କାହିଁକି ପୁଅ Arshdeep singh ଙ୍କ ଚମତ୍କାର ବୋଲିଂ ଦେଖନ୍ତି ନାହିଁ ମା’, ରହିଛି ବଡ କାରଣ, ଦେଖନ୍ତୁ ଏ ନେଇ ସେ କଣ କହିଲେ

ବନ୍ଧୁଗଣ, ସୂଚନା ଅନୁଯାୟୀ ଟିମ ଇଣ୍ଡିଆରେ ବୋଲର ଅର୍ଶଦୀପ ଙ୍କ ମା’ ଦେଖନ୍ତି ନାହିଁ ନିଜ ପୁଅ ଙ୍କ ମ୍ୟାଚ । ତେବେ ଏହା ପଛର କାରଣ ସମ୍ବନ୍ଧରେ ଆସନ୍ତୁ ବିସ୍ତାର ଭାବରେ ଜାଣିନେବା । ଗତଥର ଏସିଆକପ ରେ ଅର୍ଶଦୀପ ଟି-20 ମ୍ୟାଚରେ ଆସିଫ ଅଲ୍ଲୀ ଙ୍କ କ୍ୟାଚ ଛାଡିଦେଇଥିଲେ । ଯାହା ଫଳରେ ଆସିଫ ଭାରତ ବିପକ୍ଷରେ ପାକିସ୍ଥାନ କୁ ବିଜୟ କରାଇଥିଲେ । ତେବେ ଭାରତର ଏହି ପରାଜୟ ପରେ କ୍ରିକେଟ ପ୍ରଶଂସକ ମାନେ ଅର୍ଶଦୀପ କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।

ଏହି ଦୃତ ବଲର ସବୁକିଛି ଛାଡି ନିଜର ପ୍ରଥମ ବିଶ୍ଵକପକୁ ସ୍ମରଣୀୟ କରିପାରିଛନ୍ତି । ପାକିସ୍ଥାନ ବିପକ୍ଷରେ ଅର୍ଶଦୀପ 4 ଓଭର ରେ 32 ରନ ବ୍ୟୟ କରି ସେ 3 ଟି ୱିକେଟ ନେଇଥିଲେ । ଏଥିରେ ବିଶ୍ଵର ନମ୍ବର ୱାନ ବ୍ୟାଟ୍ସମ୍ୟାନ ମହମ୍ମଦ ଋଜୁଆନ ଏବଂ ବାବରାଜମ ଙ୍କର ୱିକେଟ ସାମିଲ ଥିଲା । ଟିମ ଇଣ୍ଡିଆ ର ବିଜୟରେ ଅର୍ଶଦୀପ ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିବାର ନଜର ଆସିଥିଲେ ।

ତେବେ ଏହାକୁ ନେଇ ତାଙ୍କ ମାତା ପିତା ବହୁତ ଖୁସି ଅଛନ୍ତି । ଖବର ଅନୁଯାୟୀ ତାଙ୍କ ମା’ ବଲଜିତ କୋର କୋଚିତ ପୁଅର ବୋଲିଂ ଦେଖନ୍ତି । ଅର୍ଶଦୀପ ସିଂ ଙ୍କ ମା’ କହିଛନ୍ତି ଯେ ତାଙ୍କ ପୁଅର ମ୍ୟାଚ ଚାଲିଥିବା ସମୟରେ ସେ ପୂଜାପାଠ କରନ୍ତି ତଥା ଗୁରୁନାନକ ଦେବ ଙ୍କ ଆଗରେ ପୂଜାପାଠ କରନ୍ତି । ତାଙ୍କ ମା’ ଏହା ଅମଧ୍ୟ କହିଛନ୍ତି ଯେ ପ୍ରଥମେ ଯେବେ ସେ ଭାରତ ପାଇଁ ଖେଳିଥିଲେ ଏହା ସେବେଠାରୁ ସେ ଆରମ୍ଭ କରିଥିଲେ ।

ଏହା ସହିତ ଅର୍ଶଦୀପ ଙ୍କ ମା ଏହା ମଧ୍ୟ କହିଛନ୍ତି ଯେ ସେ ଖେଳ ସମ୍ବନ୍ଧରେ ବିଶେଷ କିଛି ଜାଣିନାହାଁନ୍ତି କିନ୍ତୁ ସେ ବିପକ୍ଷରେ ଥିବା ବ୍ୟାଟ୍ସମ୍ୟାନ ମାନଙ୍କୁ ତାଙ୍କ ବିପକ୍ଷରେ ରନସ୍କୋର କରିବାର ଦେଖିପାରିବେ ନାହିଁ । ତେବେ ଅର୍ଶଦୀପ ସିଂ ଙ୍କ ଖରାପ ପ୍ରଦର୍ଶଣ ନିମନ୍ତେ ଯେତେବେଳେ ସୋ-ସି-ଆ-ଲ ମି-ଡି-ଆ ରେ ତାଙ୍କୁ ଟ୍ରୋଲ କରାଯାଇଥିଲା, ସେତେବେଳେ ଅର୍ଶଦୀପ ଙ୍କ ମାତା ପିତା ଙ୍କ ମନକୁ ବହୁତ ଆଘାତ ଲାଗିଥିଲା ଏବଂ ସେମାନେ ବହୁତ ଦୁଃଖିତ ହୋଇଥିଲେ ।

ତାଙ୍କ ପିତା କହିଛନ୍ତି ଯେ ସେ ଏସବୁ କୁ ନଜର ଅନ୍ଦାଜ କରିଥିଲେ ମଧ୍ୟ ହୃଦୟାଙ୍ଗମ କରିଥାନ୍ତି ଏବଂ ନିଜ ପୁଅ କୁ ବୁଝାଇଥାନ୍ତି ଯେ ଯିଏ ଯାହା ଲେଖୁଛନ୍ତି ତାହାକୁ ଆମ୍ଭେ ବନ୍ଦ କରିପାରିବା ନାହିଁ । ତେବେ ବର୍ତ୍ତମାନ ଟିମ ଇଣ୍ଡିଆ ର ଅବିଶ୍ଵସନୀୟ ବିଜୟ ପରେ ସମସ୍ତଙ୍କ ମୁହଁରେ ହସ ଉଙ୍କି ମାରିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *