ପ୍ରେମ ହେଲା ଓ ଗୋଟିଏ ଝିଅ ବି ହେଲା କିନ୍ତୁ ଏହି କାରଣରୁ ଯୁବକ ଜଣକ କଲା ନାହିଁ ବିବାହ, ଇଏ ହେଉଛି ଲକ୍ଷ୍ମୀଙ୍କର ଅସଲ କାହାଣୀ

ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀ ଉପରେ ଏକ ଫିଲ୍ମ ବି ହୋଇସାରିଛି । ଏହି ଫିଲ୍ମର ନାମ “ଛପାକ” ଅଟେ । ଯେବେଠୁ ଏହି ଫିଲ୍ମ ରିଲିଜ ହୋଇଛି ସେହି ସମୟରୁ ହିଁ ଲକ୍ଷ୍ମୀ ଅଗ୍ରୱାଲ ଚର୍ଚାରେ ଅଛନ୍ତି । ସମସ୍ତେ ଲକ୍ଷ୍ମୀ ଅଗ୍ରୱାଲଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି । ଆପଣ ସମସ୍ତେ ଜାଣିଛନ୍ତି କି ଗୋଟିଏ ଯୁବକ ଏସିଡ ପକାଇ ଲକ୍ଷ୍ମୀ ଅଗ୍ରୱାଲଙ୍କ ପୁରା ଚେହେରାକୁ ଖରାପ କରି ଦେଇଥିଲା । ଯାହା ପରେ ଲକ୍ଷ୍ମୀ କେସ ଲଢିଲେ ଓ ସେ କେସ ଜିତିଲେ ମଧ୍ୟ । କେସ ଜିତିବା ପରେ ଲକ୍ଷ୍ମୀ ଅଗ୍ରୱାଲ ପୁରା ସାହସର ସହିତ ନିଜ ଜୀବନକୁ ଖୁସିରେ କାଟୁଛନ୍ତି ।

କିନ୍ତୁ ଏସବୁ ମଧ୍ୟରେ ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନରେ ଏକ ଯୁବକ ଆସିଲେ । ଏହି ଯୁବକର ନାମ ଥିଲା ଆଲୋକ ଦୀକ୍ଷିତ । ଆଲୋକ ଲକ୍ଷ୍ମୀଙ୍କ ଭଳି ଝିଅମାନଙ୍କ ସାହାର୍ଯ୍ୟ କରିବା ପାଇଁ କାମ କରୁଥିଲେ ଓ ଏହି କାରଣରୁ ସେ ପ୍ରାୟତଃ ଲକ୍ଷ୍ମୀଙ୍କ ସହ ସାକ୍ଷାତ କରୁଥିଲେ । ପରସ୍ପର ସହିତ ସାକ୍ଷାତ ମଧ୍ୟରେ କେତେବେଳେ ଦୁଇ ଜଣଙ୍କୁ ପ୍ରେମ ହୋଇଗଲା ଏହା ଜଣା ପଡିଲା ନାହିଁ । ଏହା ପରେ ଆଲୋକ ଓ ଲକ୍ଷ୍ମୀ ଏକା ସହିତ ଲିଭ-ଇନ ରିଲେଶନସିପରେ ରହିଲେ ।

ଲକ୍ଷ୍ମୀ ଓ ଆଲୋକ ପାଖପାଖି ୪ ବର୍ଷ ପର୍ଯ୍ୟନ୍ତ ଏକା ସହିତ ଲିଭ ଇନ ରିଲେଶନସିପରେ ରହିଲେ । ଏହି ସମୟରେ ଲକ୍ଷ୍ମୀ ଗୋଟିଏ ସୁନ୍ଦର ଝିଅକୁ ବି ଜନ୍ମ ଦେଲେ । ଯାହାର ନାମ ପିହୁ ରଖାଲେ । କିନ୍ତୁ ବର୍ତ୍ତମାନ ସମୟରେ ଲକ୍ଷ୍ମୀ ଅଗ୍ରୱାଲ ଏକ ସିଙ୍ଗଲ ମା ଅଟନ୍ତି । ବିବାହ ସହ ଜଡିତ ପ୍ରଶ୍ନ ଉପରେ ଲକ୍ଷ୍ମୀ କୁହନ୍ତି କି ସେ ଆଲୋକ ସହିତ କେବଳ ଲିଭ ଇନ ରିଲେଶନସିପରେ ରହୁଥିଲେ ଓ ଯେତେବେଳେ ଆଲୋକଙ୍କୁ ଲାଗିଲା କି ଆମକୁ ଅଲଗା ହୋଇଯିବା ଉଚିତ ତେବେ ସେ ମୋତେ ଛାଡି ଚାଲିଗଲେ ।

ବର୍ତ୍ତମାନ ସମୟରେ ଲକ୍ଷ୍ମୀ ଅଗ୍ରୱାଲ ନିଜ ଝିଅ ସହ ବହୁତ ଖୁସିରେ ଅଛନ୍ତି ଓ ଏକ ଭଲ ଜୀବନ ଅତିବାହିତ କରୁଛନ୍ତି । ଜୀବନ ତାଙ୍କୁ କିଛି ଏମିତି ଆଘାତ ଦେଇଛି ଯାହାକୁ କେବେ ବି ଠିକ କରି ହେବ ନାହିଁ । କିନ୍ତୁ ନିଜର ଅତୀତକୁ ଭୁଲି ବର୍ତ୍ତମାନରେ ବଞ୍ଚିବାର ଅଛି ଯାହାକୁ ଲକ୍ଷ୍ମୀ ବହୁତ ଭଲ ଭାବରେ ଜାଣି ସାରିଛନ୍ତି । ଏହା ଥିଲା ତାଙ୍କର କାହାଣୀ । ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ଛପାକରେ ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକା ବଲୀଉଡର ଟପ ଅଭିନେତ୍ରୀ ଦୀପିକା ପାଦୁକୋନ କରିଛନ୍ତି ।

Leave a Reply

Your email address will not be published. Required fields are marked *