କୃଷ୍ଣ ତୁଳସୀ ଓ ରାମ ତୁଳସୀ, ଜାଣନ୍ତୁ ଏହାର ବ୍ୟବହାର ଓ ଔଷଧୀୟ ଗୁଣ

ବନ୍ଧୁଗଣ ହିନ୍ଦୁଧର୍ମରେ ତୁଳସୀ ଗଛକୁ ପ୍ରତ୍ୟକ ଘରେ ପୂଜା କରାଯାଇଥାଏ । କାରଣ ତୁଳସୀ ଗଛ ହେଉଛି ଏକ ପବିତ୍ର ଗଛ । କିନ୍ତୁ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ତୁଳସୀ ଗଛ ଏକ ଔଷଧୀୟ ଗଛ ମଧ୍ୟ ହୋଇଥାଏ । ଏହି ଗଛକୁ ବ୍ୟବହାର କରି ଆପଣ ନିଜର କେତେକ ମାରାତ୍ମକ ରୋଗକୁ ଦୁର କରିପାରିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ତୁଳସୀ ଗଛର ଔଷଧୀୟ ଗୁଣ ଓ ତାର ବ୍ୟବହାର ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ତା ହେଲେ ପ୍ରଥମେ ଦେଖନ୍ତୁ ସେହି ତୁଳସୀର ରଙ୍ଗ କଣ ଅଛି । ତୁଳସୀ ଦୁଇ ପ୍ରକାରର । ଗୋଟିଏ ହେଉଛି କଳା ତୁଳସୀ ବା କୃଷ୍ଣ ତୁଳସୀ ଅନ୍ଯଟି ଧଳା ତୁଳସୀ ବା ରାମ ତୁଳସୀ । ବନ୍ଧୁଗଣ ଯଦି ଆପଣ ତୁଳସୀ ଗଛରୁ ଔଷଧ ପ୍ରସ୍ତୁତ କରିବା ପାଇଁ ଚାହୁଁଛନ୍ତି ତା ହେଲେ ଯଦି ଆପଣଙ୍କ ପାଖରେ କଳା ତୁଳସୀ ଗଛ ଥିବ ତେବେ ଭଲ ହେବ । କାରଣ କଳା ତୁଳସୀରେ ଥିବା ତଳଗ୍ରନ୍ଥି ଆପଣଙ୍କୁ ଔଷଧ ତିଆରି କରିବାରେ ଓ ଆପଣଙ୍କୁ ଉପକାରିତା ଦେବାରେ ଅଧିକ ଲାଭଦାୟକ ହୋଇଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ।

୧. ବନ୍ଧୁଗଣ ଯଦି ଛୋଟ ପିଲା ମାନଙ୍କର ଜ୍ଵର, କାସ ଓ ଥଣ୍ଡା ଆଦି ସମସ୍ଯା ରହୁଛି ତା ହେଲେ ବନ୍ଧୁଗଣ ଆପଣ ନିଜ ଛୁଆଙ୍କୁ ଦୁଇଟି ତୁଳସୀ ପତ୍ରରେ ଅଳ୍ପ ମହୁ ମିଶାଇ ଖାଇବା ପାଇଁ ଦେଇ ଦିଅନ୍ତୁ । ବନ୍ଧୁଗଣ ତୁଳସୀରେ ଥିବା ଔଷଧୀୟ ଗୁଣ ଜ୍ଵର, ଥଣ୍ଡା ଓ କାଶ ଆଦି ସମସ୍ଯାକୁ ଦୁର କରିଦେବ ।


୨. ବନ୍ଧୁଗଣ ଯଦି ଆପଣଙ୍କର ୟୁରିନ ଇନଫେକ୍ସନ ଆଦି ସମସ୍ଯା ରହିଛି, ତା ହେଲେ ଆପଣ ଦୁଇଟି ତୁଳସୀ ପତ୍ରରେ ଏକ ଖଣ୍ଡ ମିଶ୍ରି ମିଶାଇ ତାର ସେବନ କରନ୍ତୁ । ଦେଖିବେ ଆପଣଙ୍କର ଏହି ସମସ୍ଯା ନିଶ୍ଚୟ ଦୁର ହୋଇଯିବ ।

୩. ବନ୍ଧୁଗଣ ଯଦି ଆପଣ ମାନଙ୍କର କେଶ ଜନିତ କୌଣସି ସମସ୍ଯା ରହିଛି ତେବେ ଆପଣ ତା ହେଲେ ଆପଣ କିଛି ତୁଳସୀ ପତ୍ରକୁ ପେଶୀ ସେଥିରେ ଅଳ୍ପ ଅଁଳା ଚୂନ ମିଶାଇ ଦିଅନ୍ତୁ ଓ ନିଜ କେଶରେ ଲଗାଇ ତାକୁ ଭଲ ଭାବରେ ମସାଜ କରନ୍ତୁ । ବନ୍ଧୁଗଣ ମସାଜ କରିବା ପରେ ଆପଣ ନିଜ କେଶକୁ ଧୋଇ କେଶ ରେ ଅଳ୍ପ ନଡିଆ ତେଲ ଲଗାଇ ଦିଅନ୍ତୁ ।

୪. ବନ୍ଧୁଗଣ ଆପଣ ମାନେ ତୁଳସୀ ଗଛ ଓ ନିମ ପତ୍ରକୁ ଅଳ୍ପ ସୋରିଷ ତେଲରେ ମିଶାଇ ଗରମ କରନ୍ତୁ ଓ ଏହି ତେଲକୁ ଆପଣ ନିଜ କେଶରେ ଲଗାନ୍ତୁ । ଦେଖିବେ ଆପଣଙ୍କର କେଶ ଝଡିବା ଓ ଧଳା ହେବା ଆଦି ସମସ୍ତ ସମସ୍ଯା ଦୁର ହୋଇଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *