ଏଲଆଇସି ଏଜେଣ୍ଟ ହୋଇ ଫର୍ଜି କଲ ଦ୍ଵାରା ଲୋକଙ୍କୁ ଚୂନା ଲଗଉଛନ୍ତି ଠକ, ଆସନ୍ତୁ ଜାଣିବା ଏଥିରୁ ବଞ୍ଚିବା ପାଇଁ କଣ କରିବାକୁ ପଡିବ

କଣ ଆପଣ ମଧ୍ୟ ଲାଇଫ ଇଂସୁରାନ୍ସ କରପୋରେସନରେ ନିବେଶ କରୁଛନ୍ତି ବା କରିବା ପାଇଁ ଚିନ୍ତା କରୁଛନ୍ତି ତେବେ ସତର୍କ ହୋଇଯାନ୍ତୁ । ଆମେ ଆପଣଙ୍କୁ ଏହା ଏଥିପାଇଁ କହୁଛୁ କାହିଁକିନା ଆପଣ ଠକ ହାତରେ ଯାଇ ପାରନ୍ତି, ଠକ ଏଲଆଇସି ଏଜେଣ୍ଟ, ଅଧିକାରୀ ବା ଇରଡା ଅଧିକାରୀ ହୋଇ ଆପଣଙ୍କ ସହ ଭଲ ଭଲ କଥା ହୋଇ ଆପଣଙ୍କୁ ମିଛ ଅଫର ନା ରେ ଠକିବା ପାଇଁ ଚେଷ୍ଟା କରନ୍ତି । ତେବେ ଏହା ବିଷୟରେ ଲୋକଙ୍କୁ ସଜାଗ କରିବା ପାଇଁ ଏଲଆଇ ସି ଆଧିକାରିକ ୱେବସାଇଟରେ ଏଲଆଇସି ଦ୍ଵାରା ବାରମ୍ବାର ଆଲର୍ଟ କରାଯାଉଛି ।

Image Courtesy: Google

ଏହି ଏଲଆଇସି ଠକ ଆପଣଙ୍କୁ ଆପଣଙ୍କ ଏଲଆଇସି ସରେଣ୍ଡର କରିବା ପାଇଁ କୁହନ୍ତି ଏବଂ ଏହା ବଦଳରେ ଆପଣଙ୍କୁ ଭଲ ଅଫର ଦେବା ପାଇଁ କୁହନ୍ତି, ଫର୍ଜି ଫୋନ କଲ ବା ଏସମଏସ ଦ୍ଵାରା ଏହା କରିବା ପାଇଁ ଚେଷ୍ଟା କରନ୍ତି, ତେବେ କିଛି ଲୋକ ଅଫର ଲୋଭରେ ପଲିସି ସରେଣ୍ଡର କରିବା ପାଇଁ ମାନିଯାନ୍ତି ଯାହା ପରେ ଠକ ତାଙ୍କୁ ଏହା ବଦଳରେ ଟଙ୍କା ମାଗନ୍ତି ।

Image Courtesy: Google

ଠକ ପୋଲିସ ଲୋକଙ୍କୁ ଏହା କୁହନ୍ତି ଯେ ଯଦି ଆପଣଙ୍କୁ ଭଲ ଋଟର୍ନ ଏବଂ ଭଲ ଅଫର ଦରକାର ତେବେ ଆପଣଙ୍କୁ କିଛି ଟଙ୍କା ଜମା କରିବାକୁ ପଡିବ, ଏହା ପରେ ପଲିସି ହୋଲ୍ଡର କୁ ଗୋଟେ ଆକାଉଣ୍ଟ ନମ୍ବର ପଠାଯାଏ, ପଲିସି ହୋଲ୍ଡର ଯେଉଁ ମୁହୂର୍ତ ରେ ଟଙ୍କା ପଠେଇ ଦିଏ ଏହା ପରେ ସେ ଠକାମିର ଶିକାର ହୋଇଯାଏ, ଏମିତିକା ଠକଙ୍କ ଠାରୁ ବଞ୍ଚିବା ପାଇଁ ଚାହାଁନ୍ତି ତେବେ ଆପଣଙ୍କୁ ସାବଧାନ ରହିବା ଉଚିତ ଆସନ୍ତୁ ଜାଣିବା କେମିତି ।

Image Courtesy: Google

ଏଲଆଇସି ତରଫରୁ ଆସୁଥିବା ପ୍ରତି କଲ ଭେରିଫାଇ କରନ୍ତୁ ଏହା ବହୁତ ଆବଶ୍ୟକ ଅଟେ, ଆଇଆରଡିଏ ଦ୍ଵାରା ଜାରି କରା ଯାଇଥିବା ଲାଇସେନ୍ସ ବିଷୟରେ ପଚାରନ୍ତୁ, ଏହା ଛଡା ସିଧା ଏଲଆଇସି ଅଧିକାରିକ ୱେବସାଇଟ www.licindia.in ରେ ଯାଇ ଅଫର ବିଷୟରେ ବୁଝି ପାରନ୍ତି ନଚେତ କୌଣସି ପାଖ ବ୍ରାଞ୍ଚକୁ ଯାଇ ଏମିତିକା କୌଣସି ଅଫର ଚାଲିଛି ବା ନାହିଁ ଏହା ବୁଝି ପାରନ୍ତି ଏବଂ ଯଦି ଆପଣଙ୍କୁ ଲାଗୁଛି କୌଣସି ପ୍ରକାର ଠକ କଲ ଆପଣଙ୍କ ପାଖକୁ ଆସିଛି ତେବେ ଏହି ଇ ମେଲ [email protected] ରେ ଖବର ଦିଅନ୍ତୁ । ଯଦି ଆପଣ ବି ଏମିତି କିଛି ଠକାମିର ଶିକାର ହେଉଛନ୍ତି ତେବେ ନିଶ୍ଚୟ ଏହି ଉପାୟକୁ ଆପଣାନ୍ତୁ ଓ ଏହାକୁ ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ । ଏହିପରି ଅନେକ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *