ମହାନଦୀରେ ଦନ୍ତାହାତୀକୁ ବଞ୍ଚାଇବା କୁ ଯାଇ ଦେଖନ୍ତୁ କେମିତି ଓଲଟିଲା ଓଡ୍ରାଫ ଟିମ Boat, ଦେଖନ୍ତୁ ସେହି ଭୟଙ୍କର ଦୃଶ୍ୟ ର Video ଦେଖିଲେ ଆପଣଙ୍କ ଛାତି ଥରି ଉଠିବ

ବନ୍ଧୁଗଣ, ସୂଚନା ଅନୁଯାୟୀ ମହାନଦୀ ର ବଢିଲା ପାଣିରେ ଏକ ଦନ୍ତାହାତୀ ଛିଡା ହୋଇଥିବାର ନଜର ଆସିଲା । ଏହାକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗ କୁ ଖବର ଦେଲେ । ଏହା ପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ । ଏକ ବୋଟ ରେ ଓଡ୍ରାଫ ଟିମ ଦନ୍ତାହାତୀ କୁ କୁଳକୁ ଆଣିବା ନିମନ୍ତେ ଉଦ୍ୟମ କରି ମହାନଦୀ ରେ ପ୍ରବେଶ କରିଲେ । ସେଠାକାର ଲୋକେ ପାଟି କରି ଦନ୍ତାହାତୀ ଟିକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ ।

ଜଙ୍ଗଲି ହାତୀ ଟି ମଧ୍ୟ ପାଟି ଶୁଣି କୁଳକୁ ଯିବା ପାଇଁ ଉଦ୍ୟମ କରୁଥିଲା । ହାତୀଟିର ମୁଣ୍ଡ ପାଖାପାଖି ଜଳ ବଢିବାରୁ ସେ ପାଣି ଗୁଡିକୁ ନିଜ ଶୁଣ୍ଡ ମାଧ୍ୟମରେ ମଧ୍ୟ କାଢିବାକୁ ଲାଗୁଥିଲା । ମାତ୍ର ଜଳର ପ୍ରଭାବ ଏତେ ଜୋରସେ ଥିଲା ଯେ ସେ ନିଜ ଭାରସାମ୍ୟ କୁ ରକ୍ଷା କରିପାରୁ ନଥିଲା । ଓଡ୍ରାଫ ଟିମ ମଧ୍ୟ ସେଠାରୁ ହାତୀ ଆଡକୁ ଯାଇ ରକ୍ଷା କରିବାକୁ ପ୍ରୟାସ କରୁଥିଲେ । ହଟାତ ଜଳ ପ୍ରପାତ ବଢିବାକୁ ଲାଗିଲା ଏବଂ ଓଡ୍ରାଫ ଟିମ ଙ୍କର ବୋଟ କୁ ମଧ୍ୟ ସେଠାରୁ ଭସାଇ ଜଳ ମଧ୍ୟକୁ ନେଇଗଲା । ସମୁଦାୟ ୬ ଜଣ ସେହି ବୋଟ ରେ ଉପସ୍ଥିତ ଥିଲେ ।

ଜଳର ସୁଅ ଏପରି ଛୁଟିଲା ଯେ ହାତୀ ଗୋଟିଏ ଜାଗାରେ ସ୍ତିର ହୋଇ ଛିଡା ହୋଇଥିବା ବେଳେ ବୋଟ ଟି ଗଭୀର ଜଳ ମଧ୍ୟକୁ ଚାଲିଯାଇଥିଲା । ଏହାପରେ ସେଠାରେ ଉପସ୍ଥିତ ଥିବା ବନବିଭାଗ କର୍ମୀ ନିଜ ଜୀବନ କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଦେଖୁ ଦେଖୁ ସଂପୂର୍ଣ୍ଣ ଭାବେ ବୋଟ ଟି ଓଲଟିବାକୁ ଲାଗିଲା । ଜଣଙ୍କ ପରେ ଜଣେ ସେହି ବୋଟ ରୁ ଗଭୀର ଜଳ ପ୍ରପାତ ମଧ୍ୟକୁ ପଡିବାକୁ ଲାଗିଲେ ।

ସେଠାରେ କ୍ୟାମେରା ମ୍ୟାନ ମଧ୍ୟ ଥିଲେ । ମାତ୍ର ଚାହୁଁ ଚାହୁଁ କଠିନ ପ୍ରୟାସ ସତ୍ବେ ମଧ୍ୟ ବୋଟ କୁ ନିୟନ୍ତ୍ରଣ କରି ପାରିଲେ ନାହିଁ । ଓଡ୍ରାଫ ଟିମ ର ଅନ୍ୟ କର୍ମୀ ମାନେ ଯେଉଁମାନେ ବାହାରେ ଥିଲେ ସେମାନେ ରସି ଏବଂ ଜାଲ ବିଛାଇବା ଲାଗିଲେ । ମାତ୍ର ସେତେବେଳକୁ ବୋଟ ଟି ସଂପୂର୍ଣ୍ଣ ଭାବରେ ବୁ-ଡି ସାରିଥିଲା । ସେଠାରେ ଦନ୍ତାହାତୀ ମଧ୍ୟ ଛିଡା ହୋଇଥିଲା । ବର୍ତ୍ତମାନ ଆଉ ସୂଚନା ମିଳିନାହିଁ, ବନ୍ଧୁଗଣ ଏହା ପରବର୍ତ୍ତୀ ଘଟଣା ସମ୍ବନ୍ଧରେ ଜାଣିବାକୁ ହେଲେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *