କୁମ୍ଭୀର ସହ ଲଢି ଯୁବକ ପାଇଲେ ନୂଆ ଜୀବନ, ବଖାଣିଲେ ନିଜର ଲୋମ ଟାଙ୍କୁରା ଅନୁଭୂତି, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି ଆପଣ ବି ଭୟରେ ଥରିବେ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁଳ ମାତ୍ରାରେ ଭାଇରାଲ ହେଉଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନଙ୍କର ହୋସ ଉଡିଯିବ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଜଣେ ଯୁବକ କୁମ୍ଭୀର ସହ ଲଢେଇ କରି ନୂଆ ଜୀବନ ପାଇଛନ୍ତି । ବନ୍ଧୁଗଣ ଏହି ଯୁବକ  ଜଣକଙ୍କର ନାମ ହେଉଛି ଓମ ପ୍ରକାଶ ।

ଓମ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ସେଦିନର ଲୋମ ଟାଙ୍କୁରା ଉଠା ଘଟଣା ବିଷୟରେ । ଗତ ସୋମବାର ଦିନ ସାଙ୍ଗ ମାନଙ୍କ ସହ କାଣୀ ନଦୀରେ ଗାଧୋଇବା ବେଳେ ନାବାଳକକୁ ଟାଣି ନେଇଥିଲା କୁମ୍ଭୀର । ପାଣି ଭିତରେ କୁମ୍ଭୀର ସହ 15 ମିନିଟ ଧରି ଲଢେଇ କରିଥିଲେ ଓମ ଆଉ ଶେଷରେ ନିଜ ସାହାସିକତା ଯୋଗୁଁ କୁମ୍ଭୀର ପାଟିରୁ ନିଜ ଜୀବନ ବଞ୍ଚାଇଲେ କେନ୍ଦ୍ରାପଡା ଜିଲ୍ଲା ପଟା ମୁଣ୍ଡେଇ ଥାନା ଆରାଜି ଗାଁର ନାବାଳକ ଓମ ପ୍ରକାଶ ସାହୁ ।

ଓମ ପ୍ରକାଶଙ୍କ ମତରେ, ଆମେ ଗାଁ ପାଖ ପିଲା ଗାଧୋଇବା ପାଇଁ ଯାଇଥିଲୁ କୁଳ ପାଖରେ ଗୋଲ ହୋଇ ଗାଧୋଉ ଥିଲୁ । ସେତେବେଳେ କୁମ୍ଭୀରଟି ମୁ ପାଖକୁ ଆସି ଉଠିଲା ମୁଁ ତାକୁ ଦେଖିଥିଲି ହେଲେ ଭାବିଲି ମୋ ସାଙ୍ଗ ପିଲା କିଏ ଏମିତି ଭାସୁଛି । ସବୁ ପିଲା କୁମ୍ଭୀରକୁ ଦେଖି ଉପରକୁ ଉଠିଗଲେ ଆଉ ମୁଁ ଟିକେ ଭିତରେ ଥିଲି । ସେ ବୁଡିଗଲା ଆଉ ମୋତେ ଟାଣି ମଝି ପାଣିକୁ ନେଇଗଲା ।

ମୁଁ ଭାବିଲି ମୋତେ କିଏ ପିଲା ଏମିତି ଧରି ଟାଣୁଛି କାରଣ ଆମେ ସବୁ ଟଣା ଟାଣି  ହେଉ । ସେତେବେଳେ କୁମ୍ଭୀର ମୋତେ ମଝିକୁ ନେଇ ବୁଡୋଉଛି ପିଲା ମାନେ ଗାମୁଛା ବାନ୍ଧି ପକାଉ ଥିଲେ । 10-15 ମିନିଟ ପର୍ଯ୍ୟନ୍ତ କୁମ୍ଭୀର ମୋତେ ପାଣିରେ ରଖିଲା । ବୁଡିବା ସମୟରେ ମୁଁ ପାଣି ପିଇଦେଇଥିଲି । ମୁଁ ଭାବିଲି ଆଉ ବଞ୍ଚିବି ନାହିଁ ଏହା ପରେ ମୁଁ ଠାକୁରଙ୍କୁ ଡାକି ପହଁରିଲି ।

ଏ ମୋ ଗୋଡକୁ କାମୁଡି ଧରିଥିଲା ମୁଁ ହାତ ଗୋଡ ହଲାଇ ମୋ ଗୋଡକୁ ବାହାର କଲି ତା ପରେ ଏ ପୁଣି ମୋର ଆଉ ଗୋଟେ ଗୋଡକୁ ଟାଣି ନେଇଗଲା । ମୁଁ ବହୁତ କଷ୍ଟରେ ତା ପାଟିକୁ ହାତରେ ଖୋଲି ଥିଲି ଆଉ ମୋ ହାତ ପାପୁଲି ତା ଦାନ୍ତ ବାଜି ଯାଇ ଚିରି ଯାଇଥିଲା । ଏମିତି ବହୁତ କଷ୍ଟ ଆଉ ସଂଘର୍ଷ କରିବା ପରେ ମୁଁ କୁମ୍ଭୀର ପାଟିରୁ ବାହାରି ଆସିଥିଲି । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଓମ ସେହି ଦିନର ଘଟଣା ବିଷୟରେ କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published.