ରେଡ ଲାଇଟ ଏରିଆରେ ବେଶ୍ୟାଙ୍କ କାହାଣୀ, ପ୍ରଥମରୁ ହିଁ ନର୍କ ହେଇଯାଇଥିଲା ଜୀବନ ଏବେ କରୋନା ବି ଦାଉ ସାଧୁଛି

କରୋନା ଭାଇରସ ଯୋଗୁ ଭାରତରେ ଏବେ ବି ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ଧରୁନାହିଁ । ଏହି ସଂକ୍ରମଣରୁ ବଞ୍ଚିବା ପାଇଁ ସାମାଜିକ ଦୂରତା ଉପରେ ଜୋର୍ ଦିଆଯାଇଛି । ଏହି ସାମାଜିକ ଦୂରତା ରକ୍ଷା କରିବାକୁ ସେକ୍ସ ୱାର୍କରଙ୍କ ପାଇଁ କଷ୍ଟମୟ ହୋଇପଡ଼ଛି । ଏମାନଙ୍କ ଆର୍ଥିକ ସ୍ଥିତି ଏତେ ବିଗିଡି ଯାଉଛି ଯେ ଏମାନେ ଏହାକୁ ନଜରରେ ରଖି କଲିକତାର ଦୁର୍ବାର ମହିଳା ସମନ୍ୱୟ କମିଟି ତରଫରୁ ସେକ୍ସ ୱାର୍କର ଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ନିବେଦନ କରାଯାଇଛି ।

ସେକ୍ସ ୱାର୍କରଙ୍କ ହିତ ପାଇଁ କାମ କରୁଥିବା ଏହି କମିଟି ସୋନାଗାଛି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ ର ଅଧ୍ୟାପକ ଡଃ ସମରଜିତ ଜାନା କହିଲେ କି ଗ୍ରାହକଙ୍କୁ ଏମାନେ ମନା କରୁଛନ୍ତି କିନ୍ତୁ ଦୁଇ ମାସ ହେଲା ଏମାନଙ୍କ ପାଖରେ କୌଣସି କାମ ନାହିଁ । ଏମିତିକି ଏକ ଭଲ କଥା ଏହା ଅଟେ କି ରୋଜଗାର ର ନୂଆ ବିକଳ୍ପ କୁ ଏହି ସେକ୍ସ ୱାର୍କର ବାଛି ନେଇଛନ୍ତି । ମାସ୍କ, ସାନିଟାଇଜର, ସାନିଟାରୀ ନାପକିନ୍ ତିଆରି କରୁଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ଏକ ଲିଖିତ ବାର୍ତ୍ତାରେ ଡଃ ସମରଜିତ ଜାନା ଲେଖିଛନ୍ତି ଯେ ସେହି ସେକ୍ସ ୱାର୍କରଙ୍କ ପାଖରେ ରାସନ କାର୍ଡ ମଧ୍ୟ ନାହିଁ। ଏହି କ୍ଷେତ୍ରରେ ଏମାନଙ୍କ ପାଇଁ ନିଶୁଳ୍କ ରାସନ ଯୋଗାଇ ଦେବାକୁ ହେବ । ଯେଉଁଠି ଏମାନେ ଭଡ଼ା ରେ ରହିଛନ୍ତି ସେମାନଙ୍କୁ ତିନି ମାସ ପାଇଁ ଭଡ଼ା ଛାଡ କରିବାକୁ ହେବ।

ଏମିତି ଅନେକ ଝିଅ ଅଛନ୍ତି ଯେଉଁମାନଙ୍କୁ ଏଠାକୁ ଆଣି ବିକ୍ରି କରିଦିଆଯାଇଥିଲା । ଏମିତିକି ସରକାରଙ୍କ ତରଫରୁ ମଧ୍ୟ ସେକ୍ସ ୱାର୍କରଙ୍କ ପାଇଁ ଲଗାତାର ଚେଷ୍ଟା ଚାଲିଛି। କିନ୍ତୁ ଏବେ ବି ବହୁତ କିଛି କରିବାକୁ ବାକି ଅଛି । ସାମାଜିକ ଦୂରତା ପାଳନ କରିବା ପାଇଁ ଏମାନେ ଗ୍ରାହକ ମାନଙ୍କୁ ଆସିବାକୁ ମନା କରିଦେଇଛନ୍ତି । ଯାହାର ସିଧା ପ୍ରଭାବ ତାଙ୍କର ଜିବିକା ଉପରେ ପଡୁଛି । ସେକ୍ସ ୱାର୍କର କାମ କେହି ନିଜ ଇଚ୍ଛାରେ ବାଛି ନ ଥାନ୍ତି । ବାଧ୍ୟରେ ସେମାନେ କୋଠି କୁ ଦେହ ବ୍ୟବସାୟ କରିବା ପାଇଁ ପଳାଇ ଆସନ୍ତି ।

ଲକ ଡାଉନ୍ କାରଣରୁ ଏମାନଙ୍କ ପାଖରେ ନା କିଛି କାମ ଅଛି ନା ଖାଇବାକୁ ଅଛି ନା କିଛି ଅନ୍ୟ ସୁବିଧା ସୁଯୋଗ ମିଲୁଛି । ଏଥିପାଇଁ ଏମାନଙ୍କ ଜୀବନ କୌଣସି ନର୍କରୁ କମ ନୂହେଁ । ଅନ୍ୟ ମାନଙ୍କ ଠାରୁ ଯାହା ଯେତିକି ମିଳିଯାଏ ସେହିଥିରେ ସେମାନେ ନିଜର ଗୁଜୁରାଣ ମେଣ୍ଟାଇବାକୁ ଚେଷ୍ଟା କରିଥାନ୍ତି ।

ଏହି କରୋନା ଭାଇରସ ସଂକ୍ରମଣ ରେ ଦୁଇ ଓଳି ଖାଇବାକୁ ଯୋଗାଡ କରିବାକୁ ସେମାନଙ୍କୁ ବହୁତ ହଇରାଣ ହେବାକୁ ପଡିଛି । ଅଧିକାଂଶ ସେକ୍ସ ୱାର୍କରଙ୍କ ରେଡ ଲାଇଟ ଏରିଆରେ ଜୀବନ ଶୈଳୀ ବହୁତ ଶୋଚନୀୟ ହୋଇପଡ଼ିଛି । ସେକ୍ସ ୱାର୍କରଙ୍କ ଜୀବନର ଗାଡ଼ିକୁ ରାସ୍ତାକୁ ଆଣିବା ପାଇଁ ସରକାରଙ୍କ ସହିତ ଅନ୍ୟ ସାମାଜିକ ସଂଗଠନ ମଧ୍ୟ ସାହାର୍ଯ୍ୟ କରୁଅଛି । କୌଣସି ପରିସ୍ଥିତି କାରଣରୁ ଏହି ଝିଅମାନଙ୍କୁ ସେକ୍ସ ୱାର୍କର ଭଳି ଜୀବନଯାପନ କରିବାକୁ ପଡୁଛି । ନ ହେଲେ ଏମିତି କୌଣସି ଝିଅ ଅଛି ଯେ କି ତା ନିଜର ଇଜ୍ଜତ୍ କୁ ବଜାରରେ ବିକିବାକୁ ଚାହିଁବ ।

ଦେଶର ସବୁ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *