କଣ ଆପଣ ଶାନ୍ତିରେ ସୋଇ ପାରୁନାହାନ୍ତି, ତେବେ ନିଶ୍ଚୟ ପଢନ୍ତୁ ଆମର ଏହି ଲେଖାଟି

ରାତିରେ ନିଦ୍ରା ସୁସ୍ଥ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସମ୍ପୂର୍ଣ୍ଣ ଭାବରେ ନିଦ୍ରା ନେଇ ପାରୁନାହାନ୍ତି ବା ଭୁଲ ସମୟରେ ଶୋଉଛନ୍ତି ବା ଅଳ୍ପ ସମୟରେ ନିଦ ପୁରା କରନ୍ତି ତ ଏହାଦ୍ବାରା ନିଦ୍ରାର ସମସ୍ୟା ଦେଖାଦେଇଥାଏ । ଯଦି ଆପଣ 7 ରୁ 9 ଘଣ୍ଟା ନିଦ୍ରା ନିଅନ୍ତି ତ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢିବା ସହିତ ବ୍ଲଡ ପ୍ରେସର ଓ ହରମୋନ ବି ଠିକ ରହିଥାଏ ।

ମୁଲନ୍ଦ ସ୍ଥିତ ଫୋର୍ଟିସ ହସ୍ପିଟାଲର ନ୍ୟୁରୋଲାଜିଷ୍ଟ ଡଃ. ରିମା ଚୌଧୁରୀ କହିଛନ୍ତି କି, ନିଦ୍ରା ସମ୍ବନ୍ଧିତ ସମସ୍ୟା ବିଭିନ୍ନ ପ୍ରକାରର ପରିସ୍ଥିତି ପ୍ରଭାବରୁ ହୋଇଥାଏ, ଯାହା ନିୟମିତ ଭାବେ ଆସୁଥିବା ନିଦ୍ରାକୁ ପ୍ରଭାବିତ କରିଥାଏ ।

ଏହା ଆଜିକାଲି ସାଧାରଣ କଥା, ସେମାନଙ୍କ ପାଇଁ ଯେଉଁମାନେ ଦିନସାରା ମୁଣ୍ଡବିନ୍ଧା ଓ ଚିନ୍ତାରେ ରହୁଛନ୍ତି । ଯଦି କୌଣସି ବ୍ୟକ୍ତି ମୁଣ୍ଡବିନ୍ଧା ସମସ୍ୟା ସହ ଜଡ଼ିତ ତ ସେ ଏକ ସାମାନ୍ୟ ନ୍ୟୁରୋଲାଜିକାଲ ସମସ୍ୟା ଅଟେ, ଯାହା 60-70 ପ୍ରତିଶତ ଯାଏ ନିଦରେ ବାଧା ସୃଷ୍ଟି କରିଥାଏ ।

ଆସନ୍ତୁ ଜାଣିବା ନିଦ୍ରା ସମ୍ବନ୍ଧିତ ବିଭିନ୍ନ ବେମାରି ବିଷୟରେ-

ସ୍ଲିପ ଏପନୋୟା

ଏଥିରେ ରକ୍ତରେ ଅକ୍ସିଯେନ କମ ହେବାରୁ ନିଶ୍ବାସ ନେବାରେ କଷ୍ଟ ହୋଇଥାଏ । ଏଥିରେ ହଟାତ ନିଶ୍ବାସ ବନ୍ଦ ହୋଇଯାଏ ତାପରେ ଗୋଟେ ଗୋଟେ ଆସିଥାଏ । ଅକ୍ସିଯେନ ପ୍ରଭାବରୁ ମତିଷ୍କ ଓ ଶରୀରର ଅନ୍ୟ ଅଂଶ ମଧ୍ୟ ପ୍ରଭାବିତ ହୋଇଥାଏ, ଯାହାଦ୍ଵାରା ନିଦ୍ରା ରେ ସମସ୍ୟା ଆସିଥାଏ । ଘୁଙ୍ଗୁଡ଼ି ମାରିବା ଓ ହଟାତ୍ ଭୟଭୀତ ହୋଇ ଉଠି ମୁହଁ ଶୁଖିଯିବା ଏହାର ସାମାନ୍ୟ ଲକ୍ଷଣ ହୋଇଥାଏ ।


ରେଷ୍ଟଲେସ ଲେଗସ ସିଣ୍ଡ୍ରୋମ

ଏଥିରେ ବ୍ୟକ୍ତି ସବୁବେଳେ ନିଜ ଗୋଡ଼କୁ ହଲାଇଥାଏ । ଯେବେ ଶୋଇବାକୁ ଯାଏ ଗୋଡ଼ରେ ଜଳାପୋଡା ହୋଇଥାଏ, ତେଣୁ ଭଲ ନିଦ ହୋଇନଥାଏ ।

ଇଁସୋମେନୀୟା

ଅଧିକାଂଶ ଲୋକଙ୍କ ପାଖରେ ଏହି ସମସ୍ୟା ବେଶୀ ଦେଖାଯାଇଥାଏ । ଏହି ଅନିଦ୍ରା ସମସ୍ୟାରେ ବ୍ୟକ୍ତିଙ୍କୁ ନିଦ ଆସିବା ଓ ନିୟମିତ ସମ୍ପୂର୍ଣ୍ଣ ଭାବରେ ନିଦ ହେବାରେ ସମସ୍ୟା ଆସିଥାଏ ।

ନିଦ୍ରା ପାଇଁ ଟିପ୍ସ

ଶୋଇବା ସମୟ ସବୁବେଳେ ଗୋଟେ ସ୍ଥିର ରଖନ୍ତୁ । ସନ୍ଧ୍ୟା ଓ ରାତି ସମୟରେ ଅଧିକ ଖାଆନ୍ତୁ ନାହିଁ । ଶୋଇବା ପୂର୍ବରୁ ଟିଭି , କମ୍ପ୍ୟୁଟର ଓ ମୋବାଇଲ ବ୍ୟବହାର କମ କରନ୍ତୁ । ପ୍ରତିଦିନ ବ୍ୟାୟାମ କରନ୍ତୁ । ଖରାବେଳେ ଶୁଅନ୍ତୁ ନାହିଁ । ଶୋଇବା ପୂର୍ବରୁ ଗରମ ପାଣିରେ ଗାଧେଇଲି ଭଲ ନିଦ ହୁଏ ଓ ରିଲାକ୍ସ ଅନୁଭବ ହୁଏ ।

Leave a Reply

Your email address will not be published. Required fields are marked *