8 ବର୍ଷ ଝିଅର ମୃତ୍ୟୁ ପରେ ଯେତେବେଳେ ତା,ର ଡାଏରୀ ଖୋଲାଗଲା, ସେଥିରେ ଯାହା ଲେଖା ଥିଲା ଶୁଣିଲେ ଆପଣଙ୍କର ବି ହୋସ ଉଡିଯିବ

ସମସ୍ତ ମଣିଷକୁ ପିଲା ମାନେ ଭଲ ଲାଗନ୍ତି । ଖାସ କରି ପିତା ମାତା ନିଜ ପିଲାକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାନ୍ତି । ହେଲେ ଏହି ପ୍ରେମ ସବୁ ପିଲାଙ୍କ ଭାଗ୍ୟରେ ନଥାଏ । ବହୁତ ପିଲାଙ୍କୁ ନିଜ ପାତା ପିତାଙ୍କ ପ୍ରେମ ମିଳିନଥାଏ । ଏହା ଉପରେ ଆଜି ଆମେ ଆପଣ ମାନଙ୍କୁ ଏକ ସତ ଘଟଣା କହିବାକୁ ଯାଉଛୁ । ଯାହା ବିଷୟରେ ଆପଣ ଜାଣିଲେ ଆପଣଙ୍କ ଆଖି ଲୁହରେ ଭରିଯିବ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଏହି ଘଟଣାଟି ହେଉଛି ଏକ ଛୋଟ ପିଲାର ଯିଏ ନିଜ ଅନ୍ତିମ ସମୟ ପର୍ଯ୍ୟନ୍ତ ଏକ ଭଲ ଜୀବନ ପାଇବା ପାଇଁ ଆଶା ରଖିଥିଲା । ଗିଜେଲ ଫର୍ଡ ନାମକ ଏକ ଛୋଟ ଝିଅ ଥିଲା । ୧୨ ଜୁଲାଇ ୨୦୧୩ରେ ଗିଜେଲ ନିଜ ଜେଜେମା ଘରେ ମୃତ ରୂପରେ ମିଳିଥିଲା । ସେହି ପିଲାକୁ ବହୁତ ଖରାପ ରୂପରେ ମାଡ ମରା ଯାଇଥିଲା । ସେହି ପିଲାକୁ ବହୁତ ଦିନ ପର୍ଯ୍ୟନ୍ତ ବାନ୍ଧିକି ରଖାଯାଇଥିଲା, ଏହା ସହିତ ସେହି ପିଲାର ପିଠି ପଛରେ ଏକ ଗଭୀର ଆଘାତ ଲାଗିଥିଲା । ସେହି ୮ ବର୍ଷର ପିଲା ଉପରେ ବହୁତ ଅତ୍ୟାଚାର ହୋଇଥିଲା ।

ଯେଉଁ ପିଲା ବାହାରେ ଖେଳକୁଦ କରିବା ଉଚିତ ଥିଲା, ସେହି ପିଲାକୁ ବହୁତ ଖରାପ ଉପାୟରେ ମାର ପିଟ କରି ହତ୍ୟା କରାଯାଇଥିଲା । ଗିଜେଲର ମୃତ୍ୟୁର ୨ ମାସ ପୂର୍ବରୁ ତାର ଭାଇ ଭଉଣୀକୁ ତାର ପିତାଙ୍କ ପାଖକୁ ପଠା ଯାଇଥିଲା । ଗିଜେଲଙ୍କ ଜେଜେ ମାଙ୍କ ନାମ ଥିଲା ହେଲେନ । ଗେଜେଲଙ୍କ ମିତା ଏନ୍ଡରେଙ୍କ ମାନସିକ ସ୍ଥିତି ଠିକ ନଥିଲା । ଏନ୍ଡରେଙ୍କ ପତ୍ନୀର ଦେହାନ୍ତ ହେବା ପରେ ଏନ୍ଡରେଙ୍କୁ କେବେ ବି ଏକା ଛଡ଼ା ଯାଇନଥିଲା । ହେଲେନ ଏନ୍ଡରେ ଓ ତାଙ୍କ ପିଲା ମାନଙ୍କର ବହୁତ ଭଲରେ ଧ୍ୟାନ ରଖୁଥିଲେ ।


ସେମାନେ ରହୁଥିବା ଘର ବାହାର ଆଡୁ ସାମାନ୍ୟ ଦେଖାଯାଉଥିଲା । ହେଲେ ଗିଜେଲର ଡାଏରୀ ଅନୁସାରେ ଦେଖିବାକୁ ହେଲେ ସେହି ଘରେ ସବୁବେଳେ ଗିଜେଲର ଜେଜେମା ଗିଜେଲକୁ ଅତ୍ୟାଚାର କରୁଥିଲା । ଏହା ମଧ୍ୟ ବିନା କୌଣସି କାରଣରେ । ଗିଜେଲର ଜେଜେ ମା ଏମିତି କିଛି ଅବସ୍ତାରେ ଗିଜେଲକୁ ଏକ ଘଣ୍ଟା ରଖୁଥିଲେ ଯେଉଁ ଅବସ୍ତାରେ ଆମ୍ଭେ ମାନେ ୧ ମିନିଟ ପର୍ଯ୍ୟନ୍ତ ଛିଡା ହୋଇପାରିବା ନାହିଁ । ଗିଜେଲକୁ ବିନା ଖାଦ୍ଯ ପେୟରେ ବହୁତ ଦିନ ପର୍ଯ୍ୟନ୍ତ ରଖାଯାଉଥିଲା । ନିଜ ଜୀବନ ବଞ୍ଚାଇବା ପାଇଁ ଗିଜେଲ ନିଜ ବାଥ ରୁମକୁ ଯାଇ ନଳପାଣି ପିଉଥିଲା ।

ଗିଜେଲକୁ ବହୁତ ବହୁତ ଦିନ ଧରି ବାନ୍ଧିକି ରଖାଯାଉଥିଲା । ଏତେ ସବୁ କଥା ହେଇ ମଧ୍ୟ ଗିଜେଲ ନିଜ ଆଗାମୀ ଜୀବନ ଭଲ ସେ ହେଉ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଥିଲା । ଗିଜେଲ ସବୁବେଳେ ନିଜ ଡାଏରୀରେ ନିଜ ବିଷୟରେ ଲେଖୁଥିଲା ଓ ତାର ଆଗାମୀ ଜୀବନ କେମିତି ହେବା ଉଚିତ ଏହା ବିଷୟରେ ମଧ୍ୟ ଲେଖିଥିଲା ।ହେଲେ ଦୁର୍ଭାଗ୍ୟ ବଶତ ଏହି ଛୋଟ ପିଲାଟିର ହତ୍ୟା ହୋଇଥିଲା ।

ଗିଜେଲର ଲାସ ମିଳିବା ପରେ ପୋଲିସ ସହକର୍ମୀ ମାନେ ଜଜ୍ ସାମ୍ନାରେ ଗିଜେଲର କାହାଣୀ କହିଥିଲେ, ତାହା ଶୁଣି ଜଜ୍ ଆଖିରେ ମଧ୍ୟ ଲୁହ ଝରିଯାଇଥିଲା । ଏହାପରେ ଗିଜେଲର ଜେଜେ ମାକୁ ଆଜୀବନ କାରାଦଣ୍ଡ ମିଳିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଗିଜେଲର ଜେଜେ ମା ଜେଲ ରେ ଅଛନ୍ତି । ଯଦି ଆପଣଙ୍କ ସାମ୍ନାରେ ଏହିପରି କିଛି ଘଟଣା ହେଉଛି ତା ହେଲେ ତୁରନ୍ତ ତାହାକୁ ବିରୋଧ କରନ୍ତୁ ।

Leave a Reply

Your email address will not be published. Required fields are marked *