ଲିଭର ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 5 ଟି ସଙ୍କେତ, ନିଶ୍ଚୟ ଜାଣି ରଖନ୍ତୁ ଏହି କଥା, ନହେଲେ ଭୋଗିବେ ଭୟଙ୍କର ପରିଣାମ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଲିଭର ଖରାପ ହେବା ପୂର୍ବରୁ ଦେଖା ଯାଇଥିବା କିଛି ସଙ୍କେତ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଲିଭର ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ।ଯଦି ଏହା ସଠିକ ରୂପେ କାର୍ଯ୍ୟ କରିନଥାଏ ତେବେ ଏହା ଅତ୍ୟନ୍ତ ହାନିକାରକ ହୋଇଥାଏ। ବନ୍ଧୁଗଣ ଲିଭର ଖରାପ ହେବା ପୂର୍ବରୁ ଆମକୁ କିଛି ସଂକେତ ଦେଖିବାକୁ ମିଳେ ଏବଂ ଆମେ ସେହି ସଙ୍କେତ ଗୁଡ଼ିକୁ ଅଣଦେଖା କରି ଦେଇଥାଉ ଯାହା ଆମକୁ ମରଣ ମୁଖ ରେ ପହଞ୍ଚାଇ ଦେଇଥାଏ। ବନ୍ଧୁଗଣ ଲିଭର ଖରାପ ହେବାର ପ୍ରମୁଖ କାରଣ ହେଉଛି ଅଧିକ ମାତ୍ରା ରେ ତେଲ ଏବଂ ମସଲା ଯୁକ୍ତ ଖାଦ୍ୟ ଖାଇବା ଓନିଶାଦ୍ରବ୍ୟ ସେବନ କରିବା ଦ୍ଵାରା ।

ଏହାଛଡା ଆହୁରି ଅନେକ ପ୍ରମୁଖ କାରଣ ମଧ୍ୟ ରହିଛି। ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଭାବିଥାନ୍ତି ଯେ, ସେମାନେ ମଦ୍ୟପାନ କରୁ ନାହାନ୍ତି ଏବଂ ତାଙ୍କ ଲିଭର କେବେବି ଖରାପ ହେବ ନାହିଁ। କିନ୍ତୁ ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ ଅଟେ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ କିଛି ଏଭଳି ସଂକେତ ସମ୍ବନ୍ଧରେ କହିବୁ ଯାହା ଲିଭର ଖରାପ ହେବା ପୂର୍ବରୁ ଦେଖା ଦେଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସଂକେତ ଗୁଡ଼ିକ ସମ୍ବନ୍ଧରେ।

୧. ବନ୍ଧୁଗଣ ଲିଭର ଖରାପ ହେବା ସମୟରେ ମୁହଁରୁ ଦୁର୍ଗନ୍ଧ ଆସିଥାଏ। କାରଣ ଯଦି ଲିଭର ସଠିକ ଭାବରେ କାର୍ଯ୍ୟ କରିନଥାଏ ତେବେ ମୁହଁରେ ଆମୋନିଆ ର ପରିମାଣ ଅଧିକ ମାତ୍ରାରେ ହୋଇଯାଇଥାଏ ଏବଂ ଯାହା ଫଳରେ ମୁହଁରୁ ଦୁର୍ଗନ୍ଧ ଆସିଥାଏ।

୨. ବନ୍ଧୁଗଣ ଆପଣ ଯଦି ଅଧିକ ମାତ୍ରା ରେ ଦୁର୍ବଳ ଅନୁଭବ କରୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଲିଭର ଖରାପ ହେବାର ସମ୍ଭାବନା ରହିଛି। ଏହା ସହିତ ଅଧିକ ଥକିବା, ମାଂସପେଶୀ ରେ ଦୁର୍ବଳତା, ମାନସିକ ସ୍ଥିତି ଦୁର୍ବଳ ହୋଇଯିବା ଆଦି ଲିଭର ଖରାପ ହେବାର ସଙ୍କେତ ଅଟେ। ତେଣୁ ଯଦି ଆପଣ ମଧ୍ୟ ଏହି ସମସ୍ୟା ର ସମୁଖୀନ୍ନ ହେଉଛନ୍ତି ତେବେ ତୁରନ୍ତ ଆପଣଙ୍କ ଲିଭର ଟେଷ୍ଟ କରାନ୍ତୁ ଏବଂ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ।

୩. ବନ୍ଧୁଗଣ ଯଦି ହଠାତ ପେଟ ଫୁଲି ଯାଇଥାଏ ତେବେ ସମସ୍ତେ ଭାବିଥାନ୍ତି ଯେ, ଏହା ମୋଟାପଣ ନୁହେଁ। ଏହାର କାରଣ ହେଉଛି ଲିଭର ରେ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଯଦି ଆପଣଙ୍କ ଶରୀରରେ ମଧ୍ୟ ଏହି ସଂକେତ ଦେଖା ଯାଉଛି ତେବେ ଏହା ଲିଭର ଜନିତ ସମସ୍ୟା ସହିତ ସଂପୃକ୍ତ ଅଟେ। ତେବେ ଏହାର ଚିକିତ୍ସା ସଠିକ ସମୟରେ କରନ୍ତୁ।

୪. ବନ୍ଧୁଗଣ ଯଦି ଆଖିର ଧଳା ଭାଗ ହଳଦିଆ ଦେଖାଯାଇଥାଏ ଏବଂ ନଖ ଏବଂ ତ୍ୱଚା ମଧ୍ୟ ହଳଦିଆ ଦେଖା ଯାଇଥାଏ ତେବେ ଏହା ଲିଭର ଜଣ୍ଡିସ ର ସଙ୍କେତ ଅଟେ। ତେଣୁ ଏପରି ସଙ୍କେତ ଦେଖା ଦେଲେ ତୁରନ୍ତ ଏହାର ଚିକିତ୍ସା କରନ୍ତୁ।

୫. ବନ୍ଧୁଗଣ ଲିଭର ସଠିକ ଭାବରେ କାର୍ଯ୍ୟ ନ କରିବା ଦ୍ୱାରା ବହୁତ କମ ଭୋକ ଲାଗିଥାଏ ଯାହାଦ୍ୱାରା ଶରୀରରେ ଦୁର୍ବଳତା ଦେଖା ଯାଇଥାଏ ଏବଂ ଶରୀରର ଓଜନ ମଧ୍ୟ ହ୍ରାସ ହୋଇଯାଇଥାଏ। ଏହାସହିତ ହଜମ କ୍ରିୟା ମଧ୍ୟ ସଠିକ ଭାବରେ ହୋଇନଥାଏ ଏବଂ ପାଚନ ତନ୍ତ୍ର ରେ ସମସ୍ୟା ଦେଖା ଦେଇଥାଏ। ତେବେ ବନ୍ଧୁଗଣ ଯଦି ଆପଣଙ୍କ ଶରୀରରେ ମଧ୍ୟ ଏହି ସମସ୍ୟା ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ ଏବଂ ସଠିକ ସମୟରେ ଏହି ରୋଗର ଚିକିତ୍ସା କରନ୍ତୁ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *