରଶିରା ରେ ଜମିଥିବା ଚର୍ବି ବାହାରିଯାଏ ଯେଉଁଥିପାଇଁ ବ୍ଲଡ ସର୍କୁଲେସନ ଠିକ ରେ ହାର୍ଟ ଯାଏ ପହଞ୍ଚିପାରେ ।

ଡାଇବେଟିସ ପାଇଁ ରସୁଣ-

ଡାଇବେଟିସ ରେ ରସୁଣ ନିୟମିତ ଖାଇଲେ ବ୍ଲଡ ସୁଗାର ଲେବଲ ସାମାନ୍ୟ ହୋଇଯାଇଥାଏ । ରସୁଣ ଶରୀରର ସେଇ ହର୍ମୋନକୁ ବଢ଼ାଇଥାଏ, ଯାହା ଶରୀରର ସୁଗାରଙ୍କୁ ନିୟନ୍ତ୍ରିତ ରଖିଥାଏ । ଆଜିଠାରୁ ଆପଣଙ୍କ ଖାଇବାରେ ରସୁଣ ନିଶ୍ଚିତ ବ୍ୟବହାର କରନ୍ତୁ ।

Leave a Reply

Your email address will not be published. Required fields are marked *