ଲକଡାଉନ ରେ ଛାତ ଉପରେ ବସି ଖେଳୁଥିଲେ ତାସ, ଯେତବେଳେ ପୋଲିସ ଡ୍ରୋନରେ ଦେଖିଲେ, ଆଉ ତା ପରେ

କରୋନା ଭାଇରସ ପାଇଁ ଭାରତକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି । ଏହାର ନିୟମ ଅନୁସାରେ କୌଣସି ଲୋକ ଘରୁ ବାହାରକୁ ନ ବାହାରି କୌଣସି ଗୋଟିଏ ଜାଗାରେ ଏକାଠି ନହୋଇ ନିଜ ନିଜ ଘରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । କିନ୍ତୁ କିଛି ଲୋକ ଏହି ନିୟମକୁ ନ ମାନିବାରୁ ପୋଲିସ ଦ୍ଵାରା ଶକ୍ତ କାର୍ଯ୍ୟନୁଷ୍ଠାନ ନିଆଯାଉଛି । କରୋନା ଭାଇରସକୁ ରୋକିବା ପାଇଁ ଏକମାତ୍ର ସାମାଜିକ ଦୂରତା ହିଁ ସଠିକ ଉପାୟ ଥିବା ସମୟରେ କିଛି ଲୋକ ଏହି ନିୟମକୁ ଭାଙ୍ଗି ଛାତ ଉପରେ ଏକାଠି ହେବାର ଦେଖା ଯାଇଛି । ଏଥିପାଇଁ ମଧ୍ୟ ପୋଲିସ ମାନେ ଏହାର ବି ଉପଚାର ବାହାର କରିଛନ୍ତି ।

Tik Tok ରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକମାନେ ଛାତ ଉପରେ ତାସ ଖେଳୁ ଥିବାର ଦେଖା ଯାଇଛି । ଲକଡାଉନ ପାଇଁ ଲୋକ ଘରୁ ନ ବାହାରି ଛାତ ଉପରେ ଏକାଠି ହୋଇ ନିୟମ ଭାଙ୍ଗୁଛନ୍ତି । ପୋଲିସ ଡ୍ରୋନ କ୍ୟାମେରା ସାହାଯ୍ୟରେ ସେମାନଙ୍କୁ ଧରିଛି । ଯେଉଁଥିରେ ଦେଖା ଯାଇଛି କି କିଛି ଲୋକ ଛାତ ଉପରେ ଏକାଠି ବସି ତାସ ଖେଳୁଛନ୍ତି ।

ଡ୍ରୋନ କ୍ୟାମେରା ଛାତ ଉପରେ ପହଞ୍ଚିବା ପରେ ଶବ୍ଦ ଶୁଣାଗଲା କି କ୍ୟାମେରାରେ ରେକର୍ଡ କରାଯାଉଛି ଯଦି ଆପଣ ନିଜ ଘରେ ନରହି ଏକାଠି ବସିବେ ତାହେଲେ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ।

ଦେଖନ୍ତୁ ଭିଡିଓ

ଏହି ଭିଡିଓ କୁ ସଦାମ ଅଂସାରୀ ନାମର ଟିକ ଟକ ୟୁଜର ସେୟାର କରିଛନ୍ତି ଯାହାର ୮.୨ମିଲିୟନ ଭିୟୁଜ ହେବା ସହିତ ୪ଲକ୍ଷ ରୁ ଅଧିକ ଲାଇକ ଏବଂ ୮୦୦ରୁ ଅଧିକ କମେଣ୍ଟ୍ ଆସିଛି । ଭାରତରେ କରୋନା ରୋଗୀଙ୍କର ସଂଖ୍ୟା ବଢି ୬୭୭୧ ହେବା ସହିତ ଏଥିରେ ୨୨୮ ଜଣଙ୍କର ମୃତ୍ୟୁ ହୋଇଛି । ୬୩୫ ଜଣ ଭଲ ହେଇସାରିଛନ୍ତି । ତେବେ ବନ୍ଧୁମାନେ ଯଦି ଏମିତି ଚାଲେ ଆମେ କରୋନା ଯୁଦ୍ଧରେ ହାରିଯିବା । ତେଣୁ ଘରେ ରୁହନ୍ତୁ ଓ ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରନ୍ତୁ । ସଚେତନତା ପାଇଁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଅଧିକ ଖବର ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *