ବାଲ୍ୟକାଳର ବନ୍ଧୁତା ପାଇଁ ବନ୍ଧୁର ଜଳନ୍ତା ଜୁଇକୁ ଡେଇଁ ପଡିଲେ ବନ୍ଧୁ, ପ୍ରକୃତ ବନ୍ଧୁତାର ଜୀବନ୍ତ ଉଦାହରଣ

ନମସ୍କାର ବନ୍ଧୁଗଣ । ବନ୍ଧୁଙ୍କ ଜଳନ୍ତା ଜୁଇରେ ଡେଇଁ ପଡ଼ିଲେ ବନ୍ଧୁ । ହଁ ଦର୍ଶକ ବନ୍ଧୁ ଏହା ସତ୍ୟ ଘଟଣା ଆମେମାନେ ସାନ ବେଳୁ ଶୁଣିକୁ ଆସିଛୁ କି ପ୍ରକୃତ ବନ୍ଧୁ  ଜୀବନକୁ ଦେବାକୁ ମଧ୍ୟ ପଛାଏ ନାହିଁ । ସେହି ଉକ୍ତିକୁ ଆଜି ସତ କରିଛନ୍ତି ଜଣେ ବନ୍ଧୁ । ସାନ ବେଳୁ  ଆମେ ଦୁହେଁ ଏକାଠି ବଢିଛୁ ତୁ ନ ଗଲେ ମୁଁ  ସ୍କୁଲ ଯାଏ ନାହିଁ ।

ତୋତେ ଦିନେ ନ ଦେଖିଲେ ମୁଁ ରହିପାରେ ନାହିଁ । ତୁ ଏକା ଚାଲିଯିବୁ ମୁଁ କାହିଁକି ବଞ୍ଚି ରହିବି । ତୁ  ଯେଉଁଠି ରହିବୁ ମୁଁ ବି ସେଇଠି ରହିବି । ତୋ ସହ ମୁଁ ବି ଦୁନିଆ ଛାଡିଦେବି ଏଭଳି କିଛି ମନରେ ଭାବି ବନ୍ଧୁଙ୍କ ଜଳନ୍ତା ଜୁଇ ରେ ଡେଇଁ ପଡିଥିଲେ ବନ୍ଧୁ । ସତରେ ସାଙ୍ଗ ଜୀବନରେ କେଉଁ ମୁଖ୍ୟ ଭୂମିକା ତୁଲାଇ ଥାଏ ତାହା କେବଳ ପ୍ରକୃତ ବନ୍ଧୁ ହିଁ ବୁଝିପାରେ ।

ଆପଣମାନେ ଅନେକ ଚଳଚିତ୍ରମାନଙ୍କରେ ମଧ୍ୟ ଦେଖିଥିବେ ପ୍ରକୃତ ବନ୍ଧୁତାର କାହାଣୀ । ଶୋଲେ ଚଳଚିତ୍ରରେ  ଜୟ ପାଇଁ ବୀର ନିଜ ପ୍ରାଣ ଦେବାକୁ ମଧ୍ୟ ପଛ ଘୁଞ୍ଚା ହୋଇନଥିଲେ । ବନ୍ଧୁଙ୍କ ଜୀବନକୁ ରକ୍ଷା କରିବା ପାଇଁ ନିଜ ଜୀବନକୁ କିପରି ବିପଦରେ ପକେଇଥିଲେ ଆପଣମାନେ ଦେଖିଥିବେ କିନ୍ତୁ ବର୍ତ୍ତମାନରେ ମଧ୍ୟ ଏପରି ବନ୍ଧୁତା ଦେଖିବାକୁ ମିଳିଛି ।

ଏହି ଘଟଣା ଟି ହେଉଛି ଉତ୍ତରପ୍ରଦେଶ ର ଅଶୋକ ଓ ଆନନ୍ଦ  ଦୁଇ ବନ୍ଧୁ ବାସ କରୁଥିଲେ । ଦୁଇଜଣ ସାନ ବେଳବନ୍ଧୁ ଅଟନ୍ତି ଏକାଠି ଖାଇଛନ୍ତି, ଏକାଠି ବୁଲିଛନ୍ତି ଏବଂ ଏକାଠି ବସବାସ ମଧ୍ୟ କରନ୍ତି । ମାତ୍ର କିଛି ଦିନ ତଳେ ଅଶୋକ କର୍କଟ ରୋଗରେ ଅକାରାନ୍ତ ହୋଇ ଡାକ୍ତରଖାନାରେ ପଡିଥିଲେ ଏବଂ ଏହି ପ୍ରକ୍ରିୟାରେ ତାଙ୍କ ମୃ-ତ୍ୟୁ ଘଟିଥିଲା ।

ବନ୍ଧୁଙ୍କ ଅକାଳ ମୃତ୍ୟୁକୁ ସହ କରିପାରିନଥିଲେ ଆନନ୍ଦ ସେ ଶାରୀରିକ ଓ ମାନସିକ ଭାବରେ ଭାଙ୍ଗିପଡିଥିଲେ । ଅଶୋକଙ୍କ ପରଲୋକ ହେବା ବାର୍ତ୍ତା ଘରଲୋକଙ୍କ ଠାରୁ ଆନନ୍ଦ ଅଧିକ ଦୁଃଖିତ ଥିଲେ । ଘରଲୋକମାନେ ଅଶୋକଙ୍କ ଶେଷକ୍ରିୟା କରୁଥିବା ବେଳେ ସମସ୍ତଙ୍କ ଆଗରେ ଅଶୋକଙ୍କ ଜଳନ୍ତା ଜୁଇରେ ଡେଇଁ ପଡ଼ିଲେ ଆନନ୍ଦ ।

ତେବେ ସେଠାକାର ଲୋକେ ଆନନ୍ଦକୁ ଅଗ୍ନି ରୁ ବାହାର କରି ଡାକ୍ତରଖାନା ପହଞ୍ଚାଇଥିଲେ କିନ୍ତୁ ଡାକ୍ତର ସେ ମୃତ୍ୟୁ ବୋଲି ଘୋଷଣା କରିଥିଲେ । ତେବେ ପ୍ରକୃତ ବନ୍ଧୁ ରହିପାରିଲେନି ବନ୍ଧୁକୁ ଛାଡି । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *