ଖୋଲାଯିବ କୋଣାର୍କର ମୁଖ୍ୟଦ୍ଵାର ! କୁଆଡେ ଗଲା 53 ଟନ୍ ଚୁମ୍ବକ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର କଳାସଂସ୍କୃତି ଓ ଐତିହ୍ୟର ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ସୂର୍ଯ୍ୟ ମନ୍ଦିର କୋଣାର୍କ ! ତେବେ ଏହି କୋଣାର୍କ ମନ୍ଦିର ପଛରେ ଅନେକ ରହସ୍ୟମୟ କାହାଣୀ ରହିଅଛି । ଯାହା ଲୋକଙ୍କୁ କିଛି ଜଣା ଓ କିଛି ଅଜଣା ହୋଇ ରହିଅଛି । ତେବେ ସେହି ସବୁ ଐତିହ୍ୟ ସୂର୍ଯ୍ୟ ମନ୍ଦିର କୋଣାର୍କ ବିଷୟରେ କିଛି ସଂକ୍ଷିପ୍ତରେ କହିବାକୁ ଚାହୁଁଅଛୁ । ତେବେ ସୂର୍ଯ୍ୟ ମନ୍ଦିରର ଚୂଳର ଏକ ୫୩ ଟନର ଏକ ଚୁମ୍ବକଟି ଥିଲା ।

ତେବେ ମନ୍ଦିରର ଚୂଳରେ ଏକ ଚୁମ୍ବକ ଓ ମନ୍ଦିରର ତଳ ଭାଗରେ ମଧ୍ୟ ଏକ ଚୁମ୍ବକ ରହିଥିଲା । ତେବେ ମଝିରେ ଏକ ମୂର୍ତ୍ତି ଝୁଲନ୍ତା ଅବସ୍ଥାରେ ରହୁଥିଲା । ତେବେ ଯେତେବେଳେ ସୂର୍ଯ୍ୟଙ୍କର ପ୍ରଥମ କିରଣ ଆସି ମନ୍ଦିରରେ ପଡୁଥିଲା । ତାହା ପ୍ରଥମେ ମନ୍ଦିର ମଧ୍ୟରେ ସେହି ଝୁଲନ୍ତା ମୂର୍ତ୍ତି ଉପରେ ହିଁ ପଡୁଥିଲା । ତେବେ ସବୁ ଲୋକ ଜାଣିବାକୁ ପାଉଥିଲେ, ଏହା କି ଯେ ପ୍ରଥମେ କୋଣାର୍କ ମନ୍ଦିରରେ ପ୍ରଥମେ ସୂର୍ଯ୍ୟ ଉଦୟ ହେଲା ।

ତେବେ ସେ ସମୟରେ ସିମେଣ୍ଟ ମଧ୍ୟ ନଥିଲା । ତେଣୁ ଲୁହା କ୍ଲିପ ଦେଇ ମନ୍ଦିରର ପାର୍ଶ୍ଵ ସବୁ ଜଏଣ୍ଟ କରଯାଇଥିଲା । ଲୁହା କ୍ଲିପ ଗୁଡିକୁ ଟାଣିକି ବା  ଆକର୍ଷିତ କରିକି ରଖୁଥିଲା ସେହି ବିଶାଳ କାୟ ଚୁମ୍ବକ ! ତେବେ ବହୁ ପୁରୁଣା ସମୟର ଏକ କଥା ମଧ୍ୟ ରହିଅଛି । ଏହା କି ଯେ ପତ୍ତୃଗୀଜ ମାନେ ଏହି କୋଣାର୍କ ନିକଟ ଦେଇ ଯାଇଥିବା ସମୁଦ୍ର ଦେଇ ଯିବା ସମୟରେ ମନ୍ଦିରରେ ଥିବା ଏହି ବିଶାଳକାୟ ଚୁମ୍ବକ ଉପରେ ତାଙ୍କର ନଜର ପଡିଥିଲା ।

ତାପରେ ସେମାନେ ସେହି ଚୁମ୍ବକୁକୁ ନେବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ତେବେ ଏତେ ବଡ ୫୩ ଟନର ଚୁମ୍ବକକୁ ନେବା ତାଙ୍କ ପାଇଁ ସହଜସାଧ୍ୟ ହୋଇନଥିଲା । ତେଣୁ ପତ୍ତୃଗୀଜ ମାନେ ଏକ ବୃହତକାୟ କାଠର ଡଙ୍ଗା ନିର୍ମାଣ କରି ସେହି ଚୁମ୍ବକଟି ନେବା ପାଇଁ ଚେଷ୍ଟା କରିଥିଲେ । ଫଳରେ ସମୟ ଓ ସୁଯୋଗର ଅପେକ୍ଷା କରି ଏକ ଗୁପ୍ତ ସମୟ ଦେଖି ପତ୍ତୃଗୀଜ ମାନେ ସୂର୍ଯ୍ୟ ମନ୍ଦିରରେ ରହିଥିବା ବଡ ଚୁମ୍ବକଟିକୁ ନେଇଯାଇଥିଲେ ।

ତେବେ କୋଣାର୍କ ମନ୍ଦିରରେ ଏହିପରି ବହୁ ଗୁଡିଏ ରହସ୍ୟ ଆଜି ପର୍ଯ୍ୟନ୍ତ ମଧ୍ୟ ଗବେଷକଙ୍କ ଦ୍ଵାରା ଗବେଷଣା କରାଯାଉଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଏହିପରି ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *