ରାସ୍ତା ମଝିରେ ଅଭିନେତ୍ରୀ ଓ Ola ଡ୍ରାଇଭର ମଧ୍ୟରେ ଚାଲିଲା ତୁ-ତୁ-ମେ-ମେ, ଦୋ-ଅକ୍ଷରି ଭାଷାରେ ଚାଲିଲା ଗାଳିଗୁଲଜ, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଗୋଟିଏ ସ୍ଥାନରୁ ଆଉ ଅନ୍ୟ ସ୍ଥାନକୁ ଯିବା ପାଇଁ ଲୋକମାନେ ଓଲା ୟୁବର ବ୍ୟବହାର କରୁଛନ୍ତି କାରଣ ଏହା ଦ୍ୱାରା ସେମାନଙ୍କୁ ସୁବିଧାରେ ଯିବା ଆସିବା କରିବା ସହିତ ଏସି ଯୋଗୁଁ ସେମାନେ ଏହି ଗରମ ରୁ ମଧ୍ୟ ବଂଚି ପାରୁଛନ୍ତି । ତେବେ କିନ୍ତୁ ବେଳେବେଳେ ଏହି ଓଲା କିମ୍ବା ଓବର ର ଡ୍ରାଇଭର ମାନେ ନିଜ ଗ୍ରାହକଙ୍କ ସହ ବହୁତ ଖରାପ ବ୍ୟବହାର କରିଥାନ୍ତି ।

ଯାହା ସମ୍ପୂର୍ଣ୍ଣ ଭାବରେ ଭୁଲ ଥାଏ ଏହା ଛଡା ଆମ ରାଜ୍ୟ କୁ ଆସୁଥିବା ପର୍ଯ୍ୟଟନ ମାନଙ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ତେବେ ଆଜି ରାଜଧାନୀରେ ଓଲା ଡ୍ରାଇଭର ଅଭିନେତ୍ରୀଙ୍କ ମଧ୍ୟରେ ଡ୍ରାମା ଚର୍ଚ୍ଚା ବିଷୟ ହୋଇଛି ।  ଦୁର୍ବ୍ୟବହାରକୁ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ।  ପରିସ୍ଥିତି ଏଭଳି ହୋଇଥିଲା ଯେ, ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପାଟିତୁଣ୍ତ ଦେଖି ଲୋକ ଘେରି ଯାଇଥିଲେ ।

ଏନେଇ ସମ୍ପୃକ୍ତ ମହିଳା କୁହନ୍ତି ମୁଁ ଗୋଟିଏ ଓଲା ଗାଡ଼ି ବୁକ୍ କରିଥିଲି । ଯେଉଁ ଓଲା ଗାଡି ମୋତେ ପିକ୍‌ ଅପ୍‌ କରିବା ପାଇଁ ଆସିଲା, ସେହି ଡ୍ରାଇଭରଙ୍କ ବ୍ୟବହାର ମୋତେ ଆରମ୍ଭରୁ ଅସଭ୍ୟଙ୍କ ପରି ବ୍ୟବହାର କଲା । ତଥାପି ଆମେ ଗାଡ଼ିରେ ବସିଲୁ । ଯେତେବେଳେ ବ୍ୟାଗ୍ ରଖିବା ପାଇଁ କହିଲି ଡ୍ରାଇଭର ଜଣକ କହିଲେ ଡୋର ଖୋଲା ହୋଇଛି ରଖି ଦିଅନ୍ତୁ ।

ତେବେ ଅଭିଯୋଗ ଅନୁସାରେ ଓଲା ଡ୍ରାଇଭର ଜଣକ ମହିଳାଙ୍କୁ କହିଲେ ଯଦି କାର୍‌ରେ ଆସିବା ପାଇଁ ସାମର୍ଥ୍ୟ ନାହିଁ ତାହା ହେଲେ ଅଟୋରେ ଆସନ୍ତୁ ନହେଲେ ଚାଲିକି ପଳାଅ । ପରେ ମହିଳାଙ୍କ କ୍ୟାନ୍ସଲ କରିବା ବେଳେ ଉତ୍‌କ୍ଷୀପ୍ତ ହୋଇ ଡ୍ରାଇଭର ଜଣକ କଣ ତୁମେ ଦେଖେଇବ ବୋଲି କହିଥିଲେ । ତେବେ ଏନେଇ ଅଭିଯୋଗ କାରିଣୀ ଅଭିନେତ୍ରୀ ଜଣଙ୍କ କହିଛନ୍ତିଯଦି ଏଭଳି ଡ୍ରାଇଭରଙ୍କୁ ଓଲା ରଖିବ, ତାହାହେଲେ ଓଲା ନିଜେ ହିଁ ବଦନାମ ହେବ ।

ଜଣେ ମହିଳା ପର୍ଯ୍ୟଟକଙ୍କୁ ତୁ ତା ବେ ବା କରିବା କେତେ ଠିକ୍ ଓଲା ସେ ବିଷୟରେ ଜାଣିବା ଦରକାର । ସେପଟେ ଓଲା ଡ୍ରାଇଭର ଅଭିଯୋଗକୁ ଖଣ୍ଡନ କରିଛନ୍ତି ।  କହିଛନ୍ତି ମୋତେ ଲଗେଜ୍ ରଖିବା ପାଇଁ ମ୍ୟାଡାମ୍ ପ୍ରଥମେ କହିଲେ । ହାତଟା ଭାଙ୍ଗି ଯାଇଥିବାରୁ ଲଗେଜ ରଖିବା ପାଇଁ ମନା କରିଦେଲି । ଏତିକି କହିବା ପରେ ସେ କାର୍‌ରେ ଯିବେନି ବୋଲି କହିଥିଲେ ।

ମୁଁ କ୍ୟାନ୍ସଲ୍ କରିବା ପାଇଁ କହିଥିଲି । ବିଳମ୍ବ କଲେ ମୋତେ ଜରିମାନା ଦେବାକୁ ପଡ଼ିବ ବୋଲି କହିଥିଲି । ଏତିକି କହିବା ପରେ ମୋତେ ସେ ଦୁର୍ବ୍ୟବହାର କରିଥିଲେ । ଗାଡ଼ି ଚଲାଉଛୁ ବୋଲି ଯାହା କହିଲେ, ଶୁଣିଲୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *