କୁମାର ପୂର୍ଣ୍ଣିମା କୁ ନେଇ ଆଶ୍ଚର୍ଯ୍ୟ ଜନକ କଥା ଯାହା ପୂର୍ବରୁ କେହି ଜାଣି ନ ଥିବେ ! କୁମାର ପୂର୍ଣ୍ଣିମା ର ମହତ୍ତ୍ଵ କଣ ରହିଛି ?

ଦର୍ଶକ ବନ୍ଧୁ ଆପଣ ମାନେ କୁମାର ପୂର୍ଣ୍ଣିମା ବିଷୟରେ ନିଶ୍ଚୟ ଜାଣିଥିବେ । ଆସନ୍ତା କାଲି ପଡୁଅଛି ପବିତ୍ର କୁମାର ପୂର୍ଣ୍ଣିମା । ସାଧାରଣତଃ ଓଡିଶା ଝିଅ ମାନେ ଏହି ପର୍ବ ପାଳନ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି କୁମାର ପୂର୍ଣ୍ଣିମା ଓଷା କଣ ଅଟେ, ଏହା କାହିଁଙ୍କି ପାଳନ କରାଯାଏ, ଏହି ଓଷା ର ମହତ୍ତ୍ଵ କଣ ଏବଂ ଏହି ଓଷା କରିଲେ କଣ ସୁଫଳ ମିଳିଥାଏ । ଏହି ସବୁ ପ୍ରଶ୍ନ ର ଉତ୍ତର ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଆମ ଓଡିଶାରେ 12 ମାସରେ ତେର ପର୍ବ ପାଳନ କରାଯାଏ । ଏଥି ମଧ୍ୟରୁ କୁମାର ପୂର୍ଣ୍ଣିମା ଅନ୍ୟତମ ଅଟେ । ଆଶ୍ଵିନ ମାସ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା କୁହାଯାଏ । ଏହା ଶରତ ଋତୁରେ ପଡୁଥିବାରୁ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ଦିନ ଝିଅ ମାନେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରି ସୂର୍ଯ୍ୟ ଙ୍କୁ ଆଞ୍ଜୁଳି ଟେକିଥାନ୍ତି । ଯଦି କେହି ମାନସିକ କରିଥାନ୍ତି ତେବେ ଚଉରା ସାମ୍ନା ରେ ଅରୁଆ ଚାଉଳ ଦେଇ ଗୁଆ ବସାଇଥାନ୍ତି ।

ସନ୍ଧ୍ୟା ସମୟରେ ଝିଅ ମାନେ ନୂଆ ବସ୍ତ୍ର ପରିଧାନ କରି ଚନ୍ଦ୍ରମା ଓ ଚଉରା ପୂଜା କରିଥାନ୍ତି । ଚଉରା ଆଗରେ ମୁରୁଜ ପକାଇ ଫୁଲ, ସିନ୍ଦୁର ଅର୍ପଣ କରାଯାଏ । ଏହି ପୂଜାର ମୁଖ୍ୟ ଫୁଲ ହେଉଛି କଇଁ ଫୁଲ । ପୁରାଣରେ ବର୍ଣ୍ଣିତ ଅଛି ଯେ ତୁଳସୀ ଦେବୀ ପତୀବ୍ରତା ନାରୀ ଥିଲେ । ତାଙ୍କର ସତୀତ୍ଵ କାରଣରୁ ତାଙ୍କୁ ବର ମିଳିଥିଲା । ତୁଳସୀ ରୂପରେ ପୂଜା ପାଇବା ପାଇଁ ଯୁଗେ ଯୁଗେ କୁମାରୀ ଝିଅ ମାନେ ଭଲ ପାଇବା ପାଇଁ ବିବାହିତା ନାରୀ ମାନେ ନିଜ ସ୍ଵାମୀ ଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରିଥାନ୍ତି ।

ତେଣୁ କୁମାର ପୂର୍ଣ୍ଣିମା ଦିନ ମଧ୍ୟ ଚଉରା ପୂଜା କରିବାର ବିଶେଷ ମହତ୍ତ୍ଵ ରହିଛି । ଭଗବାନଙ୍କ ମଧ୍ୟରେ କାର୍ତ୍ତିକ ଙ୍କୁ ସବୁଠୁ ସୁନ୍ଦର ବୋଲି କୁହା ଯାଇଥାଏ । ଏହି ପୂଜା ଚନ୍ଦ୍ର ଙ୍କ ଉପାସରେ କରାଯାଏ । ଓଡିଶାରେ କୁମାର ପୂର୍ଣ୍ଣିମା କୁ କୁମାରୀ ମାନଙ୍କର ପର୍ବ ଭାବେ ପାଳନ କରା ଯାଇଥାଏ । ଏହି ଦିନ କୁମାରୀ ମାନେ ଭଲ ବର ପାଇବା ପାଇଁ କାର୍ତ୍ତିକ ଙ୍କୁ ପୂଜା କରିଥାନ୍ତି ।

ଚନ୍ଦ୍ରମାଙ୍କୁ ଏହି ଦିନ ପୂଜା କରିବା ସହ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରନ୍ତି । ଭଗବାନ କାର୍ତ୍ତିକ ଏହି ଦିନ ତାରକାସୁର କୁ ବଦ୍ଧ କରିଥିବାରୁ ସୁଯୋଗ୍ୟ ଭାବେ ବିବେଚିତ ହୋଇଥିଲେ । ଏହି ପୂଜାରେ ଚନ୍ଦ୍ର ଙ୍କୁ ଆକାଶରେ ବନ୍ଦାପନା କରା ଯାଇଥାଏ । ଓଡିଆରେ କେତେ ଜାଗାରେ ଆଞ୍ଜୁଳି ଟେକା ହୋଇ ନ ଥାଏ ।

ଆଞ୍ଜୁଳି ଟେକିବା ପରେ କୁମାରୀ ମାନେ ଉପାସନା କରି ଚନ୍ଦ୍ର ପୂଜା କରିବା ପରେ ଉପାସନା ଭାଙ୍ଗିଥାନ୍ତି । ତେବେ ଏହା ଥିଲା କୁମାର ପୂର୍ଣ୍ଣିମା ବିଷୟରେ କିଛି ମହତ୍ଵ ପୂର୍ଣ୍ଣ କଥା । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *