ଏହି ଦେଶରୁ ଆସିଲା ଆଶ୍ଚର୍ଯ୍ୟକର ଖବର, କ୍ଵାରାଣ୍ଟିନ ସେଂଟରରେ ଲୋକେ ବନଉଛନ୍ତି ଶାରୀରିକ ସମ୍ବନ୍ଧ, ସରକାର ଏବେ ଚିନ୍ତାରେ

ବର୍ତ୍ତମାନ ସମୟରେ ପୁରା ଦୁନିଆ କରୋନା ଭାଇରସ କାରଣରୁ ନିଜ ନିଜ ଦେଶକୁ ଲକଡାଉନ ରଖିଛନ୍ତି । କିନ୍ତୁ ଏହା ସତ୍ବେ ବି ହଜାର ହଜାର ଲୋକମାନେ ଏହି ଭାଇରସରେ ସଂକ୍ରମଣ ହେଉଛନ୍ତି ଓ ହଜାର ହଜାର ସଂଖ୍ୟାରେ ମୃତ୍ୟୁ ବରଣ ବି କରୁଛନ୍ତି । ଏମିତିରେ ବହୁତ ବର୍ଷ ପରେ କରୋନା ଏକ ବିନାଶକାରୀ ପରିସ୍ଥିତି ନେଇ ଆସିଛି । ଏମିତିରେ ସବୁ ଦେଶ ସୁରକ୍ଷା ଦ୍ରୁଷ୍ଟିରୁ ଲୋକମାନଙ୍କୁ କ୍ୱାରଂଟୀନରେ ରଖୁଛନ୍ତି । ସନ୍ଦେହ ହେଲେ ବି ଲୋକମାନେ ନିଜକୁ କ୍ୱାରଂଟୀନ କରୁଛନ୍ତି । ଯାହା ଦ୍ଵାରା ସେହି ଭାଇରସ ଅନ୍ୟ ଲୋକମାନଙ୍କୁ ନ ହେବ । ଏହା ସହିତ ସବୁ ଦେଶର ସରକାର ସାମାଜିକ ଦୂରତାକୁ ନେଇ ବିଭିନ୍ନ ବୟାନ ଜାରି କରୁଛନ୍ତି । କିନ୍ତୁ ଏହି ସବୁ ମଧ୍ୟରେ ପୂର୍ବ ଆଫ୍ରିକାର ଏକ ଦେଶ ୟୁଗାଂଡାରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସୁଛି । ୟୁଗାଂଡାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ କ୍ୱାରଂଟୀନରେ ରହୁଥିବା କେତେକ ଲୋକମାନେ ବର୍ତ୍ତମାନ ଶାରୀରିକ ସମ୍ବନ୍ଧ କରିବା ଆରମ୍ଭ କରି ଦେଇଛନ୍ତି ।

ଏକ ରେଡିଓ ପ୍ରୋଗ୍ରାମରେ ୟୁଗାଂଡାର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ଡାକ୍ତର ଡିୟାନା ଅଟବିନ ଏହି ବିଷୟରେ ଚିନ୍ତା ପ୍ରକାଶ କରି କହିଛନ୍ତି କି ୟୁଗାଂଡାରେ ଆମେ କରୋନାକୁ ରୋକିବା ପାଇଁ ପ୍ରୟାସ କରୁଛୁ । ଆମେ ଆମର ଦେଶବାସୀଙ୍କୁ କରୋନା ଠାରୁ ବଞ୍ଚାଇବା ପାଇଁ ଚାହୁଁଛୁ । କିନ୍ତୁ ଯଦି ଲୋକମାନେ ନିୟମର ଉଲ୍ଲଂଘନ କରିବେ ତେବେ ସରକାର କରୋନାକୁ ରୋକିବାରେ ଅସଫଳ ହୋଇଯିବ ।

Image courtesy: Google

ସେ ଆଗକୁ କହିଲେ କି କ୍ୱାରଂଟୀନ ସେଟର୍ସରେ କେତେକ ଲୋକମାନେ ନିୟମର ଉଲ୍ଲଂଘନ କରୁଥିବାର ଦେଖା ଯାଇଛି । ଲୋକମାନେ ସାମାଜିକ ଦୂରତାକୁ ନଜର ଅନ୍ଦାଜ କରିଛନ୍ତି । ଜଣେ ଅନ୍ୟ ଜଣଙ୍କ ରୁମକୁ ଯାଉଛି । ପରସ୍ପର ସହ ଶାରୀରିକ ସମ୍ବନ୍ଧ ରଖୁଛନ୍ତି । ଏହା ଦ୍ଵାରା କରୋନା ଭାଇରସ ବ୍ୟାପିବ ଓ ଏହା ସହିତ ସଂକ୍ରମଣର ଭୟ ବି ବଢି ଯାଉଛି । ସେ କହିଲେ କି କ୍ୱାରଂଟୀନ ସେଟର୍ସରେ କେତେକ ଲୋକମାନଙ୍କ ଅଫେୟାର ମଧ୍ୟ ଚାଲିଛି ।

Image courtesy: Google

ଏତିକି ନୁହେଁ ଏହି ଲୋକମାନେ କ୍ୱାରଂଟୀନ ସେଟର୍ସରୁ ବାହାରି ନିଜର ସମ୍ପର୍କୀୟ ଲୋକମାନଙ୍କୁ ଦେଖା କରିବା ପାଇଁ ତାଙ୍କର ହୋଟେଲକୁ ବି ଯାଉଛନ୍ତି । ଏହା ଦ୍ଵାରା ୟୁଗାଂଡାର ସରକାରଙ୍କ ପାଇଁ କରୋନାକୁ ରୋକିବାର ସମସ୍ତ ପ୍ରକାରର ପ୍ରୟାସ ବିଫଳ ହୋଇ ଯାଉଛି । ଏଥିପାଇଁ ଆମେ ଅନୁରୋଧ କରୁଛୁ ୟୁଗାଂଡାର ଲୋକମାନଙ୍କୁ କି କରୋନା ମହାମାରିକୁ ଗମ୍ଭୀରତାର ସହ ନିଅନ୍ତୁ । ଦେଶ ଦୁନିଆର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *