ତେବେ ଏଥିପାଇଁ ଏହି ଗଛ ଉପରେ ସବୁ ବର୍ଷ ଖର୍ଚ କରାଯାଇଥାଏ ୧୫ ଲକ୍ଷ ଟଙ୍କା, ଆସନ୍ତୁ ଜାଣିବା ଏହା ପଛରେ ଥିବା ବଡ କାରଣ

ରାଷ୍ଟ୍ରପତିଙ୍କ ଠାରୁ ନେଇ ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ ନେତାଙ୍କ ସୁରକ୍ଷା ପାଇଁ ପୋଲିସ କିମ୍ବା ଅନ୍ୟ ସୁରକ୍ଷା ବଳ ଥାଆନ୍ତି । କିନ୍ତୁ ଗୋଟିଏ ଗଛର ୨୪ ଘଣ୍ଟା ସୁରକ୍ଷା ପାଇଁ ପୋଲିସ ଡିୟୁଟି କରିବା ଏହା ଏକ ଅଜବ ଘଟଣା ଅଟେ । କିନ୍ତୁ ଏହା ସତ ଅଟେ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଓ ବିଦିଶା ମଧ୍ୟରେ ସଲାମତପୁର ପାହାଡ ଉପରେ ଏକ ଏମିତି ଗଛ ଅଛି, ଯାହାକୁ ଏକ ଭିଆଇପି ନେତା ଭଳି ସୁରକ୍ଷା ଦିଆଯାଇଥାଏ ।

ଏହା ସହିତ ବର୍ତ୍ତମାନ ଆପଣ ଚିନ୍ତା କରୁଥିବେ କି ଏମିତି କଣ ଖାସ ଅଛି ଏହି ଗଛରେ, ତେବେ ଚାଲନ୍ତୁ ଏହା ବିଷୟରେ ଆପଣଙ୍କୁ ଆମେ ବିସ୍ତାର ରୂପରେ କହି ଦେଉଛୁ । ଏହି ଗଛର ସୁରକ୍ଷାରେ ପୋଲିସର ଚାରି ପାଞ୍ଚ ଜଣ ଯବାନ ସବୁବେଳେ ଉପସ୍ଥିତ ଥାଆନ୍ତି । ଯେଉଁମାନେ ୨୪ ଘଣ୍ଟା ଏହା ଉପରେ ନଜର ରଖିଥାନ୍ତି । ଏହା ଛଡା ଏହି ଗଛକୁ ପାଣି ଦେବା ପାଇଁ ସାଂଚୀ ନଗରପାଳିକା ତରଫରୁ ଅଲଗା ଏକ ପାଣିର ଟ୍ୟାଙ୍କର ଆସିଥାଏ ।

ଅନ୍ୟ ପଟେ କୃଷି ବିଭାଗର ଅଧିକାରୀମାନେ ସପ୍ତାହକୁ ଥରେ ଏହି ଗଛର ଯାଞ୍ଚ ବି କରିଥାନ୍ତି । ଏମିତି କୁହାଯାଏ କି ଏହି ଗଛର ଦେଖାଶୁଣା ପାଇଁ ସବୁ ବର୍ଷ ୧୨ ରୁ ୧୫ ଲକ୍ଷ ଟଙ୍କା ଖର୍ଚ ହୋଇଥାଏ । କହିବାକୁ ଗଲେ ଏହା ଏକ ଓସ୍ଥ ଗଛ ଅଟେ, ଯାହାକୁ ବୌଦ୍ଧି ବୃକ୍ଷ ନାମରେ ବି ଜଣାଯାଏ । ୨୦୧୨ରେ ଯେତେବେଳେ ଶ୍ରୀଲଙ୍କାର ତତ୍କାଲୀନ ରାଷ୍ଟ୍ରପତି ମହିଂଦା ରାଜପକ୍ଷେ ଭାରତକୁ ଆସିଥିଲେ, ତେବେ ସେହି ସମୟରେ ସେ ଏହି ଗଛକୁ ଏହି ସ୍ଥାନରେ ଲଗାଇ ଥିଲେ ।

ଆପଣଙ୍କୁ କହିଦେଉଛୁ କି ଖ୍ରୀଷ୍ଟ ପୂର୍ବ ୫୩୧ରେ ବୌଦ୍ଧି ବୃକ୍ଷ ତଳେ ଭଗବାନ ବୁଦ୍ଧଙ୍କୁ ଜ୍ଞାନ ପ୍ରାପ୍ତ ହୋଇଥିଲା । ବୌଦ୍ଧ ଧର୍ମରେ ଏହି ବୃକ୍ଷର ବହୁତ ଖାସ ମହତ୍ଵ ଅଛି । ଏମିତି କୁହାଯାଏ କି ଖ୍ରୀଷ୍ଟ ପୂର୍ବ ତୃତୀୟ ଶତାବ୍ଦୀରେ ସମ୍ରାଟ ଅଶୋକ ନିଜର ପୁଅ ମହେନ୍ଦ୍ର ଓ ଝିଅ ସଂଘମିତ୍ରାଙ୍କୁ ବୌଦ୍ଧ ବୃକ୍ଷର ଏକ ଡାଳ ଦେଇ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ଶ୍ରୀଲଙ୍କା ପଠାଇ ଥିଲେ । ସେମାନେ ସେହି ବୌଦ୍ଧି ବୃକ୍ଷକୁ ଶ୍ରୀଲଙ୍କାର ଅନୁରାଧାପୁରାରେ ଲଗାଇ ଥିଲେ । ଯାହା ଆଜି ବି ସେହି ସ୍ଥାନରେ ଅବସ୍ଥିତ ।

ଅନ୍ୟ ପଟେ ଯେଉଁ ବୌଦ୍ଧି ବୃକ୍ଷ ତଳେ ଭଗବାନ ବୁଦ୍ଧଙ୍କୁ ଜ୍ଞାନ ପ୍ରାପ୍ତି ହୋଇଥିଲା । ଅସଲରେ ସେହି ଗଛ ବିହାର ଗୟା ଜିଲ୍ଲାରେ ଅବସ୍ଥିତ । ଏହି ଗଛକୁ କେତେ ଥର ନଷ୍ଟ ବି କରିବା ପାଇଁ ପ୍ରୟାସ କରାଯାଇଥିଲା, କିନ୍ତୁ ଏହି ଚମତ୍କାର ହିଁ ଥିଲା କି ସବୁବେଳେ ଏକ ନୂଆ ଗଛ ମାଟିରୁ ଜନ୍ମ ହୋଇ ଯାଉଥିଲା । ବର୍ଷ ୧୮୭୬ରେ ଏହି ଗଛ ଏକ ପ୍ରାକୃତିକ ବିପର୍ଯୟ କାରଣରୁ ନଷ୍ଟ ହୋଇଯାଇଥିଲା । ଯାହା ପରେ ୧୮୮୦ରେ ଇଂରେଜ ଅଫିସର ଲର୍ଡ କନିଂଘମ ଶ୍ରୀଲଙ୍କାର ଅନୁରାଧାପୁରମରୁ ବୌଦ୍ଧି ବୃକ୍ଷର ଶାଖା ଆଣି ତାକୁ ବୋଧଗୟାରେ ପୁଣିଥରେ ସ୍ଥାପନ କରିଥିଲେ । ସେହି ସମୟରୁ ଆଜି ପର୍ଯ୍ୟନ୍ତ ଏହି ଗଛ ସେହି ସ୍ଥାନରେ ଅଛି । ଆଗକୁ ଏମିତି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇ କକରନ୍ତୁ ।

Leave a Reply

Your email address will not be published. Required fields are marked *