କୂଳକୁ ଆସିଲା ହାତୀ, ଦେଖନ୍ତୁ ହାତୀ ଉଦ୍ଧାର ର Live ଭିଡିଓ

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ବହୁତ ଉଦ୍ୟମ ପରେ ହାତୀ ବର୍ତ୍ତମାନ କୂଳରେ ଫେରିଛି । ନିଜର ଚେଷ୍ଟା ବଳରେ ହାତୀଟି କୂଳରେ ଫେରିଛି । କୂଳ ବହୁତ ଗଭୀର ରହିଥିବା ହେତୁ ହାତୀକୁ ସଂପୂର୍ଣ୍ଣ ଭାବରେ କୂଳକୁ ଆସିବା ପାଇଁ କିଛି ସମୟ ଲାଗୁଛି । ହାତୀ କୂଳର କେଉଁ ସ୍ଥାନରେ ଥିଲା ସେହି ସ୍ଥାନରେ ପ୍ରଖର ସ୍ରୋତ ରହିଛି । ଘଟଣା ସ୍ଥଳରେ ବନ ବିଭାଗର ସମତା କର୍ମୀ ଅଛନ୍ତି ଓ ହାତୀକୁ ଦୌଡିରେ ଧରି ଟାଣୁ ଛନ୍ତି । ବନ ବିଭାଗର କର୍ମଚାରୀ ହାତୀଟି କେମିତି ଶୀଘ୍ର ଓ ସୁରକ୍ଷିତ ଆସିପାରିବ ସେନେଇ ଚେଷ୍ଟା ଜାରି ରଖିଛନ୍ତି ।

ଆଜି ସଖାଳ ସମୟରେ ମୁଣ୍ଡୁଳି ବ୍ରିଜରେ ତିନୋଟି ହାତୀ ମହାନଦୀ ଭିତରେ ଥିବାର ନଜର ଆସିଥିଲେ। ହାତୀ ପଲରେ ଥିବା ୭ଟି ହାତୀ ମହାନଦୀ ସ୍ରୋତରେ ଭାସି ଯାଇଥିବାର ଖବର ମଧ୍ୟ ମିଳିଥିଲା। ଗୋଟିଏ ହାତୀ ମୁଣ୍ଡୁଳି ବ୍ରିଜ ପାଖରେ ଲାଗି ରହିଥିବା ବେଳେ ଅନ୍ୟ ୬ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆ ଶାସନ ଗାଁରେ ଆନିକୋର୍ଟରେ ଲାଗିଥିବାର ସୂଚନା ମିଳିଛି ।

ସେହି ଗୋଟିଏ ହାତୀକୁ ଉଧାର କରିବା ପାଇଁ ଅ-ଗ୍ନି-ସ-ମ ବିଭାଗ ଓ ନବ ବିଭାଗର ସମସ୍ତ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ମୁଣ୍ଡୁଳି ବ୍ରିଜ ପାଖରେ ପାଣିର ସ୍ରୋତ ବହୁତ ଅଧିକ ରହିଥିବାରୁ ହାତୀଟି କୂଳ ପାଖକୁ ଆସିବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲା । ଦୀର୍ଘ ସମୟ ଧରି ହାତୀଟି ନଦୀ ଭିତରେ ରହିଥିବାରୁ ବନ ବିଭାଗ କର୍ମଚାରୀ ମାନେ ଦୌଡି ମାଧ୍ୟମରେ ତାକୁ କଦଳୀ ଖାଇବା ପାଇଁ ଦେଇଥିଲେ ।

ଏହି ଦୃଶ୍ୟ ଦେଖି ସେଠାକାର ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ହେଲେ ବନ୍ଧୁଗଣ ବର୍ତ୍ତମାନର ବଡ ଖବର ଅନୁସାରେ ହାତୀଟି ନିଜ ଉଦ୍ୟମରେ କୂଳରେ ପହଞ୍ଚି ସାରିଛି । ବନ ବିଭାଗ କର୍ମଚାରୀ ମାନେ ଦୌଡି ଦ୍ଵାରା ତାକୁ ଟାଣି ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *