Weather Update: ଲଘୁଚାପ ପୂର୍ବରୁ ଘୁର୍ଣ୍ଣି ବଳୟ, ସତର୍କ କରିଲା ପାଣିପାଗ ବିଭାଗ

ନମସ୍କାର ବନ୍ଧୁଗଣ ତେବେ ଏଥର ଗୋଟିଏ ପରେ ଗୋଟିଏ ଲଘୁଚାପ ଆଉ ଘୁର୍ଣ୍ଣି ବଳୟ ଆସିବାରେ ଲାଗିଛି । ସେପ୍ଟେମ୍ବର ମାସ ରେ ଚାରି ଚାରି ଟି ଲଘୁଚାପ ସୃଷ୍ଟି ହୋଇଥିଲା । ତେବେ ଫୁଣି ଥରେ ଅକ୍ଟୋବର ମାସ ରେ ଆଉ ଏକ ଘୁର୍ଣ୍ଣି ବଳୟ ଆରମ୍ଭ ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗର ରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ଉତ୍ତର ଆଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।

ସମୁଦ୍ର ପତନଠାରୁ ୩.୧କିଲୋମିଟରରୁ ୫.୮କିଲୋମିଟର ମଧ୍ୟରେ ବାୟୁମଣ୍ଡଳରେ ଏହା ସକ୍ରିୟ ରହିଛି । ଯାହା ପ୍ରଭାବରେ ଆଗାମୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପରେ ଏହି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୪ରୁ ୫ଦିନ ଯାଏଁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ରାଜ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବ ।

ସେହିପରି ଦକ୍ଷିଣ ଚୀନ୍ ସାଗରରେ ସୃଷ୍ଟ ବାତ୍ୟା ଆସନ୍ତା ୧୮ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହୋଇ ବଙ୍ଗୋପସାଗରରେ ପ୍ରବେଶ କରିବ ବୋଲି ସ୍କାଏମେଟ୍ ଆକଳନ କରିଛି । ଏପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ସମସ୍ତଙ୍କୁ ସଚେତନ କରାଯାଇଛି ଏବଂ କୌଣସି ବ୍ୟକ୍ତି କୁ ବି ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଖାସ କରି ମାଛ ଧରାଳି ମାନଂକୁ ମାଛ ଧରିବା ପାଇଁ ସମୁଦ୍ର ଭିତରକୁ ଯାଇ ନିଜ ଜୀଵନ ବିପଦରେ ନ ପକାଇବା ପାଇଁ ମଧ୍ୟ କୁହାଯାଇଛି । ଏହା ସହ ଯେଉଁମାନେ ଉପକୂଳ ଅଞ୍ଚଳ ରେ ରହୁଛନ୍ତି ସେମାନେ ଏକ ସୁରକ୍ଷିତ ସ୍ଥାନରେ ରହିବାର ବ୍ୟବସ୍ଥା କରିବା ମଧ୍ୟ ସୂଚନା ଦିଆଯାଇଛି । ତେବେ ଆଶା କରୁଛି ଏହି ରିପୋର୍ଟ ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *