ଆମର କିଛି ଭୂଲ ଆମ ଲିଭରକୁ ଖରାପ କରି ଦେଇଥାଏ ଏବଂ ତାହା ଖରାପ ହେଇଗଲେ ଶରୀରରେ ଥିବା ମଇଳା ବାହାରକୁ ବାହାରି ପାରେ ନାହିଁ । ଏହାର ସବୁଠାରୁ ବଡ କ୍ଷତି ଲିଭରର ହିଁ ହୋଇଥାଏ । ଲିଭର ଖରାପ ହେବା କାରଣରୁ ଯେତେବେଳେ ଶରୀରରେ ମଇଳା ଜମା ହୋଇଥାଏ, ସେତେବେଳେ ଶରୀର ତାହାର କିଛି ସଂକେତ ଆମକୁ ଦେଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ବୁଝି ପାରିବେ କି ଆପଣଙ୍କର ଲିଭର ଖରାପ ହେଉଛି । ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ ।
୧ -ପେଟର ଉପର ଭାଗରେ କଷ୍ଟ ହେଲେ ବା ଆପଣଙ୍କ ଲିଭର ପାଖରେ କଷ୍ଟ ଅନୁଭବ କରିଲେ ଏହା ଲିଭରରେ ମଇଳା ଜମିଥିବାର ସଂକେତ ଦେଇଥାଏ ଯାହା ବାହାରକୁ ବାହାରିବା ବହୁତ ଜରୁରୀ ହୋଇଥାଏ । ବେଳେ ବେଳେ ବହୁତ କଷ୍ଟ ହୋଇଥାଏ । ଲିଭର ଆମ ଶରୀରର ମଇଳାକୁ ବାହାରକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆମେ ଲିଭର ର ଧ୍ୟାନ ରଖିବା ଦରକାର ।
୨ -ଯଦି ଲିଭର ରେ କୌଣସି ସମସ୍ୟା ଆସିଥାଏ ତାହେଲେ ସେ ନିଜେ ତାହାକୁ ଠିକ କରିବା ପାଇଁ ଚେଷ୍ଟା କରିଥାଏ କିନ୍ତୁ ଯଦି ସେହି ସମସ୍ୟା ଅଧିକ ହୋଇଯାଏ ତାହେଲେ ଆପାଣଙ୍କର ରକ୍ତଚାପ ବି ବଢି ଯାଇଥାଏ । ଏହି କାରଣରୁ ଗୋଡରେ ଏକ ବିଶେଷ ଦ୍ରବ୍ୟ ଜମା ହୋଇଯାଏ ଯାହାଦ୍ୱାରା ପାଦ ଫୁଲି ଯାଇଥାଏ । ଏଠି ପାଇଁ କୌଣସି କଷ୍ଟ ହୋଇ ନଥାଏ ।
୩ -ଲିଭରରେ ମଇଳା ଜମା ହେବାରୁ ଆପଣଙ୍କର ଓଜନ ବଢିବାକୁ ଲାଗିଥାଏ । ଏହା ସହିତ ଶରୀର ଭିତରେ ଥିବା ମଇଳା ସମ୍ପୂର୍ଣ ଭାବେ ବାହାରି ପାରି ନଥାଏ । ଯେମିତି କି ଆଲ୍କୋହଲ, ଆର୍ଟିଫିସୀୟଲ ସ୍ଵୀଟନର, ଅଧିକ ଫ୍ୟାଟ ବାଲା ଆହାର ଓ କିଛି ବିଶେଷ ଔଷଧ ଇତ୍ୟାଦି । ଏହାକୁ ଖାଇବା ଦ୍ଵାରା ଲିଭର ହଜମ କରିପାରେ ନାହିଁ ।
୪ -ଲିଭରରେ ମଇଳା ଜମା ହେବା କାରଣରୁ ଥକାପଣ ଅନୁଭବ ହୋଇଥାଏ । ଆମ ଖାଦ୍ୟକୁ ହଜମ କରିବାରେ ଏବଂ ସେଥିରୁ ପୋଷକ ତତ୍ଵ ଅଲଗା କରିବାର କାମ ଲିଭର କରିଥାଏ । ଯଦି ଆପଣଙ୍କର ଲିଭର ଠିକ ଭାବେ କାମ କରିନଥାଏ ତାହେଲେ ଖାଦ୍ୟରୁ ଆପଣଙ୍କୁ ଆବଶ୍ୟକୀୟ ଶକ୍ତି ଏବଂ ପୋଷଣ ମିଳେନାହିଁ । ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଜ୍ଯ କରିବ । ଆଗକୁ ନୂଆ ଟିପ୍ସ ଗୁଡିକ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।