ଦାନ୍ତରେ ଲାଗିଥିବା ତମାଖୁ, ଗୁଟଖାର ସବୁ ଦାଗ ସଫା ହେଇଯିବ ସଙ୍ଗେସଙ୍ଗେ, କେବଳ କରିବାକୁ ହେବ ଏହି ସହଜ କାମ

ଆମ ଶରୀରରେ ଥିବା ପ୍ରତ୍ୟେକ ଅଙ୍ଗ ର କିଛି ନା କିଛି ମହତ୍ଵ କାର୍ଯ୍ୟ ରହିଥାଏ । ଠିକ ସେହିପରି ଆମ ଶରୀରରେ ଦାନ୍ତର ଭୂମିକା ବହୁତ ଗୁରୁତ୍ଵ ପୂର୍ଣ୍ଣ ଅଟେ । ଦାନ୍ତ କେବଳ ଖାଇବାରେ ସାହାଯ୍ୟ କରେ ତାହା ନୁହେଁ ମୋତି ଭଳି ସଫା ଦାନ୍ତ ଚେହେରାର ସୁନ୍ଦରତା ମଧ୍ୟ ବଢାଇ ଥାଏ । ଦାନ୍ତ ନଥିଲେ କିମ୍ବା ଦାନ୍ତରେ ଦାଗ ଥିଲେ ହସିବା ସମୟରେ ମୁଖ ମଣ୍ଡଳର ସୁନ୍ଦରତ ଫିକା ପଡିଯାଇଥାଏ । ଆଜିକାଲି ଲୋକ ମାନେ କୌଣସି ନା କୌଣସି ଜିନିଷ ଖାଇବା ପରେ ଠିକ ଭାବରେ ପାଟିକୁ ଧୁଅନ୍ତି ନାହି ଏବଂ ଦାନ୍ତକୁ ଠିକ ଭାବରେ ସଫା କରି ନଥାନ୍ତି।

Image courtesy: Google

ତମ୍ବାଖୁ ଖାଇବା ଦ୍ଵାରା ଦାନ୍ତ ଧୀରେ ଧୀରେ ହଳଦିଆ ଏବଂ ପରେ କଳା ହୋଇଯାଇ ଥାଏ । ଦାନ୍ତ ଗୁଡିକର ଏପରି ରଙ୍ଗ ହେବା ଦ୍ଵାରା ସଂପୂର୍ଣ୍ଣ ମୁଖମଣ୍ଡଳ ର ସୁନ୍ଦରତା ଉପରେ ଗ୍ରହଣ ଲାଗିଲା ପରି ଦେଖା ଯାଇଥାଏ । ଠିକ ଭାବେ ଦାନ୍ତକୁ ସଫା ନକରିବା ଦ୍ଵାରା ବ୍ୟାକ୍ଟେରିୟା ଦାନ୍ତରେ ରହି ଦାନ୍ତକୁ କଳା କରିଦେଇଥାନ୍ତି । ତେଣୁ ଦାନ୍ତକୁ ସଫା ରଖିବା ନିହାତି ଦରକାର । ଦାନ୍ତକୁ ସଫା କରିବା ପାଇଁ କେତେକ ଲୋକ ବହୁତ ଦାମି ଟୁଥପେଷ୍ଟ ବ୍ୟବହାର କରିଥିଲେ ମଧ୍ୟ ଦାନ୍ତ ସଫା ହୋଇ ନଥାଏ ।

ଆଜି ଆମେ ଆପଣଙ୍କୁ ଦାନ୍ତ ସଫା କରିବା ପାଇଁ ଏକ ସହଜ ଉପାୟ କହିବୁ ଯାହାକୁ କରିବା ଦ୍ଵାରା କିଛି ଦିନ ଭିତରେ ଆପଣଙ୍କ ଦାନ୍ତ ସମ୍ପୂର୍ଣ ଭାବେ ସଫା ହୋଇ ଯିବ । ଏହି ଉପାୟ କୁ କରିବା ପାଇଁ ଆପଣଙ୍କୁ କମଳା ଚୋପା ଏବଂ ଲେମ୍ବୁ ଦରକାର । ପ୍ରଥମେ କମଳାର ଚୋପାକୁ ଶୁଖାଇ ତାକୁ ଗୁଣ୍ଡ କରି ଦିଅନ୍ତୁ ଏବଂ ପ୍ରତିଦିନ ସକାଳେ ଏବଂ ରାତିରେ ସେହି ପାଉଡର ସହିତ ଲେମ୍ବୁ ରସ ମିଶାଇ ଦାନ୍ତ ଘଷନ୍ତୁ ।

ଏହାଛଡା ଆପଣ ଲେମ୍ବୁ ରସ ସହିତ ଲୁଣ ଏବଂ କିଛି ସୋରିଷ ତେଲ ମିଶାଇ କରି ମଧ୍ୟ ଦାନ୍ତ କୁ ସଫା କରି ପାରିବେ । ଦାନ୍ତ ରେ ଚମକ ଆଣିବା ପାଇଁ ଏହା ବହୁତ ପୁରୁଣା ଏବଂ ସଫଳ ଉପାୟ ଅଟେ । ତେଣୁ ଦାନ୍ତ କୁ ସଫା କରିବା ପାଇଁ କୌଣସି ମହଙ୍ଗା ଟୁଥପେଷ୍ଟ ବ୍ୟବହାର ନକରି ଏହି ଉପାୟ କୁ ଅପଣାଇ ନିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ପଇସା ବଞ୍ଚିବା ସହିତ ଆପଣଙ୍କର କୌଣସି କ୍ଷତି ବି ହେବ ନାହିଁ । ଆପଣଙ୍କୁ ଏହା ଭଲ ଲାଗିଇଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଏହିପରି କିଛି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *