ଲୋକ ପାଇଲଟ ଜୀବିତ ନା ମୃତ, Odisha Train Tragedy

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଜୁନ 2 ତାରିଖରେ ଦେଶରେ ସବୁଠାରୁ ବଡ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । କରମଣ୍ଡଳ ଏକ୍ସପ୍ରେସ୍ ରେଳକୁ  ଧକା ଦେଲା ଯଶୱନ୍ତ ହାୱଡା ଏକ୍ସପ୍ରେସ୍ ଯାହା ଫଳରେ ରେଳରେ ଯାତ୍ରା କରୁଥିବା 261 ଯାତ୍ରୀ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ ଓ 900 ଶହରୁ ଅଧିକ ଲୋକେ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ।

 

ତେବେ ଆଜି ସୋସିଆଲ ମିଡିଆରେ ଲୋକ ପାଇଲଟ GN ମହାନ୍ତି କୁ ରକ୍ଷା କରିଥିବା  ବାହାନଗାର କିଛି ଯୁବକମାନେ କିପରି ତାଙ୍କୁ ବଞ୍ଚାଇଥିଲେ ଏବଂ କିପରି ଥିଲା ସେ ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି  । ତାଙ୍କ କହିବା ଅନୁସାରେ ଯେବେ ତାଙ୍କୁ ସୂଚନା ମିଳିଥିଲା କି  ଏଭଳି ଦୁର୍ଘଟଣା ଘଟିଛି । ତେବେ କିଛି ଯୁବକ ଓ ସ୍ଥାନୀୟ ଲୋକେ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚିଥିଲେ ଏବଂ ଦୃଶ୍ୟ କୁ ଦେଖି ତାଙ୍କ ହୋସ୍ ଉଡିଯାଇଥିଲା ।

ଯୁବକମାନେ ପ୍ରଥମେ ତଳ ବଗିରେ ଥିବା ଲୋକମାନଙ୍କୁ ବାହାରକୁ ଆଣି ବଞ୍ଚାଇଥିଲେ । ଏହି ପ୍ରକ୍ରିୟାରେ ତାଙ୍କୁ ଦୂରରୁ ଜଣେ ଭାଇ ଇଂଞ୍ଜିନ ରୁ ତଳେ  ଓହଳି ଥିବା ଦେଖିଥିଲେ । ସେ ବ୍ୟକ୍ତି ଜଣକ କୋଣସି ପ୍ରତିକ୍ରିୟା କରୁନଥିଲେ । ତେଣୁ କରି ଏହି ଉଦ୍ଧାରକାରୀ ଯୁବକମାନେ ତାଙ୍କ ପାଖକୁ ଯାଇଥିବା ବେଳେ ତାଙ୍କୁ ଅନେକ ସମସ୍ୟା ର ସମୁଖୀନ ହେବାକୁ ପଡିଥିଲା ।

କାରଣ ଇଂଞ୍ଜିନ ବହୁତ ଉତ୍ତାପ ଥିଲା ଛିଡା ହେବା ମଧ୍ୟ କଷ୍ଟକର ହୋଇଥିବା ବେଳେ ଯୁବକମାନେ ଲୋକ ପାଇଲଟ କୁ ରକ୍ଷା କରିବା ପାଇଁ ତା ଉପର ଛାଡି ହାତ ଧରାଧରି ହୋଇ ଯାଇଥିଲେ ଏବଂ ଲୋକ ପାଇଲଟ କୁ ଉଦ୍ଧାର କରିବା ପରେ ସେ ଦେଖିଲେ ତଳ ବଗିରେ ସହଚାଳକ ପାଇଲଟ ଜଣକ ଥିଲେ ଏବଂ ତାଙ୍କ ପରିସ୍ଥିତି ବହୁତ ଖରାପ ଓ ସେ ତାଙ୍କ ଜୀବନକୁ ବଞ୍ଚାଇବା ପାଇଁ ଡାକୁଥିଲେ ।

ମାତ୍ର ତାଙ୍କ ପାଖକୁ ଯିବା ଅସମ୍ଭ ଥିଲା କାରଣ କଟର ମେସିନର ଆବଶ୍ୟକତା ଥିଲା ପରେ ତାଙ୍କୁ ମଧ୍ୟ ଉଦ୍ଧାର କରଯାଇଥିଲା । ତେବେ ଯୁବକଙ୍କ କହିବା ମୁତାବକ ଚାଳକ ଓ ସହଚାଳକ ଜୀବିତ ଅଛନ୍ତି ଏବଂ କଟକ ମେଡିକାଲରେ ତାଙ୍କୁ ଚିକିତ୍ସା କରାଯାଇଛି । ଏବେ ସେ ଜୀବିତ ଓ ଭଲ ଥିବା ସୂଚନା ମିଳିଛି । ଖବରକୁ ନେଇ ଆପଣମାନଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *