୧ ଏପ୍ରିଲ ରୁ ଲାଗୁ ହୋଇ ଯାଇଛି ନୂଆ ନିୟମ, ଜାଣି ନିଅନ୍ତୁ ନହେଲେ ଆପଣଙ୍କ ପକେଟ ଉପରେ ପଡିବ ସିଧା ପ୍ରଭାବ

୧ ଏପ୍ରିଲରୁ ନୂଆ ବିତ୍ତିୟ ବର୍ଷ ଆରମ୍ଭ ହୋଇଛି । ୧ ଏପ୍ରିଲ ପର ଠାରୁ ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ହେବାକୁ ଯାଉଛି। ଗତ କିଛି ମାସରୁ ଆପଣ ଶୁଣୁଥିବେ କି ଟ୍ୟାକ୍ସ ଠାରୁ ନେଇ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ସବୁଥିରେ ବଡ ପରିବର୍ତ୍ତନ ହବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ତାହା କେଉଁ ବଡ ପରିବର୍ତ୍ତନ ଅଟେ, ଯାହା ଆପଣଙ୍କ ଜୀବନରେ ହେବାକୁ ଯାଉଛି ।

ବର୍ଷ ୨୦୨୦-୨୧ ପାଇଁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ବୈକଳ୍ପିକ ଟ୍ୟାକ୍ସର ଘୋଷଣା କରିଛନ୍ତି । ଏହାର ମାନେ ଆପଣଙ୍କୁ ନୂଆ କର ବ୍ୟବସ୍ଥାରେ କୌଣସି ଛାଡ ବା ଲାଭ ମିଳିବ ନାହିଁ । ଏ କଥା ମଧ୍ୟ ସତ ଅଟେ କି ଏହି ନୂଆ କର ବ୍ୟବସ୍ଥା ବୈକଳ୍ପିକ ଅଟେ । ଆପଣ ଚାହିଁଲେ ପୁରୁଣା ଟ୍ୟାକ୍ସ ସ୍ଲାବରେ ବି ଟ୍ୟାକ୍ସ ଦେଇ ପାରିବେ । ନୂଆ ଟ୍ୟାକ୍ସ ସ୍ଲାବ ଅନୁସାରେ ୫ ଲକ୍ଷ ଟଙ୍କା ପ୍ରତି ବର୍ଷ ଆୟ କରୁଥିବା ବ୍ୟକ୍ତିଙ୍କୁ କୌଣସି କର ଦେବାକୁ ପଡିବ ନାହିଁ ।

୫ ଲକ୍ଷ ରୁ ୭.୫ ଲାକ୍ଷ ପ୍ରତି ବର୍ଷକୁ ଆୟରେ ଟ୍ୟାକ୍ସ ୧୦ % ରଖା ଯାଇଛି । ୭.୫ ଲକ୍ଷରୁ ୧୦ ଲକ୍ଷ ପ୍ରତି ବର୍ଷକୁ ଆୟରେ ୧୫ % ରଖା ଯାଇଛି । ୧୦ ଲକ୍ଷରୁ ୧୨.୫ ଲକ୍ଷ ପ୍ରତି ବର୍ଷକୁ ଆୟରେ ୨୦ % ଟ୍ୟାକ୍ସ ରଖା ଯାଇଛି ଓ ୧୨.୫ ଲକ୍ଷରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଆୟରେ ୨୫ % ଓ ୧୫ ଲକ୍ଷରୁ ଅଧିକ ଆୟରେ ୩୦ % ଟ୍ୟାକ୍ସ ଲାଗୁ କରା ଯାଇଛି ।

ମୋବାଇଲ ଫୋନ ହେବ ମହଙ୍ଗା

ଗତ ମାସରେ ଜିଏସଟି କାଉନ୍ସିଲ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା କି ମୋବାଇଲ ଫୋନରେ ଜିଏସଟି ର ଦର ବଢିବ ଓ ତାହା ୧ ଏପ୍ରିଲରୁ ଲାଗୁ ହୋଇ ଯାଇଛି । ପୂର୍ବରୁ ମୋବାଇଲ ଫୋନରେ ୧୨ % ଜିଏସଟି ଲାଗୁଥିଲା ଯାହାକୁ ବଢାଇ ୧୮ % କରି ଦିଆ ଯାଇଛି ।

ବ୍ୟାଙ୍କ ଖାତା ସଂଖ୍ୟାରେ ହେବ ପରିବର୍ତ୍ତନ

କେନ୍ଦ୍ର ସରକାର ସେହି ବ୍ୟାଙ୍କ ମାନଙ୍କର ବିଲୟ କରି ଦେଇଛନ୍ତି ଯାହା କ୍ଷତିରେ ଚାଲୁଥିଲା । ଏହି ସବୁ ବ୍ୟାଙ୍କ ମାନଙ୍କର ବିଲୟ ପ୍ରକ୍ରିୟା ୧ ଏପ୍ରିଲ ସୁଧା କରି ଦିଆ ଯାଇଛି ଓ ୧ ଏପ୍ରିଲ ଠାରୁ ଏହି ସବୁ ବ୍ୟାଙ୍କ ନୂଆ ବ୍ୟବସ୍ଥାରେ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି । ନୂଆ ବ୍ୟବସ୍ଥାରେ ବହୁତ ଜିନିଷ ବଦଳିଯିବ । ଗ୍ରାହକଙ୍କର ଖାତା ସଂଖ୍ୟା ଠାରୁ ନେଇ ଅନ୍ୟ ବ୍ୟାଙ୍କିଙ୍କ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ । ଆପଣଙ୍କୁ କହି ଦେଉଛୁ କି ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ର ବିଲୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରେ କରି ଦିଆ ଯାଇଛି । ସିଣ୍ଡିକେଟ ବ୍ୟାଙ୍କ ର ବିଲୟ କାନାରା ବ୍ୟାଙ୍କରେ କରି ଦିଆ ଯାଇଛି । ଅନ୍ୟ ପଟେ ଆନ୍ଧ୍ରା ବ୍ୟାଙ୍କ ଓ କପୋରେସନ ବ୍ୟାଙ୍କ ର ବିଲୟ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ କରି ଦିଆ ଯାଇଛି ।

ଶେୟାର ର ଲାଭରେ ଲାଗିବ ନାହିଁ ଟ୍ୟାକ୍ସ

ଶେୟାର ରେ ମିଳୁଥିବା ଲାଭରେ ଟ୍ୟାକ୍ସ ଦେବାକୁ ପଡୁଥିଲା । କିନ୍ତୁ ନୂଆ ବିତ୍ତ ବର୍ଷରେ ଷ୍ଟକ ରେ ମିଳୁଥିବା ଲାଭରେ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ ।

ନ୍ୟାଚୁରାଲ ଗ୍ୟାସ ଦାମ ହ୍ରାସ

ଯଦି ଆପଣଙ୍କ ଘରେ ନ୍ଯାଚୁରାଲ ଗ୍ଯାସ ର କନେକ୍ସନ ଅଛି ତେବେ ଆପଣଙ୍କ ପାଇଁ ଖୁସି ଖବର ଅଛି । ନ୍ଯାଚୁରାଲ ଗ୍ଯାସର ଦାମରେ ୩୦% ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ନିଜକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *