ଦକ୍ଷିଣ ଚୀନ ସାଗରରୁ ଆସୁଛି ମହା ବିପଦ, ମାଡି ଆସୁଛି Cyclonic ଷ୍ଟର୍ମ Dianmu, ଦେଖନ୍ତୁ ଏହି Special Report

ବନ୍ଧୁଗଣ ଭାରତ ଉପରେ ବିପଦ । ଚୀନ ସାଗରରୁ ଆସିଥିବା ବାତ୍ୟାର ଭୟ । ଏହି ସୂଚନାଟି ଆଇଆମଡିଡିଜି ଦେଇଛନ୍ତି । ଦକ୍ଷିଣ ଚୀନ ସାଗରରେ ବାତ୍ୟା ଡିଆଁମୁ । ଓଡିଶାକୁ ମୁହାଁଇ ପରେ ଏହି ବାତ୍ୟାର ଅବଶିଶ୍ଟାଂସ । ଡିଆଁମୁର ଅବଶିଶ୍ଟାଂସ ଯୋଗୁଁ ବଙ୍ଗପ ସାଗରରେ ଘୂର୍ଣ୍ଣୀ ବଳୟ ସୃଷ୍ଟି ହେବ ଯାହା ଓଡିଶା ମୁହାଁ ହୋଇପାରେ । ବାତ୍ୟା ଡିଆଁମୁ ମିଆମାର ନିକଟରେ ପହଞ୍ଚିବା ପରେ ହିଁ ସ୍ପର୍ଷ୍ଟ ସୂଚନା ମିଳିବ ବୋଲି ଆଇଆମଡିଡିଜି କହିଛନ୍ତି ।

ତେବେ ଆସନ୍ତା କାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ ପରେ ଆଉ ଏକ ଘୂର୍ଣ୍ଣିବଳୟ ଓଡିଶା ଉପକୂଳରେ ସୃଷ୍ଟି ହେବ । ୨୫ ତାରିଖ ସଖାଳେ କିମ୍ବା ୨୬ ତାରିଖ ସନ୍ଧ୍ୟା ପାଖା ପାଖି ଏକ ଲଘୁଚାପ ବଙ୍ଗପ ସାଗରରେ କେନ୍ଦ୍ରୀଭୂତ ହେବ ଏବଂ ଧୀରେ ଧୀରେ ଓଡିଶା ଉପକୂଳ ଆଡକୁ ଗତି କରିବ । ଏହାର ପ୍ରଭାବରେ ଓଡିଶାରେ ୨୬ ତାରିଖରେ ବର୍ଷା ଆରମ୍ଭ ହେବ ଓ ଧୀରେ ଧୀରେ ଦକ୍ଷିଣ ଓଡିଶାରେ ମଧ୍ୟ ବର୍ଷା ବଢିବାକୁ ଲାଗିବ ।

ଏହାର ପ୍ରଭାବ ୨୬ ରୁ ୨୮ ତାରିଖ ତଥା ତିନି ଦିନ ପର୍ଯ୍ୟନ୍ତ ରହିବ । ଅଧିକ ବର୍ଷା ଉପକୂଳ ଓଡିଶା ଓ ଦକ୍ଷିଣ ଓଡିଶାରେ ହେବାର ସମ୍ଭାବନା ରହିଛି । ଏହି ଲଘୁଚାପଟି ଯିବା ପରେ ବାତ୍ୟା ଡିଆଁମୁ ଆସିବାର ସମ୍ଭାବନା ଅଛି । ଚୀନ ସାଗରରୁ ଏହି ବାତ୍ୟାର ଅବଶିଶ୍ଟାଂସ ଓଡିଶା ଉପକୂଳରେ ଆସିବାର ସମ୍ଭାବନା ରହିଛି ।  ହେଲେ ବନ୍ଧୁଗଣ ଏହି ବାତ୍ୟାଟି ମିଆମାରରେ ପହଞ୍ଚିବାରେ ଏହାର ଗତି କେଉଁ ଦିଗ ଆଡକୁ ଅଛି ତାହା ଜଣା ପଡିବ ।

ତେଣୁ ବନ୍ଧୁଗଣ ଏହି ବାତ୍ୟାର ଗତି ଜାଣିବାକୁ ହେଲେ ଆମ ମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ଡିଆଁମୁ ବାତ୍ୟାଟି ବର୍ତ୍ତମାନ ଦକ୍ଷିଣ ଚୀନର ଭିଏତନାମା ଉପକୂଳରେ ଅଛି ଓ ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଭିଏତନାମ ରୁ ଥାଇଲାଣ୍ଡ ଦେଇକି ଏହା ମିଆମାର ଆଡକୁ ଗତି କରିବ । ତା ହେଲେ ବନ୍ଧୁଗଣ ଆଗାମୀ ସମୟରେ ଏହି ବାତ୍ୟା ବିଷୟରେ ଅଧିକ ବିବରଣୀ ଆପଣ ମାନେ ଜାଣିବାକୁ ପାଇବେ, ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *