କୁମ୍ଭୀର କଲା ପିଲା ଉପରେ ଆକ୍ରମଣ ତ, ଏମିତି କୁମ୍ଭୀରର ମୁହଁରୁ ବାହାର କରି ଆଣିଲା ମା

ଜିମ୍ବାବ୍ୱେରେ ଜଣେ ମା କୁମ୍ଭୀର ସହ ଲଢି ନିଜ ଶିଶୁର ଜୀବନ ବଞ୍ଚାଇଛି । ଯେତେବେଳେ କୁମ୍ଭୀର ତାହାର ସନ୍ତାନକୁ ଆକ୍ରମଣ କରିଲା ତ ମା ନିଜ ଜୀବନର ବାଜି ଲଗାଇ ସେହି କୁମ୍ଭୀର ଓ ନିଜ ସନ୍ତାନ ମଝିରେ କାନ୍ଥ ହୋଇ ଛିଡା ହୋଇଗଲା ଓ ସେହି ଭୟାନକ ଜୀବ ଠାରୁ ନିଜର ସନ୍ତାନର ଜୀବନ ବଞ୍ଚାଇବାରେ ସଫଳ ହୋଇଗଲା । ଏହି ଦୁର୍ଘଟଣା ସେତେବେଳେ ହେଲା ଯେତେବେଳେ ମୌରିନା ମୁସିନୀସାନା ନାମକ ଜଣେ ମହିଳା ନିଜର ଦୁଇ ପିଲାଙ୍କ ସହିତ ମାଛ ଧରିବା ପାଇଁ ରୂଂଡେ ନଦୀକୁ ଯାଇଥିଲା ।

ଯେଉଁଠି ସେ ନିଜର ପିଲାମାନଙ୍କୁ ନଦୀ ନିକଟରେ ଖେଳିବା ପାଇଁ ଛାଡି ଦେଇ ଥିଲା ଓ ନିଜେ ନଦୀରେ ମାଛ ଧରୁଥିଲା । କିନ୍ତୁ ଠିକ ଏହି ସମୟରେ କୁମ୍ଭୀର ମୌରିନାର ପିଲାଙ୍କ ଉପରେ ଆକ୍ରମଣ କରିଦେଲା । ଏକ ରିପୋର୍ଟ ଅନୁସାରେ, ୩୦ ବର୍ଷୀୟ ମୌରିନା ମୁସିନୀସାନା ନିଜର ଦୁଇ ପିଲାଙ୍କ ସହିତ ଦେଶର ଦକ୍ଷିଣ ପୂର୍ବରେ ସ୍ଥିତ ଗୋନେରାଝୋଉ ନେଶନଲ ପାର୍କ ପାଖରେ ଥିବା ରୂଂଡେ ନଦୀକୁ ମାଛ ଧରିବା ପାଇଁ ଯାଇଥିଲା ।

ଏହି ସମୟରେ ମୌରିନାର ପିଲାମାନେ ନଦୀ ତଟରେ ଖେଳୁଥିଲେ । କିନ୍ତୁ ହଠାତ ମୌରିନା ନିଜର ପିଲାମାନଙ୍କ ଆବାଜ ଶୁଣିଲା ତ ତୁରନ୍ତ ସେ ପିଲାମାନଙ୍କ ଆଡକୁ ଦୌଡିଲା । ସେ ଦେଖିଲା କି ତାହାର ତିନି ବର୍ଷୀୟ ଶିଶୁକୁ କୁମ୍ଭୀର ଟାଣି ଟାଣି ପାଣି ଭିତରକୁ ନେଇ ଯାଉଛି । ଏହା ପରେ ଏହାକୁ ଦେଖି ମୌରିନା ନିଜ ସନ୍ତାନର ଜୀବନ ବଞ୍ଚାଇବା ପାଇଁ କୁମ୍ଭୀର ଉପରକୁ ଡେଇଁ ପଡିଲା ଓ ସାହାସର ସହିତ କୁମ୍ଭୀର ସହ ଲଢି ମୌରିନା ନିଜର ସନ୍ତାନର ଜୀବନ ବଞ୍ଚାଇ ନେଲା ।

ମୌରିନା କୁମ୍ଭୀର ଠାରୁ ନିଜର ସନ୍ତାନକୁ ବଞ୍ଚାଇବା ପାଇଁ ଗୁରୁଜନମାନଙ୍କ ଦ୍ଵାରା ଶିଖା ଯାଇଥିବା ଟେକିନିକର ଉପଯୋଗ କରିଲା । ମୌରିନା କୁମ୍ଭୀରର ନାକରେ ଆଙ୍ଗୁଠି ପୁରାଇ ଦେଲା, ଯାହା ଦ୍ଵାରା କୁମ୍ଭୀରକୁ ନିଶ୍ଵାସ ନେବାରେ ଅସୁବିଧା ହେଲା । ଏମିତିରେ କୁମ୍ଭୀର ମୌରିନା ଉପରେ ଆକ୍ରମଣ କରିଥାନ୍ତା କି ମୌରିନା ନିଜର ସନ୍ତାନକୁ କୁମ୍ଭୀର ମୁହଁରୁ ବାହାର କରି ନେଇ ଆସିଲା । କିନ୍ତୁ ଶିଶୁଟିର ମୁହଁରେ ଆଘାତ ଲାଗିବାରୁ ବହୁତ ରକ୍ତ ବାହାରି ଯାଇଛି ।

ଏହା ପରେ ମୌରିନା ସଙ୍ଗେ ସଙ୍ଗେ ନିଜ ପିଲାକୁ ହସ୍ପିଟାଲ ନେଇଗଲା, ଯେଉଁଠି ଡାକ୍ତରମାନେ ତୁରନ୍ତ ତାହାର ଚିକିତ୍ସା କରିଲେ ଓ ଶିଶୁଟିର ଜୀବନ ବଞ୍ଚିଗଲା । ଦକ୍ଷିଣପୂର୍ବି ସହର ଚିରଡଜୀର ନିବାସୀ ମୌରିନା ଘଟଣାକୁ ନେଇ କହିଲା କି, ମୁଁ କୁମ୍ଭୀରର ନାକକୁ ବନ୍ଦ କରି ଦେଲି, ମୁଁ ଏହି କଳା ନିଜର ଗୁରୁଜନଙ୍କ ଠାରୁ ଶିଖି ଥିଲି । ଯଦି ଆପଣ କୁମ୍ଭୀରର ନାକକୁ ବନ୍ଦ କରି ଦେଉଛନ୍ତି ତେବେ ସେ ନିଜର ଶକ୍ତି ହରାଇ ବସିବ ।

ସେଥିପାଇଁ ମୁଁ ବି ଗୋଟିଏ ହାତରେ ଏହିଭଳି କରିଲି ଓ ଅନ୍ୟ ହାତରେ ନିଜର ଶିଶୁକୁ କୁମ୍ଭୀର ମୁହଁରୁ ବାହାର କରି ନେଇ ଆସିଲି । ନିଜର ସନ୍ତାନକୁ ବଞ୍ଚାଇବା ସମୟରେ ମୌରିନା ବି ଆହତ ହେଇଛି । କୁମ୍ଭୀର ମୌରିନାର ହାତକୁ ଆଘାତ ପହଞ୍ଚାଇ ଥିଲା । କିନ୍ତୁ ବର୍ତ୍ତମାନ ମା ଓ ଶିଶୁ ଦୁଇ ଜଣ ଭଲ ଅଛନ୍ତି । ଏମିତି ଦୁନିଆର ସବୁ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *