ପ୍ରଧାନ ମନ୍ତ୍ରୀଙ୍କ ବଡ ଘୋଷଣା, ଜାଣନ୍ତୁ କେଉଁ ତାରିଖରେ ସରକାର ଆକାଉଣ୍ଟକୁ ଟଙ୍କା ପଠାଇବେ

କରୋନା ଭାଇରସର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି ଯେଉଁଥି ପାଇଁ ପୁରା ଇଣ୍ଡିଆକୁ ଲକ ଡାଉନ କରି ଦିଆଯାଇଛି । କିନ୍ତୁ ଏହି ଲକ ଡାଉନ କାରଣରୁ ଆର୍ଥିକ ସଙ୍କଟ ଦେଖା ଦେଇଛି । କାମ ଧନ୍ଦା ସବୁ ବନ୍ଦ ହୋଇଯିବାରୁ ଗରିବ ଶ୍ରେଣୀର ଲୋକ ଅଧିକ ପ୍ରଭାବିତ ହେଉଛନ୍ତି । ସେଥିପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଥିକ ପ୍ୟାକେଜର ଘୋଷଣା କରିଥିଲେ । ମୋଦୀଙ୍କ ଘୋଷଣା ଅନୁସାରେ ଜନଧନ ଆକାଉଣ୍ଟଧାରୀଙ୍କୁ ଟଙ୍କା ପ୍ରଦାନ ର ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସରକାର ପ୍ରତି ମାସରେ ୫୦୦ ଲେଖାଏଁ ଟଙ୍କା ୩ ମାସ ଯାଏଁ ଜନଧନ ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ସାହାର୍ଯ୍ୟ ଦେବେ ବୋଲି ଘୋଷଣା କରିଛନ୍ତି ।

ଏହି ଆର୍ଥିକ ସହାୟତା ସେହିମାନଙ୍କୁ ମିଳିବ ଯେଉଁମାନଙ୍କର ଜନଧନ ଆକାଉଣ୍ଟ ରହିଛି । ମୋଟ ଜଣ ଧନ ଆକାଉଣ୍ଟର ୫୩ % ମହିଳାଙ୍କ ନାମରେ ରହିଥିବାରୁ ଏହାର ସିଧା ଲାଭ ମହିଳାମାନେ ଉଠାଇ ପାରିବେ । ଏହାର ପ୍ରଥମ କିସ୍ତି ଏପ୍ରିଲ ୩ ତାରିଖରେ ଆକାଉଣ୍ଟକୁ ପଠାଯିବ ।

ଆସନ୍ତୁ ଜାଣିବା କେଉଁ ତାରିଖରେ କେଉଁ ମାନଙ୍କୁ ଟଙ୍କା ମିଳିବ

ଯାହାର ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୦ ଓ ୧ – ଏପ୍ରିଲ ୩
ଯାହାର ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୨ ଓ ୩ – ଏପ୍ରିଲ ୪
ଯାହାର ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୪ ଓ ୫ – ଏପ୍ରିଲ ୭
ଯାହାର ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୬ ଓ ୭- ଏପ୍ରିଲ ୮
ଯାହାର ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୮ ଓ ୯ -ଏପ୍ରିଲ ୯

ଏହାର ସିଧା ଲାଭ ଦେଶର ୨୦ କୋଟି ମହିଳାଙ୍କୁ ମିଳିବ । ଏହା ବ୍ୟତୀତ ମୋଟ ୩ କୋଟି ବୃଦ୍ଧା, ଦିବ୍ୟାଙ୍ଗ, ବିଧବା ମହିଳାଙ୍କୁ ଅତିରିକ୍ତ ୧ ହଜାର ଟଙ୍କା ମିଳିବ ଯାହାକୁ ଦୁଇଟି କିସ୍ତିରେ ଦିଆଯିବ । ଦୈନିକ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *